ନିଶାସକ୍ତ ଅବସ୍ଥାରେ ସ୍ତ୍ରୀ କୁ ପିଟି ପିଟି ହତ୍ୟା କଲା ସ୍ୱାମୀ

ଔପଦା : ମଦ୍ୟପ ସ୍ୱାମୀର ନାରକୀୟ କାଣ୍ଡ I ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କରିଛି । ଗତକାଲି ବିଳମ୍ବିତ ରାତିରେ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ ଚିଞ୍ଚିଡା ସିଂହ ସାହି ଗ୍ରାମରେ। ମୃତକ ହେଉଛନ୍ତି ଜାନୁ ସିଂ । ଅଭିଯୁକ୍ତ ହତ୍ୟାକାରୀ ସ୍ୱାମୀ ପାଣ୍ଡୁ ସିଂ । ଏନେଇ ଜାନୁ ସିଂଙ୍କ ଭଉଣୀ ଔପଦା ଥାନାରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ଥାନା ଅଧିକାରୀ ସଦଳବଳେ ପହଞ୍ଚି […]

Samaya Live Picture
Published On

ଔପଦା : ମଦ୍ୟପ ସ୍ୱାମୀର ନାରକୀୟ କାଣ୍ଡ I ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କରିଛି । ଗତକାଲି ବିଳମ୍ବିତ ରାତିରେ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ ଚିଞ୍ଚିଡା ସିଂହ ସାହି ଗ୍ରାମରେ। ମୃତକ ହେଉଛନ୍ତି ଜାନୁ ସିଂ । ଅଭିଯୁକ୍ତ ହତ୍ୟାକାରୀ ସ୍ୱାମୀ ପାଣ୍ଡୁ ସିଂ । ଏନେଇ ଜାନୁ ସିଂଙ୍କ ଭଉଣୀ ଔପଦା ଥାନାରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ଥାନା ଅଧିକାରୀ ସଦଳବଳେ ପହଞ୍ଚି ଆସାମୀକୁ ଅଟକ ରଖି ତଦନ୍ତ କରୁଛନ୍ତି ।

ଖବର ଅନୁସାରେ,କିଛି ବର୍ଷ ପୂର୍ବରୁ ପାଣ୍ଡୁ ସିଂ (୫୦) ସେହି ଗ୍ରାମର ଜାନୁ ସିଂ ଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ବିବାହର କିଛି ଦିନ ପରେ ପାଣ୍ଡୁ ମଦ ନିଶାରେ ଆସି ସ୍ତ୍ରୀଙ୍କୁ ସବୁବେଳେ ମାରପିଟ କରୁଥିଲେ । ସେହିଭଳି ଗତକାଲି ବିଳମ୍ବିତ ରାତିରେ ପାଣ୍ଡୁ ମଦ ନିଶାରେ ଆସି ଜାନୁ ସିଂଙ୍କୁ ପିଟି ପିଟି ମାରିଦେଇଥିବାର ସୂଚନା ମିଳିଛି। ଆଗରୁ ପାଣ୍ଡୁ ସିଂ ମଦ୍ୟପାନ କରି ପତ୍ନୀର ହାତକୁ ଭାଙ୍ଗି ଦେବା ସହ ଅନେକ ସମୟରେ ଗଲି ଗୁଲଜ କରୁଥିଲେ । ଆଜି ସକାଳେ ଖବର ପାଇ ଔପଦା ଆଇଆଇସି ଶ୍ରାବଣ କୁମାର ମହାରଣା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ଚଳାଇଛନ୍ତି।

Tags: