ଲିଭ-ଇନ ର ଭୟଙ୍କର ପରିଣତି,ପ୍ରେମିକାଙ୍କୁ ମାରି ଖଟ ବକ୍ସ ରେ ଲୁଚାଇଦେଲା ପ୍ରେମିକ
ମହାରାଷ୍ଟ୍ର : ଲିଭ-ଇନ ସମ୍ପର୍କର ଭୟଙ୍କର ପରିଣତି ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି I ଆଜି ଦିଲ୍ଲୀର ନିକି ଯାଦବ ଘଟଣା ପରେ ମହାରାଷ୍ଟ୍ରରୁ ଆସିଛି ପୁଣି ଏକ ଭୟଙ୍କର ଘଟଣା Iଜଣେ ୩୭ ବର୍ଷୀୟା ମହିଳାଙ୍କୁ ତାଙ୍କ ଲିଭ-ଇନ ପାର୍ଟନର ହତ୍ୟା କରି ଖଟ ତଳେ ଥିବା ବକ୍ସ ରେ ଲୁଚାଇ ରଖିଥିଲା I ଏହା ପରେ ପ୍ରେମିକ ଜଣକ ଘରର ଆସବାବ ପତ୍ର ବିକ୍ରି କରି ଫେରାର ହୋଇ ଯାଇଥିବାବେଳେ ପୋଲିସ ହାତରେ […]
ମହାରାଷ୍ଟ୍ର : ଲିଭ-ଇନ ସମ୍ପର୍କର ଭୟଙ୍କର ପରିଣତି ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି I ଆଜି ଦିଲ୍ଲୀର ନିକି ଯାଦବ ଘଟଣା ପରେ ମହାରାଷ୍ଟ୍ରରୁ ଆସିଛି ପୁଣି ଏକ ଭୟଙ୍କର ଘଟଣା Iଜଣେ ୩୭ ବର୍ଷୀୟା ମହିଳାଙ୍କୁ ତାଙ୍କ ଲିଭ-ଇନ ପାର୍ଟନର ହତ୍ୟା କରି ଖଟ ତଳେ ଥିବା ବକ୍ସ ରେ ଲୁଚାଇ ରଖିଥିଲା I ଏହା ପରେ ପ୍ରେମିକ ଜଣକ ଘରର ଆସବାବ ପତ୍ର ବିକ୍ରି କରି ଫେରାର ହୋଇ ଯାଇଥିବାବେଳେ ପୋଲିସ ହାତରେ ଧରା ପଡିଛି I
ଘଟଣା ଅନୁସାରେ,ଗତ ୩ ବର୍ଷ ଧରି ମୁମ୍ବାଇରେ ଲିଭ-ଇନ ରେ ରହୁଥିଲେ ମେଘା ଓ ହାର୍ଦ୍ଦିକ I ମେଘା ସ୍ଥାନୀୟ ଏକ ହସ୍ପିଟାଲ ରେ ନର୍ସ ହୋଇଥିବାବେଳେ ହାର୍ଦ୍ଦିକ ବେକାର ଥିଲେ I ସବୁକିଛି ଠିକ୍ ଚାଲିଥିବା ବେଳେ ଗତ ଏକ ମାସ ହେବ ଉଭୟଙ୍କ ମଧ୍ୟରେ ପଇସାକୁ ନେଇ ବାରମ୍ବାର ଝଗଡା ହେଉଥିଲା । ଏହାକୁ ନେଇ ହାର୍ଦ୍ଦିକ ସବୁବେଳେ ଚିନ୍ତିତ ରହୁଥିଲା I ତେବେ ଗତ ୧୩ ତାରିଖ ଦିନ ଝଗଡା ଉଗ୍ରରୂପ ନେବାରୁ ମେଘାଙ୍କ ହତ୍ୟା କରିଥିଲା ହାର୍ଦ୍ଦିକ I ଏହାପରେ ମୃତ ଦେହକୁ ନିଜ ଖଟରେ ଥିବା ବକ୍ସ ଭିତରେ ରଖିଦେଇଥିଲା I ଏହାପରେ ଘରର କିଛି ଜିନିଷ ପତ୍ର ବିକ୍ରି କରିଦେଇ ଟ୍ରେନ ଯୋଗେ ପଳାଇ ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ହାର୍ଦ୍ଦିକର ଲୋକେସନ ଟ୍ରାକ୍ କରିଥିଲା। ହାର୍ଦ୍ଦିକ ଟ୍ରେନ୍ରେ ଯାତ୍ରା କରୁଥିବା ସମୟରେ ମଧ୍ୟପ୍ରଦେଶର ନାଗଡା ଠାରେ ରେଲ୍ୱେ ପୋଲିସ ତାଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ମୁମ୍ବାଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି I




