ହଷ୍ଟେଲ ନିର୍ମାଣ ଅର୍ଥ ଆତ୍ମସାତ : ସ୍ପେଶାଲ କ୍ଲାସ୍ କଣ୍ଟ୍ରାକ୍ଟର ଗିରଫ

ଭୁବନେଶ୍ୱର : ହଷ୍ଟେଲ ନିର୍ମାଣ କାର୍ଯ୍ୟରେ ବଡ଼ ଧରଣର ଦୁର୍ନୀତି । ନିମ୍ନମାନର କାମ କରି ସରକାରୀ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ସମ୍ପୃକ୍ତ ଠିକାରଦା ଓ ତାଙ୍କ ସହଯୋଗୀ ଗିରଫ । ସରକାରୀ ପାଣ୍ଠି ଆତ୍ମସାତ କରିଥିବା ଅଭିଯୋଗରେ ରାଉରକେଲାରୁ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ବିଜୟ ଅଗ୍ରୱାଲ ଓ ତାଙ୍କ ସହଯୋଗୀ ଦୀପକ ଅଗ୍ରୱାଲଙ୍କୁ ଭିଜିଲାନ୍ସ ଗିରଫ କରିଛି । ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ପାଇଁ ନିମ୍ନ ମାନର ହଷ୍ଟେଲ ନିର୍ମାଣ କରି ସରକାରୀ ଅର୍ଥକୁ […]

Samaya Live Picture
Published On

ଭୁବନେଶ୍ୱର : ହଷ୍ଟେଲ ନିର୍ମାଣ କାର୍ଯ୍ୟରେ ବଡ଼ ଧରଣର ଦୁର୍ନୀତି । ନିମ୍ନମାନର କାମ କରି ସରକାରୀ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ସମ୍ପୃକ୍ତ ଠିକାରଦା ଓ ତାଙ୍କ ସହଯୋଗୀ ଗିରଫ । ସରକାରୀ ପାଣ୍ଠି ଆତ୍ମସାତ କରିଥିବା ଅଭିଯୋଗରେ ରାଉରକେଲାରୁ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ବିଜୟ ଅଗ୍ରୱାଲ ଓ ତାଙ୍କ ସହଯୋଗୀ ଦୀପକ ଅଗ୍ରୱାଲଙ୍କୁ ଭିଜିଲାନ୍ସ ଗିରଫ କରିଛି । ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ପାଇଁ ନିମ୍ନ ମାନର ହଷ୍ଟେଲ ନିର୍ମାଣ କରି ସରକାରୀ ଅର୍ଥକୁ ଆତ୍ମସାତ କରିଥିଲେ ଏହି ଦୁଇଜଣ I

ସୂଚନାନୁସାରେ,ସୋନପୁର ଜିଲ୍ଲାରେ ଅନୁସୂଚିତ ଜାତିର ଛାତ୍ରଛାତ୍ରୀମାନଙ୍କ ପାଇଁ ୪ଟି ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣରେ ବଡ଼ ଧରଣର ଦୁର୍ନୀତି ହୋଇଛି । ୪ଟି ହଷ୍ଟେଲରେ ଅତ୍ୟନ୍ତ ନିମ୍ନ ମାନର କାମ ହୋଇଛି । ହଷ୍ଟେଲରେ ବ୍ରାଣ୍ଡେଡ୍ ଓ ଦାମୀ କମ୍ପାନୀର ଉପକରଣ ବ୍ୟବହାର ପାଇଁ ନିର୍ଦ୍ଦେଶ ଥିବା ବେଳେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଥିବା ଅଭିଯୋଗ ରହିଛି । ପୂର୍ବରୁ ଭିଜିଲାନ୍ସ ତଦନ୍ତ ଆରମ୍ଭ ପରେ ବିଜୟ ଓ ଦୀପକ ବଳାଙ୍ଗୀର ବାସଭବନରୁ ଫେରାର ହୋଇଯାଇଥିଲେ । ରାଉରକେଲାରୁ ଉଭୟଙ୍କୁ ଭିଜିଲାନ୍ସ ଗିରଫ କରିଛି । ଏବେ ଉଭୟଙ୍କୁ ଗିରଫ କରି କଟକସ୍ଥିତ ଭିଜିଲାନ୍ସ ଅଫିସକୁ ଆଣି ତଦନ୍ତ ଜାରି ରହିଛି I

Tags: