ନିଖୋଜ ମହିଳା କ୍ରିକେଟ ଖେଳାଳିଙ୍କ ଝୁଲନ୍ତା ମୁତଦେହ ଠାବ
କଟକ : ନିଖୋଜ ମହିଳା କ୍ରିକେଟ ଖେଳାଳି ରାଜଶ୍ରୀଙ୍କର ମୃତଦେହ ଠାବ I ଗୁରୁଡ଼ିଝଟିଆ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି I ମୃତଦେହ ରାଜଶ୍ରୀଙ୍କର ବୋଲି ମଙ୍ଗଳାବାଗ ପୋଲିସ ସ୍ପଷ୍ଟ କରିଛି I ଆଜି ସକାଳେ କଟକ ମଙ୍ଗଳାବାଗ ଥାନାର ଏକ ପୁଲିସ୍ ଟିମ୍ ଯାଇ ଜଙ୍ଗଲରେ ଖୋଜାଖୋଜି କରିବା ପରେ ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ରାଜଶ୍ରୀ ଗତ ୧୧ ତାରିଖରୁ ନିଖୋଜ ଥିବା ନେଇ ତାଙ୍କ କୋଚ ପୁଷ୍ପାଞ୍ଜଳି […]
କଟକ : ନିଖୋଜ ମହିଳା କ୍ରିକେଟ ଖେଳାଳି ରାଜଶ୍ରୀଙ୍କର ମୃତଦେହ ଠାବ I ଗୁରୁଡ଼ିଝଟିଆ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି I ମୃତଦେହ ରାଜଶ୍ରୀଙ୍କର ବୋଲି ମଙ୍ଗଳାବାଗ ପୋଲିସ ସ୍ପଷ୍ଟ କରିଛି I ଆଜି ସକାଳେ କଟକ ମଙ୍ଗଳାବାଗ ଥାନାର ଏକ ପୁଲିସ୍ ଟିମ୍ ଯାଇ ଜଙ୍ଗଲରେ ଖୋଜାଖୋଜି କରିବା ପରେ ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ରାଜଶ୍ରୀ ଗତ ୧୧ ତାରିଖରୁ ନିଖୋଜ ଥିବା ନେଇ ତାଙ୍କ କୋଚ ପୁଷ୍ପାଞ୍ଜଳି ବାନାର୍ଜୀ ଥାନାରେ ଏତଲା ଦେଇଥିଲେ I
ସୂଚନାନୁସାରେ,ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଅଞ୍ଚଳର ଗୁଣନିଧି ସ୍ବାଇଁଙ୍କ ଝିଅ ରାଜଶ୍ରୀ ସ୍ବାଇଁ। ସେ ଓଡ଼ିଶା ମହିଳା ସିନିୟର ଦଳରେ ରାଜଶ୍ରୀ ଖେଳୁଥିଲେ। ଆସନ୍ତା ୧୫ ତାରିଖରେ ପୁଡ଼ୁଚେରୀରେ ଗୋଟିଏ ଦିନିକିଆ ମ୍ୟାଚ୍ ଖେଳିବା ପାଇଁ ୨୫ ଜଣିଆ ସମ୍ଭାବ୍ୟ ଟିମ ଘୋଷଣା କରାଯାଇଥିଲା। ରାଜଶ୍ରୀ ଏଥିରେ ସ୍ଥାନ ପାଇଥିଲେ। ଏଥିସହ ସେ ଟିମ ର ଅନ୍ୟ ଖେଳାଳିଙ୍କ ସହ କଟକ ବଜ୍ରବାଟିରେ ଥିବା ଏକ ହୋଟେଲରେ ରହି ନିୟମିତ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଉଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ସେ ଦଳରୁ ବାଡ଼ ପଡିଥିବା ନେଇ ମାନସିକ ଚାପରେ ରହିଥିଲେ I ଏହିକ୍ରମରେ ସେ ୧୧ ତାରିଖ ଦିନ ମଧ୍ୟ ହୋଟେଲରୁ ପ୍ରଶିକ୍ଷଣ ଶିବିରକୁ ବାହାରିଥିଲେ। କିନ୍ତୁ ପ୍ରଶିକ୍ଷଣ ଶିବିରରେ ପହଞ୍ଚି ନଥିଲେ। ଏହାକୁ ନେଇ କୋଚ୍ ଚିନ୍ତିତ ହେବା ସହ ତାଙ୍କୁ ଫୋନ୍ କରିଥିଲେ। ତେବେ ତାଙ୍କ ଫୋନ୍ ଲାଗି ନଥିଲା।
ରାଜଶ୍ରୀ ନିଖୋଜ ନେଇ କୋଚ୍ ପୁଷ୍ପାଞ୍ଜଳି ବାନାର୍ଜୀ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ଚୂଡ଼ାନ୍ତ ଦଳରେ ସ୍ଥାନ ନ ମିଳିବାକୁ ନେଇ ରାଜଶ୍ରୀ ଚାପରେ ନ ଥିଲେ। ଦଳରେ ସ୍ଥାନ ନ ପାଇବା ପରେ ଘରକୁ ଯିବା ପାଇଁ ଫୋନ୍ରେ କହିଥିଲେ। ଏହାପରେ ତାଙ୍କ ଘରୁ ଫୋନ୍ ଆସିଲା ଯେ ରାଜଶ୍ରୀ ମିଳୁ ନାହାନ୍ତି। ଖୋଜାଖୋଜି ପରେ ପତ୍ତା ନ ମିଳିବାରୁ ଥାନାରେ ଏତଲା ଦିଆଯାଇଥିଲା। ଦଳ ଚୟନରେ ଅନିୟମିତତା, ଚାପରେ ଥିବା କଥା ଠିକ୍ ନୁହେଁ ବୋଲି ପୁଷ୍ପାଞ୍ଜଳି କହିଥିଲେ।




