ଦୟା ନଦୀରୁ ମଣିଷ କଙ୍କାଳ ଉଦ୍ଧାର

ଭୁବନେଶ୍ୱର : ଦୟା ନଦୀରୁ ମଣିଷ କଙ୍କାଳ ଉଦ୍ଧାର କରାଯାଇଛି। ଭୁବନେଶ୍ୱର ଉପକଣ୍ଠ ଧଉଳି ଖଟୁଆପଡ଼ା ନିକଟ ଦୟା ନଦୀରୁ ଏହି କଙ୍କାଳ ଉଦ୍ଧାର ହୋଇଛି। କଙ୍କାଳଟିକୁ ରାଶିରେ ବନ୍ଧା ଯାଇଛି I ତେବେ ଏହା ପୁରୁଷ କିମ୍ବା ମହିଳାଙ୍କ କଙ୍କାଳ ତାହା ସ୍ପଷ୍ଟ ହୋଇ ନାହିଁ I ଆଜି ସକାଳେ ଅଖା ଭିତରେ ରଶିରେ ବନ୍ଧା ହେବା ଅବସ୍ଥାରେ କଙ୍କାଳଟି ଦୟାନଦୀ କୂଳରେ ପଡ଼ିଥିବା ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଧଉଳି ଥାନା […]

Samaya Live Picture
Published On

ଭୁବନେଶ୍ୱର : ଦୟା ନଦୀରୁ ମଣିଷ କଙ୍କାଳ ଉଦ୍ଧାର କରାଯାଇଛି। ଭୁବନେଶ୍ୱର ଉପକଣ୍ଠ ଧଉଳି ଖଟୁଆପଡ଼ା ନିକଟ ଦୟା ନଦୀରୁ ଏହି କଙ୍କାଳ ଉଦ୍ଧାର ହୋଇଛି। କଙ୍କାଳଟିକୁ ରାଶିରେ ବନ୍ଧା ଯାଇଛି I ତେବେ ଏହା ପୁରୁଷ କିମ୍ବା ମହିଳାଙ୍କ କଙ୍କାଳ ତାହା ସ୍ପଷ୍ଟ ହୋଇ ନାହିଁ I

ଆଜି ସକାଳେ ଅଖା ଭିତରେ ରଶିରେ ବନ୍ଧା ହେବା ଅବସ୍ଥାରେ କଙ୍କାଳଟି ଦୟାନଦୀ କୂଳରେ ପଡ଼ିଥିବା ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଧଉଳି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ହତ୍ୟାକାଣ୍ଡ ଜନିତ ଘଟଣା କିମ୍ବା ନଦୀରେ ବୁଡ଼ି ମୃତ୍ୟୁ ହୋଇଥିବା କୌଣସି ବ୍ୟକ୍ତିଙ୍କ କଙ୍କାଳ ହୋଇଥାଇ ପାରେ ବୋଲି ସନ୍ଦେହ କରୁଛି ପୁଲିସ।

Tags: