ଖଗେଶ୍ବର ପାତ୍ରଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ
ଭୁବନେଶ୍ୱର : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲ ମାମଲା I ଅର୍ଚ୍ଚନାଙ୍କ ଅନ୍ୟତମ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ I ଇଡି ପକ୍ଷରୁ ଏହି ମାମଲା ରୁଜୁ ହୋଇଥିଲା I ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଖଗେଶ୍ବରଙ୍କ ନିୟମିତ ଜାମିନ ଆବେଦନର ଅଗଷ୍ଟ ୯ରେ ଶୁଣାଣି ଶେଷ କରିବା ସହିତ ରାୟ ସଂରକ୍ଷିତ ରଖିଥିଲେ। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ଆବଶ୍ୟକ ସର୍ତ୍ତ ପୂରଣ ପରେ ଖଗେଶ୍ବରଙ୍କୁ […]
ଭୁବନେଶ୍ୱର : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲ ମାମଲା I ଅର୍ଚ୍ଚନାଙ୍କ ଅନ୍ୟତମ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ I ଇଡି ପକ୍ଷରୁ ଏହି ମାମଲା ରୁଜୁ ହୋଇଥିଲା I ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଖଗେଶ୍ବରଙ୍କ ନିୟମିତ ଜାମିନ ଆବେଦନର ଅଗଷ୍ଟ ୯ରେ ଶୁଣାଣି ଶେଷ କରିବା ସହିତ ରାୟ ସଂରକ୍ଷିତ ରଖିଥିଲେ। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ଆବଶ୍ୟକ ସର୍ତ୍ତ ପୂରଣ ପରେ ଖଗେଶ୍ବରଙ୍କୁ ଜାମିନରେ ଛାଡିବାକୁ ନିମ୍ନ ଅଦାଲତଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି I
ଇଡି ପକ୍ଷରୁ ରୁଜୁ ହୋଇଥିବା ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଅନ୍ୟତମ ଅଭିଯୁକ୍ତ ଖଗେଶ୍ବର ପାତ୍ରଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଖଗେଶ୍ବରଙ୍କ ନିୟମିତ ଜାମିନ ଆବେଦନର ଅଗଷ୍ଟ ୯ରେ ଶୁଣାଣି ଶେଷ କରିବା ସହିତ ରାୟ ସଂରକ୍ଷିତ ରଖିଥିଲେ। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ଆବଶ୍ୟକ ସର୍ତ୍ତ ପୂରଣ ପରେ ଖଗେଶ୍ବରଙ୍କୁ ଜାମିନରେ ଛାଡିବାକୁ ନିମ୍ନ ଅଦାଲତଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ବ୍ଲାକମେଲ ଘଟଣାରେ ଅର୍ଚ୍ଚନାଙ୍କ ଗିରଫଦାରୀ ପରେ ତାଙ୍କ କଳାଟଙ୍କା କାରବାର ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହାପରେ ଇଡି ଏ ନେଇ ମାମଲା ରୁଜୁ କରି ତଦନ୍ତ କରିଥିଲା। ଏହି ମାମଲାରେ ଖଗେଶ୍ବରଙ୍କୁ ଇଡି ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ବରଙ୍କ ସହିତ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ବିରୋଧରେ ସ୍ବତନ୍ତ୍ର ଅଦାଲତରେ ଇଡି ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଥିଲା।ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅଭିରାମ ପାତ୍ର ଏହି ମାମଲା ପରିଚାଳନା କରୁଥିଲେ।




