୨ ନାବାଳକ,ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର

କଳାହାଣ୍ଡି : କଳାହାଣ୍ଡି ଜିଲା ବାଞ୍ଜିପଦର ଗାଁରେ ଚାଞ୍ଚଲ୍ୟ I ଅର୍ଦ୍ଧଦଗ୍‌ଧ ଅବସ୍ଥାରେ ମିଳିଲା ନାବାଳକ-ନାବାଳିକାଙ୍କ ମୃତଦେହ । କିଛି ଦିନ ତଳେ ଉଭୟେ ନିଖୋଜ ହୋଇଯାଇଥିଲେ। ମୃତକ ଦ୍ୱୟ ହେଲେ ସୁନୀଲ ପଟେଲ (୧୭) ଓ ଜେମାମଣି ପଟେଲ (୧୫)। ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଡୁମେରଗୁଡା ପଞ୍ଚାୟତର ବାଞ୍ଜିପଦର ଗାଁରେ। ଆଜି କିଛି ଛେଳି ଚରାଳି ସାବୁନିଭାଡ଼ି ଓ ବାଞ୍ଜିପଦର ଗାଁ ମଝିରେ ଥିବା ନାଳ ନିକଟରେ ଦୁଇଟି ଅଧାପୋଡ଼ା […]

Samaya Live Picture
Published On

କଳାହାଣ୍ଡି : କଳାହାଣ୍ଡି ଜିଲା ବାଞ୍ଜିପଦର ଗାଁରେ ଚାଞ୍ଚଲ୍ୟ I ଅର୍ଦ୍ଧଦଗ୍‌ଧ ଅବସ୍ଥାରେ ମିଳିଲା ନାବାଳକ-ନାବାଳିକାଙ୍କ ମୃତଦେହ । କିଛି ଦିନ ତଳେ ଉଭୟେ ନିଖୋଜ ହୋଇଯାଇଥିଲେ। ମୃତକ ଦ୍ୱୟ ହେଲେ ସୁନୀଲ ପଟେଲ (୧୭) ଓ ଜେମାମଣି ପଟେଲ (୧୫)। ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଡୁମେରଗୁଡା ପଞ୍ଚାୟତର ବାଞ୍ଜିପଦର ଗାଁରେ। ଆଜି କିଛି ଛେଳି ଚରାଳି ସାବୁନିଭାଡ଼ି ଓ ବାଞ୍ଜିପଦର ଗାଁ ମଝିରେ ଥିବା ନାଳ ନିକଟରେ ଦୁଇଟି ଅଧାପୋଡ଼ା ମୃତଦେହ ଦେଖିଥିଲେ। ସେମାନେ ଗାଁ ଲୋକଙ୍କୁ ଜଣାଇବା ପରେ ଧର୍ମଗଡ ପୋଲିସକୁ ଘଟଣାସ୍ଥଳକୁ ଆସି ଅଧାପୋଡା ମୃତ ଦେହକୁ ଉଦ୍ଧାର କରିଛି।

ମୃତଦେହକୁ ପୋଷ୍ଟ ମର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ପୋଲିସ। ଉଭୟ ମୃତ ନାବାଳକ ଓ ନାବାଳିକାଙ୍କୁ ଚିହ୍ନଟ କରିଛନ୍ତି ପରିବାର। କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା, କିଏ ସେମାନଙ୍କୁ ନିଆଁ ଲଗାଇ ପୋଡ଼ିଦେଲା ତାର କାରଣ ଖୋଜା ଚାଲିଛି।

Tags: