ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା
ବାରିପଦା : ପାରିବାରିକ କଳହର କରୁଣ ପରିଣତି I ସ୍ତ୍ରୀ କୁ ହତ୍ୟା ପରେ ଆତ୍ମହତ୍ୟା କଲା ସ୍ୱାମୀ I ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନାର ସ୍ୱରୂପଭିଲ୍ଲାର ପାତ୍ରସାହିରେ । ଘଟଣାସ୍ଥଳରେ ବାରିପଦା ସଦର ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଆରମ୍ଭ କରିଛି I ଘଟନାନୁସାରେ ସ୍ୱାମୀ ଉମାକାନ୍ତ ପାତ୍ର ଓ ସ୍ତ୍ରୀ ସୁବୁନି ପାତ୍ରଙ୍କ ମଧ୍ୟରେ ପୂର୍ବରୁ ପାରିବାରିକ କଳହ ବହୁ ପୂର୍ବରୁ ଲାଗି ରହିଥିଲା। ଆଜି ସକାଳେ […]
ବାରିପଦା : ପାରିବାରିକ କଳହର କରୁଣ ପରିଣତି I ସ୍ତ୍ରୀ କୁ ହତ୍ୟା ପରେ ଆତ୍ମହତ୍ୟା କଲା ସ୍ୱାମୀ I ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନାର ସ୍ୱରୂପଭିଲ୍ଲାର ପାତ୍ରସାହିରେ । ଘଟଣାସ୍ଥଳରେ ବାରିପଦା ସଦର ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଆରମ୍ଭ କରିଛି I
ଘଟନାନୁସାରେ ସ୍ୱାମୀ ଉମାକାନ୍ତ ପାତ୍ର ଓ ସ୍ତ୍ରୀ ସୁବୁନି ପାତ୍ରଙ୍କ ମଧ୍ୟରେ ପୂର୍ବରୁ ପାରିବାରିକ କଳହ ବହୁ ପୂର୍ବରୁ ଲାଗି ରହିଥିଲା। ଆଜି ସକାଳେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ କଳହ ହେବା ପରେ ମାନସିକ ଭାରସାମ୍ୟ ହରାଇ ସ୍ୱାମୀ ଉମାକାନ୍ତ ସ୍ତ୍ରୀ ସୁବୁନି କୁ କୋଦାଳରେ ହାଣି ଦେଇଥିଲା I ଘଟଣା ସ୍ଥଳରେ ସ୍ତ୍ରୀର ମୄଥୟ ହୋଇଥିଲା I ଏହପାରେ ସ୍ୱାମୀ ଉମାକାନ୍ତ ନିଜ ବେକରେ ଶାଢ଼ୀ ଗୁଡ଼ାଇ ଆତ୍ମହତ୍ୟା କରିଥିଲା I ଗୁରୁବାର ସକାଳ ସମୟରେ ପରିବାର ଲୋକେ ହସ୍ପିଟାଲରୁ ଫେରି ଘର କବାଟ ବାଡେଇଥିଲେ, କିନ୍ତୁ କେହି କବାଟ ଖୋଲିନଥିଲେ। ତେବେ କବାଟ ଭାଙ୍ଗିଲା ବେଳକୁ ଭିତରେ ସ୍ତ୍ରୀର ରକ୍ତାକ୍ତ ମୃତଦେହ ମସିଣା ଉପରେ ପଡିଥିବା ବେଳେ ସ୍ୱାମୀର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା।
ଏହାକୁ ନେଇ ପୁଅ ରଞ୍ଜନ ପାତ୍ର ବାରିପଦା ସଦର ଥାନାରେ ଅଭିଯୋଗକ୍ରମେ କେଶ ନମ୍ବର ୯୩/୨୩ରେ ହତ୍ୟାକାଣ୍ଡ ମାମଲା ରୁଜୁ ଓ କେଶ ନମ୍ବର ୧୪/୨୩ରେ ଏକ ଅପମୃତ୍ୟ ମାମଲା ରୁଜୁ କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଂଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଇଛନ୍ତି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରି ନାହିଁ I




