ହନିଟ୍ରାପ କୁଇନ ଇରାନୀର ଫିଟୁଛି ଗୁମର
ଭୁବନେଶ୍ୱର : ଧୀରେ ଧୀରେ ହନିଟ୍ରାପ୍ କୁଇନ ଇରାନୀର ମାୟାଜାଲର ଗୁମର ଫିଟୁଛି I କେଉଁ ଭଳି ଭାବରେ ସେ କାହାକୁ କାହାକୁ ନିଜ ଜାଲରେ ଫସାଉ ଥିଲା ଗୋଟିଏ ପରେ ଗୋଟିଏ କାରନାମା ପଦାକୁ ଆସୁଛି I ଡେଟିଂ ସାଇଟର ଆକ୍ଟିଭ ମେମ୍ବର ଥିଲା ଇରାନୀ I ପ୍ରତିଦିନ ୧୦-୧୨ଜଣଙ୍କ ସହ ଭିଡିଓ କଲ୍ରେ କଥା ହେଉଥିଲେ । ଦେଢ଼ ଲକ୍ଷ ଟଙ୍କାର ମୋବାଇଲ ବ୍ୟବହାର କରୁଥିଲା ଇରାନୀ । କିଛି ଦିନର ବାର୍ତ୍ତାଳାପ ପରେ […]
ଭୁବନେଶ୍ୱର : ଧୀରେ ଧୀରେ ହନିଟ୍ରାପ୍ କୁଇନ ଇରାନୀର ମାୟାଜାଲର ଗୁମର ଫିଟୁଛି I କେଉଁ ଭଳି ଭାବରେ ସେ କାହାକୁ କାହାକୁ ନିଜ ଜାଲରେ ଫସାଉ ଥିଲା ଗୋଟିଏ ପରେ ଗୋଟିଏ କାରନାମା ପଦାକୁ ଆସୁଛି I ଡେଟିଂ ସାଇଟର ଆକ୍ଟିଭ ମେମ୍ବର ଥିଲା ଇରାନୀ I ପ୍ରତିଦିନ ୧୦-୧୨ଜଣଙ୍କ ସହ ଭିଡିଓ କଲ୍ରେ କଥା ହେଉଥିଲେ । ଦେଢ଼ ଲକ୍ଷ ଟଙ୍କାର ମୋବାଇଲ ବ୍ୟବହାର କରୁଥିଲା ଇରାନୀ । କିଛି ଦିନର ବାର୍ତ୍ତାଳାପ ପରେ ସିଧା ନ୍ୟୁଡ୍ କଲ୍ ପାଇଁ ଅଫର୍ ଦେଉଥିଲା I ନ୍ୟୁଡ଼ ଭିଡିଓ କଲବେଳେ ନିଜେ ମଦ ପିଉଥିଲା ଇରାନୀ I ଟାର୍ଗେଟରେ ଥିଲେ ବିଲ୍ଡର, ଠିକାଦାର, ଛାତ୍ର I ଏହା ସହିତ ନକଲି ସୋସିଆଲ ଆକାଉଣ୍ଟ ଖୋଲି ନିଜକୁ ଟେଲି ଅଭିନେତ୍ରୀ ର ପରିଚୟ ଦେଇ ବଡ଼ ବଡ଼ିଆଙ୍କୁ ଫସାଉ ଥିଲେ I ଇରାନୀ ଅଧିକାଂଶ ଲୋକଙ୍କୁ ରାତିବେଳା ଭିଡିଓ କଲ୍ କରୁଥିଲେ । ଏହାପରେ ନାରଗୋଦାସ୍ଥିତ ଭଡ଼ାଘରକୁ ଏକାନ୍ତରେ ଭେଟିବାକୁ ଅଫର ଦେଉଥିଲେ । ଏନେଇ ପୋଲିସ ଜବତ କରିଥିବା ଇ-ଗାଜେଟ୍ ଯାଞ୍ଚରୁ ଜାଣିବାକୁ ପାଇଛି I ସେହିପରି ଜବତ ହୋଇଥିବା ୨ଟି ମୋବାଇଲ ଏସଏଫଏସଏଲକୁ ପଠାଇବ ପୋଲିସ ।
ଇରାନୀଙ୍କ ପାଖରୁ ଜବତ ହୋଇଥିବା ଏହି ମୋବାଇଲରେ ବହୁ ଗୁରୁିତ୍ୱପୂଣ୍ଣ ତଥ୍ୟ ରହିଛି । ଏଭଳି ବହୁ ଲୋକଙ୍କ ସହ ଫଟୋ ରହିଥିବା ଜଣାପଡ଼ିଛି । ସେହିଭଳି ଫେସବୁକ୍ ମେସେଂଜର, ହ୍ୱାଟସଆପ୍ ଚାଟ୍ରେ ମଧ୍ୟ ବହୁ ତଥ୍ୟ ରହିଛି । ଇରାନୀ ପାତ୍ର, ତାଙ୍କ ସ୍ୱାମୀ ଓ ଅନ୍ୟ ଦୁଇ ସହେଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ୍ । ତେବେ ଏହି ଗ୍ୟାଙ୍ଗରେ ଆଉ କିଏ କିଏ ସାମିଲ ଅଛନ୍ତି । ରିମାଣ୍ଡରେ ଆସିବା ପରେ ଠକେଇ ସାମ୍ରାଜ୍ୟର ଗୁମର ଖୋଲିବ ସ୍ୱାମୀ ନିଶିକାନ୍ତ ପାତ୍ରକୁ ରିମାଣ୍ଡରେ ଆଣି ଜେରା କରିବ ତମାଣ୍ଡୋ ପୋଲିସ। ଭୁବନେଶ୍ୱର ଏସଡିଜେଏମ ରେ ୫ ଦିନ ରିମାଣ୍ଡ ପାଇଁ ଆବେଦନ କରିଛି ପୋଲିସ ସେହିପରି ୫ ଅଭିଯୁକ୍ତଙ୍କ ସିଡ଼ିଆର ଆନାଲିସିସ ପାଇଁ ଚାଲିଛି ଖୋଳତାଡ଼।




