ଭିଜିଲାନ୍ସ ଜାଲରେ ଜିଏସଟି ଅଧିକାରୀ

ପୁରୀ : ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ I ୩୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜିଏସଟି ଅଧିକାରୀ ମାନସ ରଞ୍ଜନ ବେହେରା I ସେ ପୁରୀ ଏନଫୋର୍ସମଏଣ୍ଟ ୟୁନିଟର ସିଟିଓ ଓ ଜିଏସଟି ଅଫିସର ଥିଲେ । ଜଣେ ଗାଡି ମାଲିକଙ୍କ ଠାରୁ ଜବତ ଗାଡି ଛାଡିବା ପାଇଁ ସେ ଏହି ଟଙ୍କା ଲାଞ୍ଚ ନେଉଥିବାବେଳେ ପୁରୀ ଜିଲ୍ଲା ସ୍କୁଲ ଆଗରୁ ତାଙ୍କୁ ଧରିଛି ଭିଜିଲାନ୍ସ I ଘଟନାନୁସାରେ,ଅଭିଯୋଗକାରୀଙ୍କ ଜବତ […]

Samaya Live Picture
Published On

ପୁରୀ : ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ I ୩୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜିଏସଟି ଅଧିକାରୀ ମାନସ ରଞ୍ଜନ ବେହେରା I ସେ ପୁରୀ ଏନଫୋର୍ସମଏଣ୍ଟ ୟୁନିଟର ସିଟିଓ ଓ ଜିଏସଟି ଅଫିସର ଥିଲେ । ଜଣେ ଗାଡି ମାଲିକଙ୍କ ଠାରୁ ଜବତ ଗାଡି ଛାଡିବା ପାଇଁ ସେ ଏହି ଟଙ୍କା ଲାଞ୍ଚ ନେଉଥିବାବେଳେ ପୁରୀ ଜିଲ୍ଲା ସ୍କୁଲ ଆଗରୁ ତାଙ୍କୁ ଧରିଛି ଭିଜିଲାନ୍ସ I

ଘଟନାନୁସାରେ,ଅଭିଯୋଗକାରୀଙ୍କ ଜବତ ଗାଡି ବାବଦକୁ ସେ ନିୟମ ମୁତାବକ ମାର୍ଚ୍ଚ ୧୯ ତାରିଖରେ ୭୯ ହଜାର ୨୦୦ ଟଙ୍କା ଜିଏସଟି ଡିପୋଜିଟ କରିସାରିଥିଲେ ମଧ୍ୟ ତାଂକ ଗାଡି ଅଟକ ରହିଥିଲା I ଗାଡି ମୁକୁଳାଇବା ପାଇଁ ଆଉ ଅଧିକ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ମାନସ I ଏନେଇ ଅଭିଯୋଗକାରୀ ପୁରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ I ପୂର୍ବ ଯୋଜନା ଅନୁଯାୟୀ ଆଜି ଅଭିଯୋଗକାରୀଙ୍କ ଠାରୁ ପୁରୀ ଜିଲ୍ଲା ସ୍କୁଲ ସମ୍ମୁଖରେ ଦାବି ଟଙ୍କା ଅସୁଲ କରୁଥିବା ବେଳେ ଭିଜିଲାନ୍ସ ମାନସଙ୍କୁ କାବୁ କରିବା ସହିତ ତାଙ୍କ ଠାରୁ ୩୦ ହଜାର ଟଙ୍କାକୁ ଜବତ କରିଥିଲେ I ଟଙ୍କା ଜବତ ପରେ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ମାନସ ରଞ୍ଜନଙ୍କର ଏକକାଳୀନ ୩ ଟି ସ୍ଥାନରେ ଚଢ଼ାଉ କରାଯାଉଛି ।

Tags: