ଗାଡି ପାର୍କିଂକୁ ନେଇ ରାଜଧାନୀରେ ଫୁଟିଲା ଗୁଳି
ଭୁବନେଶ୍ୱର : ରାଜଧାନୀରେ ଗୁଳିକାଣ୍ଡ । ଗତ ବିଳମ୍ବିତ ରାତିରେ ଭୁବନେଶ୍ୱର ଝାରପଡାରେ ଗାଡି ପାର୍କିଂକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ଜଣାପଡିଛି I ଏଥିରେ ବିଜେଡ଼ି କର୍ପୋରେଟରଙ୍କ ଭାଇ ଓ ସଂପର୍କୀୟ ଗୁରୁତର ହୋଇଛନ୍ତି । ଗୁରୁତର ଆହତ ଦୁଇଜଣ ହେଲେ ଝାରପଡ଼ାର ଶିଖର ଜେନା ଓ ତାଙ୍କ ପୁଅ ରିଙ୍କୁ ଜେନା I ଗୁଳିମାଡରେ ଦୁଇ ଜଣ ଆହତଙ୍କ ଗୋଡରେ ଗୁଳି ବାଜିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି […]
ଭୁବନେଶ୍ୱର : ରାଜଧାନୀରେ ଗୁଳିକାଣ୍ଡ । ଗତ ବିଳମ୍ବିତ ରାତିରେ ଭୁବନେଶ୍ୱର ଝାରପଡାରେ ଗାଡି ପାର୍କିଂକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ଜଣାପଡିଛି I ଏଥିରେ ବିଜେଡ଼ି କର୍ପୋରେଟରଙ୍କ ଭାଇ ଓ ସଂପର୍କୀୟ ଗୁରୁତର ହୋଇଛନ୍ତି । ଗୁରୁତର ଆହତ ଦୁଇଜଣ ହେଲେ ଝାରପଡ଼ାର ଶିଖର ଜେନା ଓ ତାଙ୍କ ପୁଅ ରିଙ୍କୁ ଜେନା I ଗୁଳିମାଡରେ ଦୁଇ ଜଣ ଆହତଙ୍କ ଗୋଡରେ ଗୁଳି ବାଜିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଲକ୍ଷ୍ମୀସାଗର ଥାନାଠାରୁ ଅଳ୍ପ ଦୂରରେ ଏହି ଗୁଳିକାଣ୍ଡ ଘଟିଛି।
ସୂଚନା ଅନୁସାରେ, ଗତକାଲି ରାତିରେ ଜଗନ୍ନାଥନଗର ଲେନ୍-୧ ସ୍ଥିତ ଏକ ମଣ୍ଡପରେ ବିବାହ ଭୋଜି ଚାଲିଥିଲା। ଭୋଜି ଖାଇ ଶିଖର ଜେନାଙ୍କ ବଡ଼ ପୁଅ ଦୀପକ ଜେନା ଫେରୁଥିଲେ। ଏହି ସମୟରେ ପ୍ରଭାତ ମାର୍ଥା ନାମକ ଜଣେ ବ୍ୟକ୍ତି ଓ ତାଙ୍କର ସହଯୋଗୀମାନେ ଅନ୍ୟ ଏକ କାର୍ରେ ଆସୁଥିଲେ। ତେବେ କାର୍ ସାଇଡ୍ମରାକୁ ନେଇ ପ୍ରଭାତ ଏବଂ ତାଙ୍କ ସହଯୋଗୀଙ୍କ ସହ ଦୀପକଙ୍କ ପାଟିତୁଣ୍ଡ ହୋଇଥିଲା। ଏହି ଗଣ୍ଡଗୋଳରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହି ସମୟରେ ପ୍ରଭାତ ମାର୍ଥା ଉତ୍ୟକ୍ତ ହୋଇ ନିଜ ବନ୍ଧୁକରୁ ୬ ରାଉଣ୍ଡ ଫାଙ୍କା ଗୁଳି ଚାଲାଣ କରିଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନଙ୍କ ଠାରୁ ବନ୍ଧୁକ ଛଡ଼ାଇ ନେଇଥିଲେ। ହେଲେ ଶିଖର ଅନ୍ୟ ଏକ ବନ୍ଧୁକରେ ୪ ରାଉଣ୍ଡ ଗୁଳି ଉପରକୁ ଚଳାଇ ଥିବାବେଳେ ୨ ରାଉଣ୍ଡ ଗୁଳି ଶିଖର ଓ ରିଙ୍କୁଙ୍କ ଗୋଡ଼କୁ ମାରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଏକ ଘରୋଇ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି। ଗୁଳିମାଡ଼ ଘଟଣାରେ ପୋଲିସ୍ ଜଣଙ୍କୁ ଅଟକ ରଖି ଗୋଟିଏ ବନ୍ଧୁକ ଜବତ କରିଛି।




