ସାପ କାମୁଡ଼ା ଯୋଗୁଁ ମା’ଝିଅଙ୍କ ମୃତ୍ୟୁ ଘଟଣାରେ ସ୍ୱାମୀ ଗିରଫ

ସାନଖେମୁଣ୍ଡି : ଶୋଇବା ଘରେ ସାପ ଛାଡି ସ୍ତ୍ରୀ ଓ ଝିଅଙ୍କୁ ହତ୍ୟା କଲା ସ୍ୱାମୀ I ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏଇଭଳି ଏକ ଚାଞ୍ଚଲ୍ୟକର ଖବର ଶୁଣିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଢେଇବର ଗାଁରେ I ଘଟଣା ଘଟିଥିଲା ଗତ ଅକ୍ଟୋବର ମାସ ୭ ତାରିଖରେ I ଘରେ ଶୋଇଥିବା ସମୟରେ ଘର ଭିତରକୁ କୋଳଥିଆ ନାଗ ସାପ ଛାଡି ମା’ଝିଅଙ୍କୁ ହତ୍ୟା କରାଯାଇଥିଲା I ଆଉ ଏହି ହତ୍ୟା କାଣ୍ଡ ଭିଆଇଥିଲା […]

Samaya Live Picture
Published On

ସାନଖେମୁଣ୍ଡି : ଶୋଇବା ଘରେ ସାପ ଛାଡି ସ୍ତ୍ରୀ ଓ ଝିଅଙ୍କୁ ହତ୍ୟା କଲା ସ୍ୱାମୀ I ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏଇଭଳି ଏକ ଚାଞ୍ଚଲ୍ୟକର ଖବର ଶୁଣିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଢେଇବର ଗାଁରେ I ଘଟଣା ଘଟିଥିଲା ଗତ ଅକ୍ଟୋବର ମାସ ୭ ତାରିଖରେ I ଘରେ ଶୋଇଥିବା ସମୟରେ ଘର ଭିତରକୁ କୋଳଥିଆ ନାଗ ସାପ ଛାଡି ମା’ଝିଅଙ୍କୁ ହତ୍ୟା କରାଯାଇଥିଲା I ଆଉ ଏହି ହତ୍ୟା କାଣ୍ଡ ଭିଆଇଥିଲା ଖୋଦ ମହିଳାଙ୍କ ସ୍ୱାମୀ I ଏନେଇ ତାଙ୍କ ଶ୍ୱଶୁର କବିସୂର୍ଯ୍ୟନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୁକ୍ତ ଜ୍ୱାଇଁ ଅଢେଇବରଗାଁର କେ.ଗଣେଷ ପାତ୍ରଙ୍କୁ ଗିରଫ କରାଯାଇଛି I ଏ ସମ୍ପର୍କରେ ସୂଚନା ଦେଇଛନ୍ତି କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ I

ଘଟନାନୁସାରେ,କବିସୂର୍ଯ୍ୟନଗର ଅଢେଇବରଗାଁର କେ. ଗଣେଷ ପାତ୍ରଙ୍କ ସହିତ ୩ ବର୍ଷ ପୂର୍ବରୁ ବାସନ୍ତୀଙ୍କ ସହିତ ବିବାହ ହୋଇଥିଲା I ସେମାନଙ୍କର ଅଢେଇ ବର୍ଷର ଝିଅଟିଏ ଥିଲା I ତେବେ ଗତ ଅକ୍ଟୋବର ମାସରେ ସ୍ତ୍ରୀ ବାସନ୍ତୀ ଓ ଅଢେଇ ବର୍ଷର ଝଅ ଦେବସ୍ମିତା ବିଷଧର ସାପ କାମୁଡାରେ ମୃତ୍ୟୁବରଣ କରିଥିଲେ I ଏହାପରେ ପୋଲିସ ଘଟଣାର ତଦନ୍ତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା I ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମଧ୍ୟ ସାପକାମୁଡାରେ ମୃତ୍ୟୁ ଘଟିଥିବା ନେଇ ଜଣା ପଡିଥିଲା I ତେବେ ଏହି ଘଟଣାକୁ ସହଜରେ ବିଶ୍ୱାସ କରି ନଥିଲେ ବାସନ୍ତୀଙ୍କ ବାପା I ସେ ସନ୍ଦେହ କରି ଜ୍ୱାଇଁର କାଣ୍ଡକାରନାମା ବିଷୟରେ କବିସୂର୍ଯ୍ୟନଗର ଥାନାରେ ଏତଲା ଦେଇଥିଲେ I ପୋଲିସ ତଦନ୍ତରୁ ଜଣା ପଡିଥିଲା ଅଭିଯୁକ୍ତ କେ.ଗଣେଶ ପାତ୍ରଙ୍କର ଅନ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କ ଥିବାରୁ ସେ ନିଜ ସ୍ତ୍ରୀ ବାସନ୍ତୀଙ୍କ ଛାଡ଼ପତ୍ର ଦେବାକୁ ଚାହୁଁଥିଲେ I କିନ୍ତୁ ଏଥିରେ ବାସନ୍ତୀଙ୍କ ବାପଘର ଲୋକେ ରାଜି ନଥିଲେ I ତେଣୁ ଅଭିଯୁକ୍ତ କେ. ଗଣେଷ ପାତ୍ର ଯୋଜନା ମୁତାବକ ଜଣେ ସାପୁଆ କେଳାଠାରୁ ଏକ କୋଳଥିଆ ନାଗ ସାପ କିଣି ସେମାନଙ୍କ ଶୋଇବା ଘର ଭିତରକୁ ଛାଡି ହତ୍ୟା କରେଇଥିଲା I ଏ ସମ୍ପର୍କରେ କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁଙ୍କ ସୂଚନା ଦେଇଥିବା ବେଳେ ଏହାକୁ ଅଭିଯୁକ୍ତ ଖଣ୍ଡନ କରିଛନ୍ତି I

Tags: