ଭିଜିଲାନ୍ସ ଜାଲରେ ଜିଆରଏସ ଓ ପିଅନ
ନୂଆପଡା :ଭିଜିଲାନ୍ସ ଜାଲରେ ଜିଆରଏସ ଓ ସହଯୋଗୀ I ଜମି ମରାମତି କାମର ମନରେଗା ପାଉଣା ମାଷ୍ଟର ରୋଲ ଜେନେରେଟ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଏହି ଦାବି ଅର୍ଥକୁ ଅନ୍ୟ ଜଣେ ସହଯୋଗୀ ଦ୍ୱାରା ନେଉଥିବାବେଳେ ଭିଜିଲାନ୍ସ ହାତରେ ଉଭୟେ ଧରାପଡ଼ିଛନ୍ତି I ସେମାନେ ହେଉଛନ୍ତି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଳକ ସୁନାରୀସିକୁଆଁ ପଞ୍ଚାୟତ ଗ୍ରାମ ରୋଜଗାର ସେବକ(ଜିଆରଏସ୍) ପ୍ରାଣବନ୍ଧୁ ଦଣ୍ଡସେନା ଓ ସେହି ଅଫିସ୍ରେ କାର୍ଯ୍ୟରତ ଥିବା ଜଣେ […]
ନୂଆପଡା :ଭିଜିଲାନ୍ସ ଜାଲରେ ଜିଆରଏସ ଓ ସହଯୋଗୀ I ଜମି ମରାମତି କାମର ମନରେଗା ପାଉଣା ମାଷ୍ଟର ରୋଲ ଜେନେରେଟ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଏହି ଦାବି ଅର୍ଥକୁ ଅନ୍ୟ ଜଣେ ସହଯୋଗୀ ଦ୍ୱାରା ନେଉଥିବାବେଳେ ଭିଜିଲାନ୍ସ ହାତରେ ଉଭୟେ ଧରାପଡ଼ିଛନ୍ତି I ସେମାନେ ହେଉଛନ୍ତି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଳକ ସୁନାରୀସିକୁଆଁ ପଞ୍ଚାୟତ ଗ୍ରାମ ରୋଜଗାର ସେବକ(ଜିଆରଏସ୍) ପ୍ରାଣବନ୍ଧୁ ଦଣ୍ଡସେନା ଓ ସେହି ଅଫିସ୍ରେ କାର୍ଯ୍ୟରତ ଥିବା ଜଣେ ପିଅନ I ପ୍ରାଣବନ୍ଧୁ ମନରେଗା ଜମି ହିତାଧିକାରୀ ମନୋଜ ମାଝୀଙ୍କ ଠାରୁ ପିଅନ ଜରିଆରେ ଏହି ଅର୍ଥ ଗ୍ରହଣ କରୁଥିଲେ I ଏନେଇ ମନୋଜ ପୂର୍ବରୁ ଭିଜିଲନ୍ସଙ୍କ ଦ୍ୱାରସ୍ଥ ହୋଇଥିଲେ I
ସୂଚନାନୁଯାୟୀ, ଗୁରୁବାର ସକାଳେ ଖଡ଼ିଆଳ ବ୍ଳକ ସୁନାରୀସିକୁଆଁ ପଞ୍ଚାୟତର ଚାଷୀ ମନୋଜ ମଝି ମନରେଗା ଯୋଜନାରେ ଜମି ମରାମତି କାମ କରିଥିଲେ। ହେଲେ କାମର ପାରିଶ୍ରମିକ ମିଳିନଥିଲା। ମଧ୍ୟାହ୍ନରେ ପଞ୍ଚାୟତ ଜିଆରଏସ୍ ପ୍ରାଣବନ୍ଧୁ ଦଣ୍ଡସେନା ଓ ପିଅନ କମଳାକାନ୍ତ ପ୍ରଧାନ ମାଷ୍ଟର ରୋଲ ଜେନେରେଟ ପାଇଁ ହିତାଧିକାରୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଆଜି ମନୋଜଙ୍କ ଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥଯିବାବେଳେ ପୂର୍ବପସ୍ତୁତି ଅନୁଯାୟୀ ଉଭୟଙ୍କୁ ଭିଜିଲାନ୍ସ ଧରିଥିଲା l କୋରାପୁଟ ଭିଜିଲାନ୍ସ ଏସ.ପି. ଙ୍କ ନିର୍ଦ୍ଧେଶ କ୍ରମେ କଳାହାଣ୍ଡି ଡି.ଏସ.ପି. ପ୍ରଦୀପ କୁମାର ଆଇଣ୍ଡଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଭିଜିଲାନ୍ସ ଟିମ ଜିଆରଏସ ଙ୍କ ପୈତୃକ ଘର ଓ ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ରେ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ।




