ମହାରଷ୍ଟ୍ରକୁ ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ
ବ୍ରହ୍ମପୁର : ଗଜପତି ଜିଲ୍ଲା ମୋହନା ଥାନା କମଳାପୁର ପୋଲିସକୁ ଏକ ବଡ ସଫଳତା ମିଳିଛି I ମହାରଷ୍ଟ୍ରକୁ ଚାଲାଣ ବେଳେ ୧୦ କ୍ବିଣ୍ଟାଲରୁ ଉର୍ଧ୍ଵ ଗଞ୍ଜେଇ ଜବତ କରିଛି ପୋଲିସ I ମୋହନା ପୋଲିସ କମଳାପୁର ନାକା ପଏଣ୍ଟରେ ତଲାସୀ କରୁଥିବା ବେଳେ ଏହି ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟିରୁ ଉର୍ଧ୍ଵ ହେବ ବୋଲି ଜଣI ପଡିଛି I ମୋହନା ଥାନା ଅନ୍ତର୍ଗତ ଚଢ଼ିଆପଦା ଗାଁରୁ ବ୍ରହ୍ମପୁର […]
ବ୍ରହ୍ମପୁର : ଗଜପତି ଜିଲ୍ଲା ମୋହନା ଥାନା କମଳାପୁର ପୋଲିସକୁ ଏକ ବଡ ସଫଳତା ମିଳିଛି I ମହାରଷ୍ଟ୍ରକୁ ଚାଲାଣ ବେଳେ ୧୦ କ୍ବିଣ୍ଟାଲରୁ ଉର୍ଧ୍ଵ ଗଞ୍ଜେଇ ଜବତ କରିଛି ପୋଲିସ I ମୋହନା ପୋଲିସ କମଳାପୁର ନାକା ପଏଣ୍ଟରେ ତଲାସୀ କରୁଥିବା ବେଳେ ଏହି ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟିରୁ ଉର୍ଧ୍ଵ ହେବ ବୋଲି ଜଣI ପଡିଛି I ମୋହନା ଥାନା ଅନ୍ତର୍ଗତ ଚଢ଼ିଆପଦା ଗାଁରୁ ବ୍ରହ୍ମପୁର ବାଇପାସ ଦେଇ ମହାରାଷ୍ଟ୍ର ସୋଲାପୁରକୁ ଯାଉଥିଲା ଏହି ଗଞ୍ଜେଇ । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦୁଇ ଜଣ ଦିଗପହଣ୍ଡି ଥାନା ଡୁଡଙ୍ଗପୁର ଗ୍ରାମର ହେମନ୍ତ ସ୍ୱାଇଁ ଏବଂ ମୋହନା ଥାନା ଚଢେୟାପଦା ଗ୍ରାମର ରମେଶ ସୁଆଲସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏମାନଙ୍କ ନିକଟରୁ ଏକ ପିକ୍ ଅପ୍ ଭ୍ୟାନ ସହ ୩୫ ହଜାର ଟଙ୍କା ଏବଂ ମୋବାଇଲ ମଧ୍ୟ ଜବତ ହୋଇଛି । ଏହି ଚୋରା ଚାଲାଣ ରାକେଟରେ ଆନ୍ତଃରାଜ୍ୟ ମାଫିଆ ଜଡ଼ିତ ଥିବାରୁ ଅଧିକ ତଦନ୍ତ କରୁଛି ପୋଲିସ ।




