ଠାବ ହେଲା ମାଓ କ୍ୟାମ୍ପ,ଛତ୍ରଭାଙ୍ଗ ଦେଲେ ମାଓବାଦି
ନୂଆପଡା : ସୁରକ୍ଷାକର୍ମୀଙ୍କ କୁମ୍ବିଂ ଅପରେସନ ବେଳେ ଏକ ମାଓ କ୍ୟାମ୍ପ ଠାବ ହୋଇଛି। ଶନିବାର ସିନାପାଲି ଥାନା ଝୋଲାପଡା ଗାଁ ନିକଟ ପାଟଧରା ଜଙ୍ଗଲରେ ଏହି କ୍ୟାମ୍ପ ଠାବ ହୋଇଛି। କ୍ୟାମ୍ପରୁ ୨୮ଟି ଡିଟୋନେଟର,୧ କେଜି ବିସ୍ଫୋରକ ସହ ବହୁ ସାମଗ୍ରୀ ଜବତ କରାଯାଇଛି। ସୂଚନାନୁଯାୟୀ : ଗତ ୧୭ ତାରିଖରେ ଓଡିଶା ଓ ଛତିଶଗଡ଼ ସୀମାନ୍ତ ନୂଆପଡା ଜିଲ୍ଲା ସିନାପାଲି ଥାନା ଝୋଲାପଡା ଗାଁ ନିକଟରେ ପାଟଧରା ଜଙ୍ଗଲରେ ନୂଆପଡା ଓ ମେନପୁର ଡିଭିଜନର […]
ନୂଆପଡା : ସୁରକ୍ଷାକର୍ମୀଙ୍କ କୁମ୍ବିଂ ଅପରେସନ ବେଳେ ଏକ ମାଓ କ୍ୟାମ୍ପ ଠାବ ହୋଇଛି। ଶନିବାର ସିନାପାଲି ଥାନା ଝୋଲାପଡା ଗାଁ ନିକଟ ପାଟଧରା ଜଙ୍ଗଲରେ ଏହି କ୍ୟାମ୍ପ ଠାବ ହୋଇଛି। କ୍ୟାମ୍ପରୁ ୨୮ଟି ଡିଟୋନେଟର,୧ କେଜି ବିସ୍ଫୋରକ ସହ ବହୁ ସାମଗ୍ରୀ ଜବତ କରାଯାଇଛି।
ସୂଚନାନୁଯାୟୀ : ଗତ ୧୭ ତାରିଖରେ ଓଡିଶା ଓ ଛତିଶଗଡ଼ ସୀମାନ୍ତ ନୂଆପଡା ଜିଲ୍ଲା ସିନାପାଲି ଥାନା ଝୋଲାପଡା ଗାଁ ନିକଟରେ ପାଟଧରା ଜଙ୍ଗଲରେ ନୂଆପଡା ଓ ମେନପୁର ଡିଭିଜନର ମାଓବାଦୀ ମେଳି ବାନ୍ଧି ଥିଲେ l ଏନେଇ ନୂଆପଡା ପୋଲିସ ଖବର ପାଇଥିଲା l ଏହାପରେ ନୂଆପଡା ଏସପି ରାଘବେନ୍ଦ୍ରଙ୍କ ନିର୍ଦ୍ଦେଶ କ୍ରମେ ପାଟଧରା ସଂରକ୍ଷିତ ଜଙ୍ଗଲରେ ଏସଓଜି,ଡିଭିଏଫ,କୋବ୍ରା ଓ ସିଆରପିଏଫ ପକ୍ଷରୁ ତଲାସି ଅଭିଯାନ ଆରମ୍ଭ କରିଥିଲେ l ଗତ ୧୮ ତାରିଖ ଅପରାହ୍ନ୍ନ ୪ଟାରେ ଯବାନ ମାନେ ମାଓ କ୍ୟାମ୍ପ ନିକଟରେ ପହଁଚି ଥିଲେ l ଯବାନ ମାନଂକୁ ଦେଖି ମାଓବାଦି ମାନେ ପଳାଇଯାଇଥିଲେ I ସେଠାରେ ଯବାନ ମାନଙ୍କ ସର୍ଚ୍ଚ ଅପରେସନ ପରେ କ୍ୟାମ୍ପରୁ ୨୮ଟି ଡିଟୋନେଟର,୧ କେଜି ବିସ୍ଫୋରକ ସହ ବହୁ ସାମଗ୍ରୀ ଜବତ କରାଯାଇଛି। ତେବେ ବର୍ତ୍ତମାନ ଶୁଦ୍ଧା ସୀମାନ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଚାଲୁ ରହିଥିବା ନେଇ ଏସିପି ରାଘବେନ୍ଦ୍ର ସୂଚନା ଦେଇଛନ୍ତି I




