କାଲିମେଳା ଜଙ୍ଗଲରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ମାଲକାନଗିରି :ମାଲକାନଗିରିରେ ଯବାନଙ୍କୁ ବଡ଼ ସଫଳତା । ଓଡ଼ିଶା-ଆନ୍ଧ୍ର ସୀମାରୁ ମାଓ କ୍ୟାମ୍ପ ଠାବ ସହ ବିପୁଳ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ କରିଛନ୍ତି ଡିଭିଏଫ୍ ଯବାନ । ଗୁଇନ୍ଦା ସୂଚନା ମିଳିବା ପରେ ମାଲକାନଗିରି ଏସପି ନୀତେଶ ୱାଧୱାନିଙ୍କ ନିର୍ଦେଶରେ ଡ଼ିଭିଏଫ ବାହିନୀ ଓ ଗୁଇନ୍ଦା ବିଭାଗର କର୍ମଚାରୀମାନେ ମିଳିତ ଅପରେସନ କରିଥିଲେ I କାଲିମେଳା ଥାନା ଦୟାଲତୁଙ୍ଗ ଜଙ୍ଗଲରେ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ । ଏହି ସମୟରେ ଜଙ୍ଗଲରେ ମାଓ କ୍ୟାମ୍ପ […]

Samaya Live Picture
Published On

ମାଲକାନଗିରି :ମାଲକାନଗିରିରେ ଯବାନଙ୍କୁ ବଡ଼ ସଫଳତା । ଓଡ଼ିଶା-ଆନ୍ଧ୍ର ସୀମାରୁ ମାଓ କ୍ୟାମ୍ପ ଠାବ ସହ ବିପୁଳ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ କରିଛନ୍ତି ଡିଭିଏଫ୍ ଯବାନ । ଗୁଇନ୍ଦା ସୂଚନା ମିଳିବା ପରେ ମାଲକାନଗିରି ଏସପି ନୀତେଶ ୱାଧୱାନିଙ୍କ ନିର୍ଦେଶରେ ଡ଼ିଭିଏଫ ବାହିନୀ ଓ ଗୁଇନ୍ଦା ବିଭାଗର କର୍ମଚାରୀମାନେ ମିଳିତ ଅପରେସନ କରିଥିଲେ I କାଲିମେଳା ଥାନା ଦୟାଲତୁଙ୍ଗ ଜଙ୍ଗଲରେ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ । ଏହି ସମୟରେ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ କରିଥିଲେ ଯବାନ । ମାଟି ତଳୁ ଉଦ୍ଧାର ହୋଇଥିଲା ବିପୁଳ ପରିମାଣରେ ମାଓ ସାମଗ୍ରୀ I ଏଗୁଡିକ ମଧ୍ୟରେ ୧୯୦ଟି ଜିଲେଟିନ ଷ୍ଟିକ, ୨୦କେଜି ଓଜନର ଗୋଟିଏ ଆଇଇଡି, ୭କେଜି ଓଜନର ୫ଟି ଆଇଇଡି, ୫କେଜି, ୪କେଜି, ୨କେଜି ଓଜନର ଗୋଟିଏ ଲେଖାଏଁ ଆଇଇଡି, ୩କେଜି ଓଜନର ୩ଟି ଆଇଇଡି ରହିଥିଲା । ଏହାଛଡା କ୍ୟାମ୍ପରୁ ୧୨ଟି ଲ୍ୟାଣ୍ଡମାଇନ୍ ସହ ୧୯୦ଟି ଜିଲୋଟିନ ଷ୍ଟିକ୍ ଓ ବିପୁଳ ପରିମାରଣର ବିସ୍ଫୋରକ ଏବଂ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । ଅପରେସନ ବେଳେ ଯବାନଙ୍କୁ ଦେଖି କ୍ୟାମ୍ପ ଛାଡି ଫେରାର ହୋଇଯାଇଛନ୍ତି ମାଓବାଦୀ ।

Tags: