ତାଳଚେର ରେ ୨ ବ୍ୟବସାୟୀଙ୍କ ଘରେ ଜିଏସଟି ରେଡ

ତାଳେଚର: ତାଳଚେରରେ ଷ୍ଟେଟ ଜିଏସ୍‌ଟିର ଚଢାଉ। ଦୁଇ ପ୍ରତିଷ୍ଠିତ କୋଇଲା ବ୍ୟବସାୟୀ ମାଆ ହିଙ୍ଗୁଳା ଟ୍ରାନ୍ସପୋର୍ଟ ଓ ହିଙ୍ଗୁଳା ଟ୍ରେଡର୍ସରେ ଚଢ଼ାଉ ଜାରି ରହିଛି I ଦୁଇ କୋଇଲା ବ୍ୟବସାୟୀ ମହେନ୍ଦ୍ର ବେହେରା ଓ ରାଜେନ୍ଦ୍ର ବେହେରାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ରେଡ କରୁଛନ୍ତି ୨୫ ଜଣିଆ ଜିଏସଟି ଟିମ । ଦୁଇ ଭାଇଙ୍କର ତାଳଚେର ସମେତ ଭୁବନେଶ୍ବର ଓ ଢେଙ୍କାନାଳରେ ଥିବା ବାସଭବନ, ବ୍ୟବସାୟୀକ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟରେ ରେଡ୍ ଚାଲିଛି। ଏହାଛଡା କଟକ ଜିଏସଟି […]

Samaya Live Picture
Published On

ତାଳେଚର: ତାଳଚେରରେ ଷ୍ଟେଟ ଜିଏସ୍‌ଟିର ଚଢାଉ। ଦୁଇ ପ୍ରତିଷ୍ଠିତ କୋଇଲା ବ୍ୟବସାୟୀ ମାଆ ହିଙ୍ଗୁଳା ଟ୍ରାନ୍ସପୋର୍ଟ ଓ ହିଙ୍ଗୁଳା ଟ୍ରେଡର୍ସରେ ଚଢ଼ାଉ ଜାରି ରହିଛି I ଦୁଇ କୋଇଲା ବ୍ୟବସାୟୀ ମହେନ୍ଦ୍ର ବେହେରା ଓ ରାଜେନ୍ଦ୍ର ବେହେରାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ରେଡ କରୁଛନ୍ତି ୨୫ ଜଣିଆ ଜିଏସଟି ଟିମ । ଦୁଇ ଭାଇଙ୍କର ତାଳଚେର ସମେତ ଭୁବନେଶ୍ବର ଓ ଢେଙ୍କାନାଳରେ ଥିବା ବାସଭବନ, ବ୍ୟବସାୟୀକ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟରେ ରେଡ୍ ଚାଲିଛି। ଏହାଛଡା କଟକ ଜିଏସଟି ପକ୍ଷରୁ ତାଳଚେର ହାଣ୍ଡିଧୁଆ ଛକରେ ଥିବା ଏକ କ୍ରସରରେ ରେଡ଼ କରାଯାଇଛି । ଦୁଇ ଭାଇଙ୍କର ଆୟ ଓ ୱେବସାଇଟରେ ଫାଇଲ ହୋଇଥିବା ଜିଏସଟି ତଥ୍ୟରେ ତାଳମେଳ ନଥିବାରୁ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି।

Tags: