ସୁରକ୍ଷାକର୍ମୀଙ୍କ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
ଛତିଶଗଡ଼ : ସୁରକ୍ଷାକର୍ମୀଙ୍କ ଗୋଟିଏ ପରେ ଗୋଟିଏ ସଫଳତା । ସୁରକ୍ଷାକର୍ମୀଂକ ଗୁଳିରେ ହାର୍ଡକୋର ମାଓବାଦୀ ନିହତ । ଘଟଣାସ୍ଥଳରୁ ଗୋଟିଏ SLR ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ମୃତ ମାଓବାଦୀ ମୁଣ୍ଡ ଉପରେ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ କାଙ୍କେର ଏବଂ ନାରାୟଣପୁର ଜିଲ୍ଲା ସୀମାନ୍ତରେ ଗୁଳିବିନିମୟ ହୋଇଛି । ଛତିଶଗଡ଼ ଉତ୍ତର ବସ୍ତର ମାଓ […]
ଛତିଶଗଡ଼ : ସୁରକ୍ଷାକର୍ମୀଙ୍କ ଗୋଟିଏ ପରେ ଗୋଟିଏ ସଫଳତା । ସୁରକ୍ଷାକର୍ମୀଂକ ଗୁଳିରେ ହାର୍ଡକୋର ମାଓବାଦୀ ନିହତ । ଘଟଣାସ୍ଥଳରୁ ଗୋଟିଏ SLR ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ମୃତ ମାଓବାଦୀ ମୁଣ୍ଡ ଉପରେ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ କାଙ୍କେର ଏବଂ ନାରାୟଣପୁର ଜିଲ୍ଲା ସୀମାନ୍ତରେ ଗୁଳିବିନିମୟ ହୋଇଛି ।
ଛତିଶଗଡ଼ ଉତ୍ତର ବସ୍ତର ମାଓ ସଙ୍ଗଠନର ଶତାଧିକ ମାଓବାଦୀ ଏବଂ ଅନେକ ଟପ କ୍ୟାଡ଼ର ମାଓବାଦୀଙ୍କ ଉପସ୍ଥିତ ନେଇ ଖବର ପାଇଥିଲେ ସୁରକ୍ଷାକର୍ମୀ। ଏହା ପରେ ଆରମ୍ଭ କରିଥିଲେ କମ୍ବିଂ ଅପରେସନ । ତେବେ କମ୍ବିଂ ଅପରେସନ ବେଳେ ଜଣେ ହାର୍ଡକୋର ମାଓବାଦୀର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି । ନାରାୟଣପୁର ଏବଂ କାଙ୍କେର ଜିଲ୍ଲାର BSF ଓ DRG ଜବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି ।
ସୂଚନାଅନୁସାରେ ଗତ କିଛି ଦିନ ତଳେ ୧୪ ହାର୍ଡକୋର ମାଓବାଦୀ ଗିରଫ ହୋଇଥିଲେ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ୧୪ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରାଯାଇଥିଲା । ଗିରଫ ମାଓବାଦୀଙ୍କ ମଧ୍ୟରୁ ୮ଜଣଙ୍କ ନାଁରେ ରହିଥିଲା ୩୬ ଲକ୍ଷ ଟଙ୍କାର ପୁରସ୍କାର । ସେମାନଙ୍କ ନିକଟରୁ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ ସୁରକ୍ଷାକର୍ମୀ । ଅନେକ ମାଓ ହିଂସାକାଣ୍ଡରେ ଏମାନେ ସାମିଲ ଥିବା ଜଣା ପଡ଼ିଥିଲା ।
ଅନ୍ୟପଟେ, ସୂଚନାଦାତା ଦର୍ଶାଇ ୨ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଗତକାଲି ବିଳମ୍ବିତ ରାତିରେ ତରେମ ଥାନା ଅନ୍ତର୍ଗତ ବୁଦୁଗିଚେରୁ ଗ୍ରାମରେ ସଶସ୍ତ୍ର ନକ୍ସଲ ପହଞ୍ଚିଥିଲେ। ଗ୍ରାମର କାରମ ରାଜୁ(୩୨) ଏବଂ ମାଡ଼ବି ମୁନ୍ନା(୨୭)ଙ୍କୁ ଘରୁ ଅପହରଣ କରି ଜଙ୍ଗଲକୁ ନେଇଥିଲେ। ଜଙ୍ଗଲରେ ପୁଲିସକୁ ଲଗାତାର ସୂଚନା ଦେଉଥିବାରୁ ପ୍ରଥମେ ନିସ୍ତୁକ ମାଡ଼ ମାରିଥିଲେ। ଏମାନଙ୍କ ସୂଚନା ଦ୍ୱାରା ନକ୍ସଲ ସଂଗଠନର ବହୁ କ୍ଷତି ହୋଇଥିବା ନକ୍ସଲ କହିଥିଲେ। ତେଣୁ ଦୁଇ ଗ୍ରାମବାସୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା।




