ସ୍ତ୍ରୀକୁ ଛୁରି ଭୁସି ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ଭୁବନେଶ୍ୱର : ପାରିବାରିକ କଳହରୁ ଜଘନ୍ୟ କାଣ୍ଡ । ସ୍ତ୍ରୀକୁ ଛୁରି ଭୁସି ହତ୍ୟା କରିବା ପରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛି ସ୍ୱାମୀ । ବରଗଡ଼ ଜିଲ୍ଲା ଭଟଲୀ ଥାନା କୁସନପୁରୀ ଗାଁ ବିଜୟା ଛକରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତକ ହେଲେ କିଶୋର ଭୁଏ ଓ ସ୍ତ୍ରୀ ସୁନିତା ଭୁଏ। ଭଟଲି ପୋଲିସ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ତଦନ୍ତ […]

Samaya Live Picture
Published On

ଭୁବନେଶ୍ୱର : ପାରିବାରିକ କଳହରୁ ଜଘନ୍ୟ କାଣ୍ଡ । ସ୍ତ୍ରୀକୁ ଛୁରି ଭୁସି ହତ୍ୟା କରିବା ପରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛି ସ୍ୱାମୀ । ବରଗଡ଼ ଜିଲ୍ଲା ଭଟଲୀ ଥାନା କୁସନପୁରୀ ଗାଁ ବିଜୟା ଛକରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତକ ହେଲେ କିଶୋର ଭୁଏ ଓ ସ୍ତ୍ରୀ ସୁନିତା ଭୁଏ। ଭଟଲି ପୋଲିସ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ତଦନ୍ତ ଆରମ୍ଭ କରିଛି। ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କଳହ ଯୋଗୁଁ ଏଭଳି ଘଟଣା ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସ୍ୱାମୀ ସ୍ତ୍ରୀ ଉଭୟେ ୧୪ ବର୍ଷ ପୂର୍ବରୁ ପ୍ରେମ ବିବାହ କରିଥିଲେ । ତାଙ୍କର ୨ଟି ସନ୍ତାନ ଥିବାବେଳେ ଗତ ୪ ବର୍ଷ ପୂର୍ବରୁ ସେମାନେ ଭଟଲିରେ ଆସି ଭଡା ନେଇ ରହୁଥିଲେ ଇ ଭଟଲି ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

Tags: