ଭିଜିଲାନ୍ସ ଜାଲରେ ଜିଆରଏସ୍
ଛେଣ୍ଡିପଦା : ଭିଜିଲାନ୍ସ ପଞ୍ଝାରେ ଛେଣ୍ଡିପଦା ଜିଆରଏସ୍ । ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଯଦୁମଣି ମାଝୀ ଧରା ପଡ଼ିଛନ୍ତି। ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ ହୋଇଛି। ଭିଜିଲାନ୍ସ ଟିମ୍ ଦୁଇଟି ସ୍ଥାନରେ ଚଢାଉ ଜାରି ରଖିଛି। ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନ ଅନ୍ତର୍ଗତ ଘର ବିଲ୍ ପାସ କରିବା ପାଇଁ ଯଦୁମଣି ମାଝୀ ୪ ହଜାର ଲଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ତାଙ୍କ ନିକଟରୁ ସମସ୍ତ ଟଙ୍କା […]
ଛେଣ୍ଡିପଦା : ଭିଜିଲାନ୍ସ ପଞ୍ଝାରେ ଛେଣ୍ଡିପଦା ଜିଆରଏସ୍ । ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଯଦୁମଣି ମାଝୀ ଧରା ପଡ଼ିଛନ୍ତି। ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ ହୋଇଛି। ଭିଜିଲାନ୍ସ ଟିମ୍ ଦୁଇଟି ସ୍ଥାନରେ ଚଢାଉ ଜାରି ରଖିଛି।
ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନ ଅନ୍ତର୍ଗତ ଘର ବିଲ୍ ପାସ କରିବା ପାଇଁ ଯଦୁମଣି ମାଝୀ ୪ ହଜାର ଲଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ତାଙ୍କ ନିକଟରୁ ସମସ୍ତ ଟଙ୍କା ଜବତ କରିବା ସହ ଦୁଇଟି ଜାଗାରେ ଚଢ଼ଉ ଜାରି ରହିଛି। କଟକ ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଛି। ଯଦୁମଣି ମାଝୀଙ୍କୁ ଭିଜିଲାନ୍ସ ଟିମ୍ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି।




