ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଝାରସୁଗୁଡା : ୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ନିର୍ବାହୀ ଯନ୍ତ୍ରୀ I ଝାରସୁଗୁଡା ଜିଲ୍ଲା RWSS ର ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପାତ୍ରଙ୍କୁ ଧରିଛି ଭିଜିଲାନ୍ସ I ଜଣେ ଠିକାଦାରଙ୍କ ବିଲ ପାସ କରାଇଦେବା ବାବଦକୁ ସେ ଏହି ଟଙ୍କା ଲାଞ୍ଚ ନେଉଥିଲେ I ତେବେ ଲାଞ୍ଚ ସମ୍ପର୍କରେ ଠିକାଦାର ଜଣକ ରାଉରକେଲା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ I ଯୋଜନା ମୁତାବକ ରବୀନ୍ଦ୍ର ଲାଞ୍ଚ ନେଉଥିବାବେଳେ ରଙ୍ଗ ବୋଳା ଲାଞ୍ଚ ଟଙ୍କା […]

Samaya Live Picture
Published On

ଝାରସୁଗୁଡା : ୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ନିର୍ବାହୀ ଯନ୍ତ୍ରୀ I ଝାରସୁଗୁଡା ଜିଲ୍ଲା RWSS ର ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପାତ୍ରଙ୍କୁ ଧରିଛି ଭିଜିଲାନ୍ସ I ଜଣେ ଠିକାଦାରଙ୍କ ବିଲ ପାସ କରାଇଦେବା ବାବଦକୁ ସେ ଏହି ଟଙ୍କା ଲାଞ୍ଚ ନେଉଥିଲେ I ତେବେ ଲାଞ୍ଚ ସମ୍ପର୍କରେ ଠିକାଦାର ଜଣକ ରାଉରକେଲା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ I ଯୋଜନା ମୁତାବକ ରବୀନ୍ଦ୍ର ଲାଞ୍ଚ ନେଉଥିବାବେଳେ ରଙ୍ଗ ବୋଳା ଲାଞ୍ଚ ଟଙ୍କା ସହ ରବୀନ୍ଦ୍ରଙ୍କୁ ଧରିଥିଲା ଭିଜିଲାନ୍ସ I ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ରବୀନ୍ଦ୍ର ପାତ୍ରଙ୍କୁ ଅଟକ ରଖିଥିବା ସହ ଟଙ୍କା କାର୍ଯ୍ୟାଳୟ ସମେତ ୪ଟି ଭିନ୍ନ ଭିନ୍ନ ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ ଆରମ୍ଭ କରିଛି ଭିଜିଲାନ୍ସ ।

Tags: