ପୁରୁଷ ବନ୍ଧୁଙ୍କ ନାଁରେ ଥାନାରେ ଅଭିଯୋଗ କଲେ ଓଲିଉଡ଼ ଅଭିନେତ୍ରୀ
ଭୁବନେଶ୍ୱର : ଓଲିଉଡର ଜଣେ ଆଗଧାଡିର ନାୟିକା ତାଙ୍କ ପୁରୁଷ ବନ୍ଧୁଙ୍କ ନାଁରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ I ଲକ୍ଷ୍ମୀ ସାଗର ଥାନାର ଦ୍ୱାରସ୍ଥ ହୋଇ ସେ ତାଙ୍କ ପୁରୁଷବନ୍ଧୁଙ୍କ ଦ୍ବାରା ଯୌନନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି। ପୁରୁଷ ବନ୍ଧୁଙ୍କ ସହିତ ତାଙ୍କର ଥିଲା ନିବିଡ଼ ସମ୍ପର୍କ I ଅଭିନେତ୍ରୀଙ୍କ ପୁରୁଷବନ୍ଧୁ ଜଣେ ଫିଲ୍ମ ନିର୍ମାତା । ତେବେ ସମ୍ପର୍କ ନିବିଡ ହେବା ପରେ ପୁରୁଷ ବନ୍ଧୁ ତାଙ୍କ ଭିଡ଼ିଓ ଭାଇରାଲ କରିଥିବା ସେ ଅଭିଯୋଗ […]
ଭୁବନେଶ୍ୱର : ଓଲିଉଡର ଜଣେ ଆଗଧାଡିର ନାୟିକା ତାଙ୍କ ପୁରୁଷ ବନ୍ଧୁଙ୍କ ନାଁରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ I ଲକ୍ଷ୍ମୀ ସାଗର ଥାନାର ଦ୍ୱାରସ୍ଥ ହୋଇ ସେ ତାଙ୍କ ପୁରୁଷବନ୍ଧୁଙ୍କ ଦ୍ବାରା ଯୌନନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି। ପୁରୁଷ ବନ୍ଧୁଙ୍କ ସହିତ ତାଙ୍କର ଥିଲା ନିବିଡ଼ ସମ୍ପର୍କ I ଅଭିନେତ୍ରୀଙ୍କ ପୁରୁଷବନ୍ଧୁ ଜଣେ ଫିଲ୍ମ ନିର୍ମାତା । ତେବେ ସମ୍ପର୍କ ନିବିଡ ହେବା ପରେ ପୁରୁଷ ବନ୍ଧୁ ତାଙ୍କ ଭିଡ଼ିଓ ଭାଇରାଲ କରିଥିବା ସେ ଅଭିଯୋଗ କରିଛନ୍ତି । ଏ ପରିକି ତାଙ୍କ ପୁରୁଷ ବନ୍ଧୁ ଅଭିନେତ୍ରୀଙ୍କ ସୁଟିଂ ସେଟରେ ପହଁଚି ହଙ୍ଗାମା କରୁଛନ୍ତି । ଧମକ ଚମକ ଦେଉଛନ୍ତି । ଏନେଇ ଲକ୍ଷ୍ମୀସାଗର ଥାନା ପୋଲିସ ଏକ ମାମଲା ରୁଜୁ କରିଛି ।
ସୂଚନା ଅନୁସାରେ, ଅଭିନେତ୍ରୀ ଜଣକ ୨୦୧୫ ରୁ ଓଲିଉଡ଼ ରେ ଅଭିନୟ କରି ଆସୁଛନ୍ତି I ଏହା ସହିତ ସେ ଅନେକ ଟେଲି ସିରିଏଲ ଏବଂ ବିଜ୍ଞାପନରେ ମଧ୍ୟ କାମ କରିଛନ୍ତି I ଏହାପରେ ସେ ଏକ ଜାତୀୟ ଚ୍ୟାନେଲରେ କାମ କରୁଥିବା ସମୟରେ ୨୦୧୯ରୁ ପୁରୁଷ ବନ୍ଧୁଙ୍କ ସହିତ ଦେଖା ହୋଇ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଅଭିନେତ୍ରୀଙ୍କ ପରିବାର ସହିତ ମଧ୍ୟ ତାଙ୍କ ପୁଋଷବନ୍ଧୁ ଙ୍କ ଭଲ ମିଳାମିଶା ଥିଲା I ତେବେ କିଛି ନାମାଦାମୀ ସିନେ ନିର୍ମାତାଙ୍କ ସହ ହୋଇଥିବା ଚୁକ୍ତିନାମାକୁ ସେ ଏଡାଇ ଯିବାକୁ କହିଥିଲେ । ବଡ଼ ପ୍ରଯୋଜକ ସଂସ୍ଥା ସହ କୌଣସି ଫିଲ୍ମ ସାଇନ କରାଇଦେଉନଥିଲେ। ପୁରୁଷ ବନ୍ଧୁଙ୍କ ମନମାନିକୁ ଅଭିନେତ୍ରୀ ଜଣଙ୍କ ବିରୋଧ କରିବାରେ ନାନା ଅତ୍ୟାଚାର ଓ ନିର୍ଯ୍ୟାତନାର ଶିକାର ହେଉଥିଲେ ଅଭିନେତ୍ରୀ ।
୨୦୨୨ରୁ ହିରୋଇନଙ୍କ ଉପରେ ପୁରୁଷ ବନ୍ଧୁଙ୍କ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ବଢିବାରେ ଲାଗିଲା । ତାଙ୍କ ମା’ ଓ ଭାଇକୁ ସୋସିଆଲ ମିଡିଆରେ ଗାଳି ଗୁଲଜ କରିଥିଲେ। ହିରୋଇନଙ୍କ କିଛି ନକଲି ସୋସିଆଲ ମିଡିଆ ଆକାଉଣ୍ଟ ଖୋଲି ହଇରାଣ କଲେ । ହିରୋଇନ ତାଙ୍କ ସହ ମିଳାମିଶା ବନ୍ଦ କରିବାରୁ ସେ ପ୍ରତିଶୋଧ ପରାୟଣ ହୋଇ ତାଙ୍କ ଫଟୋ ଓ ଭିଡ଼ିଓ ଭାଇରାଲ କରିବାକୁ ଧମକ ଦେଇଥିଲେ। ପୁରୁଷ ବନ୍ଧୁ ଜଣେ ପ୍ରଯୋଜକ ଓ ନିର୍ଦ୍ଦେଶକ ବୋଲି ଜଣାପଡ଼ିଛି। ସେ କିଛି ବର୍ଷ ତଳେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ଜାତୀୟସ୍ତରର ପୁରସ୍କାର ଲାଭ କରିଥିଲେ।




