ହନି ଟ୍ରାପ କୁଇନ ଇରାନୀ ,ରିମାଣ୍ଡରେ ଯିବେ ସ୍ୱାମୀ ନିଶିକାନ୍ତ

ଭୁବନେଶ୍ୱର : ଅର୍ଚ୍ଚନା ନାଗଙ୍କ ପରେ ଆଉ ଜଣେ ହନି ଟ୍ରାପ କୁଇନ ଇରାନୀ ପାତ୍ର I ଦୁହିଁଙ୍କର କାମ ସମାନ I କେବଳ ମାତ୍ର ନାଁ ଅଲଗା I ଉଭୟଙ୍କ କ୍ଷେତ୍ରରେ ସହଯୋଗୀ ଥିଲେ ସ୍ୱାମୀ I ବଡ଼ ବଡ଼ିଆଙ୍କୁ ଫସାଇ ଆଦାୟ କରୁଥିଲେ ମୋଟା ଅଙ୍କର ଅର୍ଥ I ତାଙ୍କ ଜାଲରେ ଫସିଥିଲେ ,ଡାକ୍ତର,ବ୍ୟବସାୟୀ,ଛାତ୍ର I ବ୍ୟବସାୟ ଭୁବନେଶ୍ୱର ଠାରୁ କେଉଁଝର ଓ କେନ୍ଦ୍ରାପଡ଼ାକୁ ମାଡ଼ିଥିବାବେଳେ,ମାଧ୍ୟମ ଥିଲା ସୋସିଆଲ ମିଡ଼ିଆ I ପ୍ରଥମେ ଫେସବୁକରେ […]

Samaya Live Picture
Published On

ଭୁବନେଶ୍ୱର : ଅର୍ଚ୍ଚନା ନାଗଙ୍କ ପରେ ଆଉ ଜଣେ ହନି ଟ୍ରାପ କୁଇନ ଇରାନୀ ପାତ୍ର I ଦୁହିଁଙ୍କର କାମ ସମାନ I କେବଳ ମାତ୍ର ନାଁ ଅଲଗା I ଉଭୟଙ୍କ କ୍ଷେତ୍ରରେ ସହଯୋଗୀ ଥିଲେ ସ୍ୱାମୀ I ବଡ଼ ବଡ଼ିଆଙ୍କୁ ଫସାଇ ଆଦାୟ କରୁଥିଲେ ମୋଟା ଅଙ୍କର ଅର୍ଥ I ତାଙ୍କ ଜାଲରେ ଫସିଥିଲେ ,ଡାକ୍ତର,ବ୍ୟବସାୟୀ,ଛାତ୍ର I ବ୍ୟବସାୟ ଭୁବନେଶ୍ୱର ଠାରୁ କେଉଁଝର ଓ କେନ୍ଦ୍ରାପଡ଼ାକୁ ମାଡ଼ିଥିବାବେଳେ,ମାଧ୍ୟମ ଥିଲା ସୋସିଆଲ ମିଡ଼ିଆ I ପ୍ରଥମେ ଫେସବୁକରେ ବନ୍ଧୁତା, ପରେ ହ୍ୱାଟ୍ସଆପରେ ସମ୍ପର୍କ ଓ ତାପରେ ଘରକୁ ଆସିବାକୁ ନିମନ୍ତ୍ରଣ ଦେଉଥିଲେ । ଏହାପରେ ସଙ୍ଘବଦ୍ଧ ଆକ୍ରମଣ, ଅପହରଣ ଓ ବ୍ଲାକମେଲିଂ କରୁଥିଲେ । ଏଭଳି ଢଙ୍ଗରେ ଲୋକମାନଙ୍କୁ ଫଶାଇ ଟଙ୍କା ଲୁଟ କରିଛନ୍ତି ଇରାନୀ ଓ ତାଙ୍କ ଗ୍ୟାଙ୍ଗ ।
ଶେଷରେ ଘଟଣା ଯାଇ ତମାଣ୍ଡୋ ଥାନାରେ ପହଁଚିଛି I

ଦୁଇଦିନ ତଳେ ରାଜଧାନୀର ଜଣେ ଡାକ୍ତରଙ୍କୁ ଘରକୁ ଡାକି, ପରେ ତାଙ୍କୁ ହନିଟ୍ରାପରେ ଫସେଇ ୯ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଇରାନୀ ପାତ୍ର ଏବଂ ତାଙ୍କ ସ୍ୱାମୀ । ଏପରିକି ୨୫ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ରଖିଥିବା ଅଭିଯୋଗ ପରେ ଇରାନୀ ଓ ତାଙ୍କ ସ୍ୱାମୀ ନିଶିକାନ୍ତ ପାତ୍ରଙ୍କ ସହ ୪ ଜଣଙ୍କୁ ଗିରଫ କରିଥିଲା ତମାଣ୍ଡୋ ପୋଲିସ । ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଇରାନୀ ହନିଟ୍ରାପର ଶିକାର ହୋଇଥିବା ଜଣଙ୍କ ପରେ ଜଣେ ଆସି ଥାନାରେ ଅଭିଯୋଗ କରୁଛନ୍ତି । ସ୍ୱାମୀ ନିଶିକାନ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆଜି କୋର୍ଟରେ ଆଦେବନ କରିବ ତମାଣ୍ଡୋ ପୋଲିସ । ସ୍ୱାମୀଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବ ପୋଲିସ । ଏହା ପରେ ଇରାନୀଙ୍କୁ ରିମାଣ୍ଡରେ ଆଣିପାରେ ପୋଲିସ ।

ଅନ୍ୟପଟେ ଇରାନୀ ନିକଟରୁ ଜବତ ହୋଇଥିବା ୨ଟି ମୋବାଇଲ ଏସଏଫଏସଏଲକୁ ପଠାଇବ ପୋଲିସ । ଜବତ ହୋଇଥିବା ଏହି ମୋବାଇଲରେ ବହୁ ଗୁରୁିତ୍ୱପୂଣ୍ଣ ତଥ୍ୟ ତଥା ବହୁ ଲୋକଙ୍କ ସହ ଫଟୋ ରହିଥିବା ଜଣାପଡ଼ିଛି । ସେହିପରି ଇରାନୀ ପାତ୍ରର ହ୍ୱାଟସ୍‌ଆପ୍‌, ଇନ୍‌ଷ୍ଟାଗ୍ରାମ, ଫେସ୍‌ବୁକ୍‌ ମେସେଞ୍ଜରରେ ଏକାଧିକ ନେତା,ମନ୍ତ୍ରୀ ଓ ଜଣେ ଆଇପିଏସ୍‌ଙ୍କ ଶାଳକଙ୍କ ସହ ଚାଟ୍‌ କରିଥିବା ତଥ୍ୟ ଗୋଟାଇଛି ପୁଲିସ୍‌ । ସମ୍ପୃକ୍ତ ଶାଳକ ଜଣକ କିଛି ଦିନ ତଳେ ନାରଗୋଦାସ୍ଥିତ ଭଡ଼ାଘରକୁ ଯାଇଥିବାର ସୁରାକ୍‌ ମିଳିଛି । ଆଇପିଏସ୍‌ଙ୍କ ଅଭିଯୋଗକ୍ରମେ ପୁଲିସ ଇରାନୀ ଗ୍ୟାଙ୍ଗର ପର୍ଦ୍ଦାଫାସ୍‌ ପାଇଁ ଅଣ୍ଟା ଭିଡି଼ଥିଲା । ତେବେ ଶାଳକ ଠକେଇର ଶିକାର ହୋଇଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ ।

Tags: