ଶିଶୁକନ୍ୟାକୁ ବନ୍ଧକ ରଖି ମା’କୁ ଗଣଦୁଷ୍କର୍ମ
ଭୁବନେଶ୍ୱର : ରାଜ୍ୟରେ ସୀମା ଟପିଲାଣି ମହିଳାଙ୍କୁ ଉତ୍ପୀଡ଼ନ । ଢେ଼ଙ୍କାନାଳ, ସମ୍ବଲପୁର, ନବରଙ୍ଗପୁର,ରାଉରକେଲା ପରେ ରାଜଧାନୀରେ ଘଟିଛି ପୁଣି ଏକ ଲଜ୍ଜ୍ୟା ଜନକ ଘଟଣା । ଘରୁ ଲୁଟ କରିବାକୁ ଆସି ଶିଶୁକନ୍ୟା ବେକରେ ଛୁରୀ ଲଗାଇ ମହିଳାଙ୍କୁ କରିଛନ୍ତି ଗଣ ଦୁଷ୍କର୍ମ । ଭୁବନେଶ୍ୱର ମୈତ୍ରୀବିହାର ଅଞ୍ଚଳସ୍ଥ ଏକ ଆପାର୍ଟମେଣ୍ଟରେ ଘଟିଛି ଏହି ଭୟଙ୍କର ଘଟଣା । ଶିଶୁକନ୍ୟାକୁ ଭୁଜାଲିରେ ହାଣିଦେବାର ଭୟ ଦେଖାଇ ଦୁର୍ବୃତ୍ତମାନେ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କଠାରୁ ଗହଣା […]
ଭୁବନେଶ୍ୱର : ରାଜ୍ୟରେ ସୀମା ଟପିଲାଣି ମହିଳାଙ୍କୁ ଉତ୍ପୀଡ଼ନ । ଢେ଼ଙ୍କାନାଳ, ସମ୍ବଲପୁର, ନବରଙ୍ଗପୁର,ରାଉରକେଲା ପରେ ରାଜଧାନୀରେ ଘଟିଛି ପୁଣି ଏକ ଲଜ୍ଜ୍ୟା ଜନକ ଘଟଣା । ଘରୁ ଲୁଟ କରିବାକୁ ଆସି ଶିଶୁକନ୍ୟା ବେକରେ ଛୁରୀ ଲଗାଇ ମହିଳାଙ୍କୁ କରିଛନ୍ତି ଗଣ ଦୁଷ୍କର୍ମ । ଭୁବନେଶ୍ୱର ମୈତ୍ରୀବିହାର ଅଞ୍ଚଳସ୍ଥ ଏକ ଆପାର୍ଟମେଣ୍ଟରେ ଘଟିଛି ଏହି ଭୟଙ୍କର ଘଟଣା । ଶିଶୁକନ୍ୟାକୁ ଭୁଜାଲିରେ ହାଣିଦେବାର ଭୟ ଦେଖାଇ ଦୁର୍ବୃତ୍ତମାନେ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କଠାରୁ ଗହଣା ଲୁଟି ଫେରାର୍ ହୋଇଯାଇଛନ୍ତି । ଏନେଇ ଥାନାରେ ଅଭିଯୋଗ ପରେ ସ୍ଵତନ୍ତ୍ର ଟିମ ଗଠନ କରି ଅପରାଧିଙ୍କୁ ଖୋଜୁଛି କମିଶନରେଟ ପୋଲିସ।
ସୂଚନାନୁସାରେ,ଗତ ରବିବାର ରାତିରେ ମୈତ୍ରୀ ବିହାର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟର ବାଲ୍କୋନି ଦେଇ ଘର ଭିତରକୁ ପଶିଥିଲେ ୪ ଲୁଟେରା । ଚୋରି କରିବାବେଳେ ମହିଳାଙ୍କ ନିଦ ଭାଙ୍ଗିଯାଇଥିଲା । ସେ ଚିତ୍କାର କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଝିଅର ବେକରେ ଛୁରୀ ଲଗାଇ ମାରିଦେବାର ଭୟ ଦେଖାଇଥିଲେ । ଏହାପରେ ସେମାନେ ମହିଳାଙ୍କୁ ଧମକ ଦେଲେ। ପାଟି କରିବାକୁ ଉଦ୍ୟମ କଲେ, ଶିଶୁକନ୍ୟାକୁ ହାଣିଦେବେ ବୋଲି କହିଥିଲେ । ତଥାପି ଭୟରେ ମହିଳା ସେମାନଙ୍କୁ ‘ଯାହା ଅଛି ସବୁ ନେଇଯାଅ ଏବଂ ଆମ ମା’ ଝିଅଙ୍କୁ ଛାଡ଼ିଦିଅ’ ବୋଲି ନେହୁରା ହେଉଥିଲେ । ଏହି ସମୟରେ ଦୁର୍ବୁତ୍ତ ମାନେ କିନ୍ତୁ କୁନି ଝିଅ ବେକରେ ଛୁରୀ ଲଗାଇ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ଏହାପରେ ସେମାନେ ମହିଳାଙ୍କ କାନଫୁଲ ଖୋଲି ନେଇଗଲେ। କିନ୍ତୁ ଘର ଭିତରୁ ଆଉ କିଛି ଗହଣା ବା ଟଙ୍କାପଇସା ପାଇନଥିଲେ। ଶେଷରେ ସେମାନେ ମହିଳାଙ୍କ ମୋବାଇଲ୍ ନେଇ ଘର ବାହାରୁ କବାଟ ବନ୍ଦ କରି ପଳାଇଥିଲେ। ଯେଉଁ ବାଲ୍କୋନି ଦେଇ ପଶିଥିଲେ, ସେହିବାଟ ଦେଇ ଫେରାର୍ ହୋଇଯାଇଥିଲେ । ସକାଳେ ପଡ଼ୋଶୀଙ୍କ ସହାୟତାରେ ମୁକୁଳି ମୈତ୍ରୀବିହାର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ମହିଳାଙ୍କର ଅଭିଯୋଗ ପରେ ଦୁର୍ବୁତ୍ତଙ୍କୁ ଧରିବା ପାଇଁ ମୈତ୍ରୀବିହାର ପୁଲିସ୍ ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି ରଖିଛି। ପୁଲିସ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।




