ଲେଡ଼ିଜ କଲେଜ ହଷ୍ଟେଲ ବାଥରୁମରେ ଗୁପ୍ତ କ୍ୟାମେରା

ଆନ୍ଧ୍ରପ୍ରଦେଶ: ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କ ହଷ୍ଟେଲ ବାଥରୁମରେ ଗୁପ୍ତ କ୍ୟାମେରା । ଏଥିରୁ ୩୦୦ ଫଟୋ ଏବଂ ଭିଡିଓ ଭାଇରାଲ କରାଯାଇଥିବା ସୂଚନା ମିଳିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର କୃଷ୍ଣାନଗର ଜିଲାରେ ଥିବା ଗୁଲବର୍ଗ ଇଞ୍ଜିନିୟରିଂରେ । ଏହି କ୍ୟାମେରା ଜରିଆରେ ଛାତ୍ରୀଙ୍କ ଭିଡିଓ ରେକର୍ଡିଂ କରାଯାଇ କିଛି ଛାତ୍ରଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ଛାତ୍ରୀମାନେ ରହୁଥିବା ହଷ୍ଟେଲର ବାଥରୁମରେ ଗୁପ୍ତ କ୍ୟାମେରା ଲାଗିଥିବା ନେଇ ଜାଣିବାକୁ ପାଇଥିଲେ। […]

Samaya Live Picture
Published On

ଆନ୍ଧ୍ରପ୍ରଦେଶ: ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କ ହଷ୍ଟେଲ ବାଥରୁମରେ ଗୁପ୍ତ କ୍ୟାମେରା । ଏଥିରୁ ୩୦୦ ଫଟୋ ଏବଂ ଭିଡିଓ ଭାଇରାଲ କରାଯାଇଥିବା ସୂଚନା ମିଳିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର କୃଷ୍ଣାନଗର ଜିଲାରେ ଥିବା ଗୁଲବର୍ଗ ଇଞ୍ଜିନିୟରିଂରେ । ଏହି କ୍ୟାମେରା ଜରିଆରେ ଛାତ୍ରୀଙ୍କ ଭିଡିଓ ରେକର୍ଡିଂ କରାଯାଇ କିଛି ଛାତ୍ରଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ଛାତ୍ରୀମାନେ ରହୁଥିବା ହଷ୍ଟେଲର ବାଥରୁମରେ ଗୁପ୍ତ କ୍ୟାମେରା ଲାଗିଥିବା ନେଇ ଜାଣିବାକୁ ପାଇଥିଲେ। ଏହାପରେ ଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା।ଏହି ସଂଗୀନ ଅଭିଯୋଗ ପରେ ବି.ଟେକ ପଢ଼ୁଥିବା ଜଣେ ଛାତ୍ର ବିଜୟ କୁମାରଙ୍କୁ ଗିରଫ କରିଛି ପୁଲିସ। ସଂପୃକ୍ତ ଛାତ୍ରଙ୍କ ଲ୍ୟାପଟପ ଯାଞ୍ଚ କରିବା ପରେ ଆଶ୍ଚର୍ଯ୍ୟଜନକ ତଥ୍ୟା ସାମ୍ନାକୁ ଆସିଛି। ଲ୍ୟାପଟପରେ ୩ଶହରୁ ଅଧିକ ଅଶ୍ଳିଳ ଭିଡ଼ିଓ ଠାବ କରିଛି ପୁଲିସ। ଘଟଣାରେ ସଂପୃକ୍ତ ଛାତ୍ରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରି କଲେଜର ଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। କଲେଜ ଏବଂ ହଷ୍ଟେଲରେ ଛାତ୍ରୀମାନେ ଅସୁରକ୍ଷିତ ଥିବା ଅଭିଯୋଗ ହୋଇଛି।

Tags: