୨ ଦିନିଆ ରିମାଣ୍ଡରେ ଗଲେ ହନିଟ୍ରାପ୍‌ କୁଇନ ଇରାନୀ ପାତ୍ରଙ୍କ ସ୍ବାମୀ

ଭୁବନେଶ୍ୱର : ଖୋଲିବ ହନିଟ୍ରାପ୍‌ କୁଇନ ଇରାନୀ ପାତ୍ରଙ୍କ କଳା କାରନାମା I ୨ ଦିନିଆ ରିମାଣ୍ଡରେ ଗଲା ଇରାନିଙ୍କ ସ୍ବାମୀ ନିଶିକାନ୍ତ ପାତ୍ର ଓରଫ ବାପି। ନିଶିକାନ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବାପାଇଁ ଅନୁମତି ମିଳିଛି । ତମଣ୍ଡୋ ପୁଲିସ ଶନିବାର ଅଦାଲତରେ ଆବେଦନ କରିଥିଲା । ସୋମବାର ଅଦାଲତ ମାତ୍ର ୨ଦିନ ରିମାଣ୍ଡ ନେବାକୁ ଅନୁମତି ଦେଇଛନ୍ତି । ମଙ୍ଗଳବାର ସକାଳ ୧୦ଟାରେ ଝାରପଡ଼ା ଜେଲ୍‌ରୁ ବାପିକୁ ଅଣାଯାଇଥିଲା । ତମାଣ୍ଡୋ ଥାନାରେ ଜେରା […]

Samaya Live Picture
Published On

ଭୁବନେଶ୍ୱର : ଖୋଲିବ ହନିଟ୍ରାପ୍‌ କୁଇନ ଇରାନୀ ପାତ୍ରଙ୍କ କଳା କାରନାମା I ୨ ଦିନିଆ ରିମାଣ୍ଡରେ ଗଲା ଇରାନିଙ୍କ ସ୍ବାମୀ ନିଶିକାନ୍ତ ପାତ୍ର ଓରଫ ବାପି। ନିଶିକାନ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବାପାଇଁ ଅନୁମତି ମିଳିଛି । ତମଣ୍ଡୋ ପୁଲିସ ଶନିବାର ଅଦାଲତରେ ଆବେଦନ କରିଥିଲା । ସୋମବାର ଅଦାଲତ ମାତ୍ର ୨ଦିନ ରିମାଣ୍ଡ ନେବାକୁ ଅନୁମତି ଦେଇଛନ୍ତି । ମଙ୍ଗଳବାର ସକାଳ ୧୦ଟାରେ ଝାରପଡ଼ା ଜେଲ୍‌ରୁ ବାପିକୁ ଅଣାଯାଇଥିଲା । ତମାଣ୍ଡୋ ଥାନାରେ ଜେରା କରାଯାଇଛି । ଏଯାଏ ଇରାନି ହନି ଟ୍ରାପ ମାମଲାରେ ୫ ଜଣ ଗିରଫ ହୋଇଛନ୍ତି।

ନିଶିକାନ୍ତ ଓ ଇରାନୀ କେତୋଟି ବ୍ୟାଙ୍କ ଆକାଉଣ୍ଟରେ କେତେ ଟଙ୍କା ଠକିଛନ୍ତି, ସମସ୍ତଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଡିଟେଲ୍ସ ପାଇଁ ଚିଠି ଲେଖିବ ତମଣ୍ଡୋ ଥାନା ପୋଲିସ। କାରଣ ସମସ୍ତଙ୍କ ଠାରୁ ବ୍ୟାଙ୍କ ଆକାଉଣ୍ଟ ଜରିଆରେ କେତେ ଟଙ୍କା ନେଇଛନ୍ତି ତା’ର ସଠିକ ତଥ୍ୟ ଏପର୍ଯ୍ୟନ୍ତ ପୋଲିସର ହସ୍ତଗତ ହୋଇ ନାହିଁ I ସେହିପରି ଯାହା ମିଳିଛି, ସେସବୁ ଅନ୍‌ଲାଇନ୍‌ ଆପ୍‌ ଜରିଆରେ ହୋଇଥିବା ଟଙ୍କା ନେଣଦେଣର ହିସାବ । ଇରାନୀଙ୍କ ଫୋନ୍‌ ପେ ଆକାଉଣ୍ଟ ଯାଞ୍ଚରୁ ପୁଲିସ ଜାଣିବାକୁ ପାଇଛି, ଗତ ମାସରେ ତାଙ୍କ ଏହି ଅନ୍‌ଲାଇନ୍‌ ଆକାଉଣ୍ଟକୁ ୩ ଲକ୍ଷ ଟଙ୍କା ଆସିଛି । ଠକେଇର ଶିକାର ଡାକ୍ତର ସୁବାସ ଚନ୍ଦ୍ର ପଣ୍ଡା ଏହା ଦେଇଥିଲେ । ବକେୟା ୭ ଲକ୍ଷ ଟଙ୍କା କାହା ଆକାଉଣ୍ଟକୁ ଯାଇଛି ? ସେନେଇ ମଧ୍ୟ ଜେରା କରାଯାଇଛି । କେତେ ଜଣଙ୍କ ଠାରୁ UPI ଆକାଉଣ୍ଟରେ କେତେ ଟଙ୍କା ନେଇଛନ୍ତି। କେତେ କ୍ୟାସରେ ନେଇଛନ୍ତି। ଏହି ଟଙ୍କା କେଉଁଠି ଲଗାଇଛନ୍ତି। ଏହି ଗ୍ୟାଙ୍ଗରେ ଆଉ କିଏ କିଏ ଅଛନ୍ତି । ଏହି ରାକେଟରେ ଅନ୍ୟ ମହିଳା ଓ ଯୁବତୀଙ୍କୁ ଲଗାଇ ମୋଟା ଅଙ୍କର ଅର୍ଥ ଉପାର୍ଜନ କରୁଥିଲେ କି? ରିମାଣ୍ଡ ସମୟରେ ଏସବୁ ପଚରାଉଚୁରା କରିବ ତମଣ୍ଡୋ ପୋଲିସ ।

 

Tags: