ଜେଲ ଫେରିଲେ ହଂସିତା
ଭୁବନେଶ୍ୱର :ସରିଲା ମହାଠକଙ୍କ ଦିନିକିଆ ରିମାଣ୍ଡ । ରିମାଣ୍ଡ ପରେ ଝାରପଡା ଜେଲ ଫେରିଛନ୍ତି ମହାଠକ ହଂସିତା ଅଭିଲିପ୍ସା । ଗୁରୁବାର ବହୁଚର୍ଚ୍ଚିତ ମହାଠକ ଯୋଡି ହଂସିତା ଏବଂ ଅନିଲଙ୍କୁ ଦିନିକିଆ ରିମାଣ୍ଡରେ ନେଇ ଜେରା କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ। ଝାରପଡ଼ା ଜେଲରୁ ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତରୀ ଯାଞ୍ଚ ପରେ ଉଭୟଙ୍କୁ ଠକେଇ ମାମଲାର ଖୋଳତାଡ଼ କରିବାକୁ ରିମାଣ୍ଡରେ ନେଇଥିଲା କ୍ରାଇମ୍ ୟୁନିଟ୍। କ୍ୟାପିଟାଲ ହସ୍ପିଟାଲରୁ ବାହାରିବା ବେଳେ ହଂସିତା […]
ଭୁବନେଶ୍ୱର :ସରିଲା ମହାଠକଙ୍କ ଦିନିକିଆ ରିମାଣ୍ଡ । ରିମାଣ୍ଡ ପରେ ଝାରପଡା ଜେଲ ଫେରିଛନ୍ତି ମହାଠକ ହଂସିତା ଅଭିଲିପ୍ସା । ଗୁରୁବାର ବହୁଚର୍ଚ୍ଚିତ ମହାଠକ ଯୋଡି ହଂସିତା ଏବଂ ଅନିଲଙ୍କୁ ଦିନିକିଆ ରିମାଣ୍ଡରେ ନେଇ ଜେରା କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ। ଝାରପଡ଼ା ଜେଲରୁ ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତରୀ ଯାଞ୍ଚ ପରେ ଉଭୟଙ୍କୁ ଠକେଇ ମାମଲାର ଖୋଳତାଡ଼ କରିବାକୁ ରିମାଣ୍ଡରେ ନେଇଥିଲା କ୍ରାଇମ୍ ୟୁନିଟ୍। କ୍ୟାପିଟାଲ ହସ୍ପିଟାଲରୁ ବାହାରିବା ବେଳେ ହଂସିତା କାନ୍ଦୁଥିବାର ଦେଖିବାକୁ ମିଳିଥିଲା ଏବଂ ଚିତ୍କାର କରି କହୁଥିଲେ ଆମକୁ ଫସାଇ ଦିଆଯାଇଛି । ତେବେ ସ୍ପେଶାଲ କ୍ରାଇମ ୟୁନିଟ ୩ ଦିନ ରିମାଣ୍ଡ ଆବେଦନ କରିଥିଲା ହେଲେ ତାଙ୍କୁ ଗୋଟିଏ ଦିନର ରିମାଣ୍ଡ ପାଇଁ ଅନୁମତି ମିଳିଥିଲା । ଏବେ ଉଭୟ ଠକ ଦମ୍ପତିଙ୍କୁ କୋର୍ଟରେ ହାଜର କରାଯିବ ।
କଳାହାଣ୍ଡି ନର୍ଲାରୁ ଆସିଥିବା ହଂସିତା, ଏକ ସ୍ପା’ରେ କାମ କରୁଥିବା ବେଳେ ଏତେ କୋଟିର ମାଲିକ କେମିତି ହେଲେ ତାକୁ ନେଇ ଚାଲିଛି ଖୋଲତାଡ଼ । ଦୁହିଁଙ୍କ ଟଙ୍କାର ଉତ୍ସ ନେଇ କରିଛି ଖୋଳତାଡ଼ କରିଛି ପୋଲିସ । ନଗଦ ଟଙ୍କା ଦେଇ ଦାମୀ ଗାଡ଼ି କିଣିବା କେମିତି ସମ୍ଭବ ହେଲା ଜେରା କରୁଛି ପୋଲିସ।
ଅନ୍ୟପଟେ ଆୟକର ବିଭାଗ ପକ୍ଷରୁ ହଂସିତାଙ୍କ ଘରେ ଆରମ୍ଭ ହୋଇଥିବା ଚଢ଼ଉ ତୃତୀୟ ଦିନରେ ପହଞ୍ଚିଛି । ଏହି ଚଢାଉ ସମୟରେ ଆୟକର ଟିମ୍ କୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ମିଳିଛି । ତେବେ ହଂସିତା ଓ ଅନିଲଙ୍କ ଓକିଲ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଉଭୟ ନିର୍ଦୋଷ ଓ ଏତେବେଳ ଯାଏଁ ତାଙ୍କ ବିରୁଦ୍ଧରେ କିଛି ଠୋସ ପ୍ରମାଣ ମିଳିନାହିଁ । ଆଗାମୀ ଜେରା ସରିବା ପରେ ସେମାନେ ଜାମିନ ଆବେଦନ କରିବେ ।




