ରାଜଧାନୀରେ ଗୋଷ୍ଠୀ ବିବାଦ

ଖବର ପାଇ ମଞ୍ଚେଶ୍ୱର ଆଇଆଇଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାଜଧାନୀରେ ଗୋଷ୍ଠୀବିବାଦ I ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ମଞ୍ଚେଶ୍ବର ଥାନା ପଦ୍ମକେଶରୀପୁର କେଳାସାହିରେ ଦୁଇ ଗୋଷ୍ଠୀ ପରସ୍ପରକୁ ଖଣ୍ଡାରେ ଆକ୍ରମଣ କରିବା ସହ,ବୋମା ମାଡ଼ କରିଥିଲେ । ଏହା ସହିତ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଟେକାପଥର, ବୋତଲ ସହ ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ପୂର୍ବ ଶତ୍ରୁତାରୁ ଦୁଇ ଓ୍ବାର୍ଡବାସୀଙ୍କ ମଧ୍ୟରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଆକ୍ରମଣରେ ବାପପୁଅ ଗୁରୁତର […]

Samaya Live Picture
Published On

ଖବର ପାଇ ମଞ୍ଚେଶ୍ୱର ଆଇଆଇଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାଜଧାନୀରେ ଗୋଷ୍ଠୀବିବାଦ I ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ମଞ୍ଚେଶ୍ବର ଥାନା ପଦ୍ମକେଶରୀପୁର କେଳାସାହିରେ ଦୁଇ ଗୋଷ୍ଠୀ ପରସ୍ପରକୁ ଖଣ୍ଡାରେ ଆକ୍ରମଣ କରିବା ସହ,ବୋମା ମାଡ଼ କରିଥିଲେ । ଏହା ସହିତ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଟେକାପଥର, ବୋତଲ ସହ ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ପୂର୍ବ ଶତ୍ରୁତାରୁ ଦୁଇ ଓ୍ବାର୍ଡବାସୀଙ୍କ ମଧ୍ୟରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଆକ୍ରମଣରେ ବାପପୁଅ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି ହୋଇଥିବା ବେଳେ ୨୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି।

ଦୁର୍ଗା ପୂଜା ସରୁ ସରୁ ପଦ୍ମକେଶରୀପୁରରେ ଦେଖିବାକୁ ମିଳିଛି ଉତ୍ତେଜନା। କିଛି ଦିନ ପୂର୍ବରୁ ମଧ୍ୟ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ରାତି ୨ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ୪ ଘଣ୍ଟା ଚାଲିଥିଲା ଗୋଷ୍ଠୀ ସଂଘର୍ଷ I
। ଆକ୍ରମଣ ଓ ପ୍ରତିଆକ୍ରମଣରେ ଜଣେ ଯୁବକ ଗୁରୁତର, ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତିି । ଗୋଷ୍ଠୀ ସଂଘର୍ଷ ପରେ ପଦ୍ମକେଶରପୁର ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବରୁ ୧୪୪ ଧାରା ଜାରି ହେବା ସହିତ ମଞ୍ଚେଶ୍ୱର ଆଇଆଇସିଙ୍କ ନେତୃତ୍ୱରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

Tags: