ଜଘନ୍ୟ ହତ୍ୟାକାଣ୍ଡ : ୨ୟ ସ୍ୱାମୀଙ୍କୁ ମାରି ମୁଣ୍ଡ-ଗଣ୍ଡି ଅଲଗା ଜାଗାରେ ପୋତିଲା ସ୍ତ୍ରୀ
ବାଲେଶ୍ୱର : ଅବୈଧ ସମ୍ପର୍କରୁ ଜଘନ୍ୟ ହତ୍ୟାକାଣ୍ଡ I ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରିବାରୁ ପାରିବାରିକ କଳହ ପହଞ୍ଚିଥିଲା ଚରମ ସୀମାରେ I ପ୍ରଥମ ସ୍ୱାମୀକୁ ଡକାଇ ଦ୍ଵିତୀୟ ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ I ଘଟଣା ଘଟିଛି ବାଲେଶ୍ୱର ସହର ଖାନନଗର ଅଂଚଳରେ I ଗତ ୬ ତାରିଖ ହୋଇଥିବା ହତ୍ୟାକାଣ୍ଡରେ ମୃତ ଯୁବକଙ୍କ କଟାମୁଣ୍ଡ ମିଳିବା ପରେ ସମସ୍ତ ଘଟଣାର ପର୍ଦାଫାଶ କରିଛି ବାଲେଶ୍ୱର ପୋଲିସ । ତ ୧୨ ତାରିଖରେ ବାଲେଶ୍ୱର ସଦର […]
ବାଲେଶ୍ୱର : ଅବୈଧ ସମ୍ପର୍କରୁ ଜଘନ୍ୟ ହତ୍ୟାକାଣ୍ଡ I ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରିବାରୁ ପାରିବାରିକ କଳହ ପହଞ୍ଚିଥିଲା ଚରମ ସୀମାରେ I ପ୍ରଥମ ସ୍ୱାମୀକୁ ଡକାଇ ଦ୍ଵିତୀୟ ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ I ଘଟଣା ଘଟିଛି ବାଲେଶ୍ୱର ସହର ଖାନନଗର ଅଂଚଳରେ I ଗତ ୬ ତାରିଖ ହୋଇଥିବା ହତ୍ୟାକାଣ୍ଡରେ ମୃତ ଯୁବକଙ୍କ କଟାମୁଣ୍ଡ ମିଳିବା ପରେ ସମସ୍ତ ଘଟଣାର ପର୍ଦାଫାଶ କରିଛି ବାଲେଶ୍ୱର ପୋଲିସ । ତ ୧୨ ତାରିଖରେ ବାଲେଶ୍ୱର ସଦର ଥାନା ଜଣେ ବ୍ୟକ୍ତିଙ୍କ ଗଳିତ ମୁଣ୍ଡ ବିହୀନ ମୃତଦେହ ଠାବ କରିଥିଲା। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏବେ ସାମନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।
ଘଟନାନୁସାରେ ଗନୟାଗଡ ଜିଲ୍ଲା ସଙ୍ଗୋଲ ଗାଁର ଶ୍ରୀଧର ଦଳବେହେରା ଓ ସୁମିତ୍ରା ନାୟକ ବାଲେଶ୍ୱର ସଦର ଥାନା ଖାନନଗର ଅଞ୍ଚଳରେ ବସୁଧା ଯୋଜନା ପ୍ରକଳ୍ପରେ କାର୍ଯ୍ୟ କରୁଥିଲେ I ପୂର୍ବରୁ ସୁମିତ୍ରା ନାୟକ ପ୍ରଦୀପ ନାୟକଙ୍କୁ ବିବାହ କରିଥିଲେ I ଏହାପରେ ସୁମିତ୍ରା ଶ୍ରୀଧର ଦଳବେହେରାଙ୍କୁ ୨ୟ ବିବାହ କରି ବାଲେଶ୍ୱର ଅଂଚଳରେ ବସବାସ କରି ଆସୁଥିଲେ I ତେବେ ସମୟକ୍ରମେ ସୁମିତ୍ରାଙ୍କ ଚରିତ୍ରକୁ ନେଇ ଶ୍ରୀଧର ବାରମ୍ବାର ସନ୍ଦେହ କରିବାରୁ କଳହ ହେଉଥିଲା । ଏମିତିକି ଶ୍ରୀଧର ସୁମିତ୍ରାଙ୍କୁ ମାଡ଼ ମାରିବା ସହ ତାଙ୍କ ପିଲା ମାନଙ୍କୁ ମଧ୍ୟ ମାରଧର କରୁଥିଲେ I ଏଥିରେ ଅତିଷ୍ଠ ହୋଇ ସୁମିତ୍ରା ତାଙ୍କ ପ୍ରଥମ ସ୍ୱାମୀ ପ୍ରଦୀପଙ୍କୁ ଡକାଇ ଗତ ନଭେମ୍ବର ୫ ତାରିଖ ରାତିରେ ଶ୍ରୀଧର ସୋଇଥିବା ବେଳେ ତାଙ୍କୁ ହତ୍ୟା କରାଇଥିଲେ I ଏହାପରେ ତାଙ୍କ ମୁଣ୍ଡକୁ ନେଇ ଛତାବର ଓଭରବ୍ରିଜର ତଳେ ପକାଇ ଦେଇଥିଲେ I ତେବେ ଗତ ୧୨ ତାରିଖରେ ବାଲେଶ୍ୱର ସଦର ଥାନା ଜଣେ ବ୍ୟକ୍ତିଙ୍କ ଗଳିତ ମୁଣ୍ଡ ବିହୀନ ମୃତଦେହ ଠାବ ହେବାରୁ ବାଲେଶ୍ୱର ସଦର ପୋଲିସ ପୁରା ଘଟଣାର ଖୋଳତାଡ଼ କରିଥିଲା I ଏହାପରେ ବାଲେଶ୍ୱର ସଦର ପୋଲିସ ସୁମିତ୍ରା ସମେତ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରିବାରୁ ପୁରା ଘଟଣା ପଦାକୁ ଆସିଥିଲା I
ପୋଲିସ ପୁରା ଘଟଣାର ଅନୁସନ୍ଧାନ କରି ପାଣିକୋଇଲି ପୂର୍ବରୁ ଛତାବର ଓଭରବ୍ରିଜର ବାମପାଶ୍ୱର୍ ବାଇପାସ ରାସ୍ତା ଆରମ୍ଭରେ ଥିବା ଏକ ଗ୍ୟାରେଜ ସମ୍ମୁଖ ନଳା ମଧ୍ୟରୁ ଅଖାରେ ଭର୍ତ୍ତି ହୋଇ ରହିଥିବା କଟାମୁଣ୍ଡ ଉଦ୍ଧାର କରିଛି । ତେବେ ଏହି ଲୋମଟାଙ୍କୁରା ଘଟଣାର ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି I




