ବଲାଙ୍ଗୀର ଜେଲରୁ ବିପୁଳ ନିଶାଦ୍ରବ୍ୟ ଜବତ
ବଲାଙ୍ଗୀର : ବଲାଙ୍ଗୀର ଜେଲରେ ପୁଲିସ ବିଭାଗର ବଡଧରଣର ଚଢାଉ। ଚଢ଼ାଉରେ ବେଳେ ସେଠାରୁ ବିପୁଳ ପରିମାଣରେ ନିଶାଦ୍ରବ୍ୟ ସହ ବିଡି,ସିଗାରେଟ ମଧ୍ୟ ଜବତ ହୋଇଛି I ଜେଲରେ ଗ୍ୟାଙ୍ଗଓ୍ବାରର ଖବର ପରେ ଚଢାଉ ଚାଲିଛି। ଗତ ଅଗଷ୍ଟ ୧୬ ତାରିଖରେ ବଲାଙ୍ଗୀର ଜେଲରେ ଗ୍ୟାଙ୍ଗ ୱାର ହୋଇଥିଲା । ଆଜି ଏସପି ଋଷିକେଶ ଖିଲାରିଙ୍କ ନେତୃତ୍ଵରେ ଏହି ରେଡ୍ କରାଯାଉଛି। ଜିଲ୍ଲା ଏସପିଙ୍କ ସହ ମାଜିଷ୍ଟ୍ରେଟ୍ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ଚଢ଼ାଉରେ ଦୁଇ […]
ବଲାଙ୍ଗୀର : ବଲାଙ୍ଗୀର ଜେଲରେ ପୁଲିସ ବିଭାଗର ବଡଧରଣର ଚଢାଉ। ଚଢ଼ାଉରେ ବେଳେ ସେଠାରୁ ବିପୁଳ ପରିମାଣରେ ନିଶାଦ୍ରବ୍ୟ ସହ ବିଡି,ସିଗାରେଟ ମଧ୍ୟ ଜବତ ହୋଇଛି I ଜେଲରେ ଗ୍ୟାଙ୍ଗଓ୍ବାରର ଖବର ପରେ ଚଢାଉ ଚାଲିଛି। ଗତ ଅଗଷ୍ଟ ୧୬ ତାରିଖରେ ବଲାଙ୍ଗୀର ଜେଲରେ ଗ୍ୟାଙ୍ଗ ୱାର ହୋଇଥିଲା । ଆଜି ଏସପି ଋଷିକେଶ ଖିଲାରିଙ୍କ ନେତୃତ୍ଵରେ ଏହି ରେଡ୍ କରାଯାଉଛି। ଜିଲ୍ଲା ଏସପିଙ୍କ ସହ ମାଜିଷ୍ଟ୍ରେଟ୍ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ଚଢ଼ାଉରେ ଦୁଇ ପ୍ଲାଟୁନ୍ ପୁଲିସ୍ ଫୋର୍ସ, ୯ ଅଫିସର ସାମିଲ୍ ହୋଇଛନ୍ତି। ତେବେ ଏହି କାରନାମାରେ ଜେଲ କର୍ମଚାରୀ ଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।
ସୂଚନାନୁସାରେ, ଶୁକ୍ରବାର ଦିନ ଜେଲରେ କୁଖ୍ୟାତ ଅବରାଧୀ ବବୁଲ ମହାନନ୍ଦଙ୍କୁ ଅନ୍ୟ ଏକ ଗୋଷ୍ଠୀ ଆକ୍ରମଣ କରିଥିଲେ । ଏହି ଘଟଣା ପରେ ଆଜି ସକାଳ ୬ ଟା ସମୟରେ ବଲାଙ୍ଗିର ଏସପି ଅଚାନକ ଜେଲ ପରିଦର୍ଶନରେ ଆସିଥିଲେ । ତାଙ୍କ ସହିତ ଆଡିସନାଲ ମାଜିଷ୍ଟ୍ରେଟ, ବଲାଙ୍ଗିର ଏସଡିପିଓ, ଟାଉନ ଥାନା ଆଇଆଇସି ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଜେଲ ଭିତରେ ବୁଲି ପ୍ରତି ୱାର୍ଡକୁ ଯାଞ୍ଚ କରିଥିଲେ। ବଲାଙ୍ଗିର ଜେଲର ସୁପରିଟେଣ୍ଡେଣ୍ଟ ସର୍ବେଶ୍ୱର ସାହୁ କହିଛନ୍ତି, ଆସାମୀମାନଙ୍କୁ ଚେକିଂ କରାଯାଇ ଭିତରକୁ ଛଡ଼ାଯାଉଛି। ଏହା ସତ୍ତ୍ୱେ ବି ଆସାମୀ ମାନେ ଲୁଚାଇକି ନିଶାଦବ୍ୟ ଭିତରକୁ ନେଇଯାଉଛନ୍ତି । ବର୍ତ୍ତମାନ ଏହାକୁ କଡାକଡି କରାଯିବ ।




