ପୁରୀରେ ଲୁଚିଥିଲା ଗୁଡ୍ଡୁ ମୁସଲିମ !
ଭୁବନେଶ୍ୱର : ଅତିକ ଅହମ୍ମଦ ର ଅନ୍ୟତମ ସହଯୋଗୀ ଗୁଡ୍ଡୁ ମୁସଲିମ ପୁରୀରେ ଲୁଚିଥିବାର ଖବର ମିଳିଛି I ୟୁପିର ବହୁ ଚର୍ଚ୍ଚିତ ଉମେଶ ପାଲ ହତ୍ୟା ଘଟଣାରେ ଅତିକ ଅହମ୍ମଦ ର ଅନ୍ୟତମ ସହଯୋଗୀ ଥିଲା ଗୁଡ୍ଡୁ ମୁସଲିମ I ଅତିକ ର ପୁଅ ଅସଦ ଓ ଗୁଲାମର ଏନକାଉଣ୍ଟର ପରେ ଗୁଡ୍ଡୁ ମୁସଲିମ ୟୁପିରୁ ଖସି ପୁରୀ ଚାଲିଆସିଥିବା ଜଣ ପଡିଛି I ଗୁଡ୍ଡୁ ମୁସଲିମ ବ୍ୟବହାର କରୁଥିବା ଫୋନ ର ଲାଷ୍ଟ ଲୋକେସନ […]
ଭୁବନେଶ୍ୱର : ଅତିକ ଅହମ୍ମଦ ର ଅନ୍ୟତମ ସହଯୋଗୀ ଗୁଡ୍ଡୁ ମୁସଲିମ ପୁରୀରେ ଲୁଚିଥିବାର ଖବର ମିଳିଛି I ୟୁପିର ବହୁ ଚର୍ଚ୍ଚିତ ଉମେଶ ପାଲ ହତ୍ୟା ଘଟଣାରେ ଅତିକ ଅହମ୍ମଦ ର ଅନ୍ୟତମ ସହଯୋଗୀ ଥିଲା ଗୁଡ୍ଡୁ ମୁସଲିମ I ଅତିକ ର ପୁଅ ଅସଦ ଓ ଗୁଲାମର ଏନକାଉଣ୍ଟର ପରେ ଗୁଡ୍ଡୁ ମୁସଲିମ ୟୁପିରୁ ଖସି ପୁରୀ ଚାଲିଆସିଥିବା ଜଣ ପଡିଛି I ଗୁଡ୍ଡୁ ମୁସଲିମ ବ୍ୟବହାର କରୁଥିବା ଫୋନ ର ଲାଷ୍ଟ ଲୋକେସନ ର ଠିକରଣା ପୁରୀରେ ଥିଲା I
ସେ ବିଭିନ୍ନ ରାଜ୍ୟରେ ଲୁଚିବା ପରେ ଶେଷରେ ପୁରୀରେ ଆଶ୍ରୟ ନେଇଥିଲା। ତେବେ ତା’କୁ ଟ୍ରାକ୍ କରି ଉତ୍ତର ପ୍ରଦେଶ ଏସଟିଏଫ ପୁରୀରେ ପହଞ୍ଚିଲା ବେଳକୁ ସେ ଫେରାର ହୋଇଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ଗୁଡ୍ଡୁ ମୁସଲିମ ବୋମା ତିଆରିରେ ମାହିର ଥିଲା । ସେ ୪ ରୁ ୫ ମିନିଟ ମଧ୍ୟରେ ବୋମା ତିଆରି କରି ପାରୁଥିଲା Iଏସଟିଏଫ ଟିମ୍ ଗୁଡ୍ଡୁ ମୁସଲିମକୁ ଧରିବାକୁ ବିଭିନ୍ନ ସ୍ଥାନରେ ରେଡ୍ କରୁଛି । ତା ନାଁରେ ୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଛି । ଓଡ଼ିଶା ପୂର୍ବରୁ କର୍ଣ୍ଣାଟକରେ ଗୁଡ୍ଡୁର ଲୋକେସନ୍ ମିଳିଥିଲା । ଉମେଶ ପାଲ ହତ୍ୟା ପରେ ଗୁଡ୍ଡୁ ଝାନସୀରେ ୫ଦିନ ରହିଥିଲା । ପରେ ମିରଟରେ ଅତିକର ଭଉଣୀ ଆୟଶା ନୁରୀ ଘରେ ଗୁଡ୍ଡୁକୁ ଦେଖିବାକୁ ମିଳିଥିଲା । ଏହାପରଠୁ ଗୁଡ୍ଡୁର ସୁରାକ ମିଳୁନଥିଲା। ପରେ କର୍ଣ୍ଣାଟକ ଓ ଓଡ଼ିଶାରେ ଗୁଡ୍ଡୁର ଲୋକେସନ୍ ଟ୍ରେସ ହୋଇଛି । ସୂଚନାନୁସାରେ ଉମେଶ ପାଲ ହତ୍ୟାକାଣ୍ଡ ଘଟଣାର ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ଗୁଡୁ ମୁସଲିମ ଅନ୍ୟତମ। ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣ ପ୍ରାଣ ହରାଇଥିବା ବେଳେ ଗୁଡୁ ମୁସଲିମ ସମେତ ଆଉ ୪ ଅଭିଯୁକ୍ତ ଏବେ ଫେରାର ଅଛନ୍ତି। ତେବେ ଅତିକ ଅହମ୍ମଦ ଗୁଳି ମାଡ଼ରେ ପ୍ରାଣ ହରାଇବା ଠିକ କେଇ ସେକେଣ୍ଡ ପୂର୍ବରୁ ତା ମୁହଁରୁ କେବଳ ଗୁଡ୍ଡୁ ମୁସଲିମ ନାଁ ହିଁ ଶୁଣାଯାଇଥିଲା I




