ଉପଦ୍ରଵକାରୀଙ୍କୁ ବରଦାସ୍ତ କରାଯିବ ନାହିଁ – କମିଶନର ,୧୩ ଟି ଅଞ୍ଚଳରେ କର୍ଫ୍ୟୁ ଜାରି
କଟକ : କଟକରେ ୩୬ଘଣ୍ଟା ପାଇଁ କର୍ଫ୍ୟୁ ଜାରି ହୋଇଛି । ୧୩ ଟି ଅଞ୍ଚଳରେ ବଳବତ୍ତର ରହିବ କର୍ଫ୍ୟୁ । ସହରକୁ ଜଗିଛନ୍ତି ୬୦ପ୍ଲାଟୁନ୍ ପୁଲିସ ଫୋର୍ସ । ସେହିପରି ୮କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟ ମୁତୟନ ହୋଇଛନ୍ତି । ସିଏମସି, ସିଡିଏ ଓ ବୟାଳିଶି ମୌଜା,ସିଡିଏ ଫେଜ – ୨ ,ବିଡାନାସୀ,ମଙ୍ଗଳାବାଗ ସଦର ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି । ଗତକାଲି ରାତି ୧୦ଟାରୁ ଜାରି ହୋଇଛି କର୍ଫ୍ୟୁ । ସେହିଭଳି ଆଜି […]
କଟକ : କଟକରେ ୩୬ଘଣ୍ଟା ପାଇଁ କର୍ଫ୍ୟୁ ଜାରି ହୋଇଛି । ୧୩ ଟି ଅଞ୍ଚଳରେ ବଳବତ୍ତର ରହିବ କର୍ଫ୍ୟୁ । ସହରକୁ ଜଗିଛନ୍ତି ୬୦ପ୍ଲାଟୁନ୍ ପୁଲିସ ଫୋର୍ସ । ସେହିପରି ୮କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟ ମୁତୟନ ହୋଇଛନ୍ତି । ସିଏମସି, ସିଡିଏ ଓ ବୟାଳିଶି ମୌଜା,ସିଡିଏ ଫେଜ – ୨ ,ବିଡାନାସୀ,ମଙ୍ଗଳାବାଗ ସଦର ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି । ଗତକାଲି ରାତି ୧୦ଟାରୁ ଜାରି ହୋଇଛି କର୍ଫ୍ୟୁ । ସେହିଭଳି ଆଜି ସନ୍ଧ୍ୟା ୭ଟା ଯାଏଁ ଇଣ୍ଟରନେଟ୍ ସେବା ଉପରେ କଟକଣା ଲଗାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ୍ ପଇଁତରା ମାରୁଛି।
ଏହି ସମୟରେ କଟକରେ ମେଡିକାଲ୍ ଓ ଅତ୍ୟାବଶ୍ୟକ ସେବା କର୍ଫ୍ୟୁରୁ ବାଦ୍ ଦିଆଯାଇଛି । ପେଟ୍ରୋଲ୍ ପମ୍ପ, ହସ୍ପିଟାଲ, ମେଡିସିନ୍ ଷ୍ଟୋର ଓ ଗ୍ରୋସରୀ ଦୋକାନ ସବୁ ଖୋଲା ରହିଛି । ସହରରେ ଥିବା ସବୁ ସରକାରୀ ଅଫିସ୍ ଓ ଏସସିବି ମେଡିକାଲ ଖୋଲା ରହିଛି ।
କଟକରେ କର୍ଫ୍ୟୁ କଟକଣା ନେଇ ଅତିରିକ୍ତ ପୁଲିସ୍ କମିଶନର ସୂଚନା ଦେଇ କହିଛନ୍ତି ଯେ ଅଧିକ ବସ୍ ଚଳାଚଳ ନକରିବା ପାଇଁ ଅନୁରୋଧ କରାଯାଇଛି । କୌଣସି ଉପଦ୍ରଵକାରୀଙ୍କୁ ବରଦାସ୍ତ କରାଯିବ ନାହିଁ । ଗୁଜବ ଠୁ ଦୂରେଇ ରହିବାକୁ ସହରବାସୀଙ୍କୁ ଅପିଲ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୩ ଜଣ ଗଣ୍ଡଗୋଳକାରୀଙ୍କୁ ଗିରଫ କରାଯାଇଛି । ଶାନ୍ତି ଫେରାଇବା ପାଇଁ ବିଭିନ୍ନ ସ୍ତରରେ ଆଲୋଚନା କରାଯାଉଛି । ଅସାମାଜିକ ତତ୍ତ୍ୱଙ୍କୁ ସାବଧାନ କରାଇଛନ୍ତି ସିପି । ନହେଲେ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଗାମୀ ୩୬ ଘଣ୍ଟା ମଧ୍ୟରେ ପରିସ୍ଥତି ନିୟନ୍ତ୍ରଣାଧୀନ ରହିବ ବୋଲି ସୂଚନା ଦେଇଛନ୍ତି କମିଶନର ।




