ଗନ୍ଧମାର୍ଦ୍ଧନ ପାହାଡ଼ରେ ଗୁଳି ବିନିମୟ

ବଲାଙ୍ଗୀର : ଗନ୍ଧମାର୍ଦ୍ଧନ ପର୍ବତରେ ପୋଲିସ ମାଓବାଦୀ ମୁହାଁମୁହିଁ । କାଲି ରାତିରୁ ଖପ୍ରାଖୋଲ ଥାନା ଗନ୍ଧମାର୍ଦ୍ଦନ ପାହାଡ ପାଦଦେଶରେ ଗୁଳି ବିନିମୟ ଜାରି ରହିଛି। ଉକ୍ତ ସ୍ଥାନରେ ମାଓବାଦୀମାନେ ଲୁଚି ରହିଥିବାର ଖବର ପାଇ ପୁଲିସ୍ କମ୍ବିଂ ଅପରେସନ୍ ଜାରି ରଖିଥିଲା। ତେବେ ବର୍ତ୍ତମାନ ଯାଏଁ କେତେ ସଂଖ୍ୟକ ମାଓବାହୀ ମୃତାହତ ହୋଇଛନ୍ତି । ସନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଖବର ଅନୁସାରେ, ଗନ୍ଧମାର୍ଦ୍ଦନ ପାହାଡ଼ରେ ମାଓବାଦୀ ଲୁଚିଥିବା ନେଇ ସୁରକ୍ଷା କର୍ମୀଙ୍କୁ […]

Samaya Live Picture
Published On

ବଲାଙ୍ଗୀର : ଗନ୍ଧମାର୍ଦ୍ଧନ ପର୍ବତରେ ପୋଲିସ ମାଓବାଦୀ ମୁହାଁମୁହିଁ । କାଲି ରାତିରୁ ଖପ୍ରାଖୋଲ ଥାନା ଗନ୍ଧମାର୍ଦ୍ଦନ ପାହାଡ ପାଦଦେଶରେ ଗୁଳି ବିନିମୟ ଜାରି ରହିଛି। ଉକ୍ତ ସ୍ଥାନରେ ମାଓବାଦୀମାନେ ଲୁଚି ରହିଥିବାର ଖବର ପାଇ ପୁଲିସ୍ କମ୍ବିଂ ଅପରେସନ୍ ଜାରି ରଖିଥିଲା। ତେବେ ବର୍ତ୍ତମାନ ଯାଏଁ କେତେ ସଂଖ୍ୟକ ମାଓବାହୀ ମୃତାହତ ହୋଇଛନ୍ତି । ସନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଖବର ଅନୁସାରେ, ଗନ୍ଧମାର୍ଦ୍ଦନ ପାହାଡ଼ରେ ମାଓବାଦୀ ଲୁଚିଥିବା ନେଇ ସୁରକ୍ଷା କର୍ମୀଙ୍କୁ ମିଳିଥିଲା ଗୁଇନ୍ଦା ସୂଚନା । ଏହାପରେ ସ୍ଥାନୀୟ ପୋଲିସ ଏବଂ ସୁରକ୍ଷାକର୍ମୀମାନେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ତେବେ ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀମାନେ ଗୁଳିଚାଳନା କରିଥିଲେ । ବିଳମ୍ବିତ ରାତିରୁ ଏବେ ଯାଏଁ ଗୁଳିବିନିମୟ ଜାରି ରହିଛି ।

ଅନ୍ୟପଟେ ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଗୋଗଣ୍ଡାସେପଟେ ଛତିଶଗଡ ସୁକମା ଜିଲ୍ଲାରେ ମଧ୍ୟ ଡିଆରଜି ଏବଂ ସିଆରପିଏଫ୍ କୋବ୍ରା ଯବାନଙ୍କ ମଧ୍ୟ ମିଳିତ ଅପରେସନ୍ ହୋଇଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୧୬ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି ।

Tags: