ସସ୍ପେନ୍ସରେ ଲଫାପା,ମୃତ୍ୟୁ ପୂର୍ବରୁ ଝିଅ କୁ ଚିଠି ଲେଖିଥିଲେ ଗୋବିନ୍ଦ
କଣ୍ଟାବାଞ୍ଜି : ମୃତ୍ୟୁ ପୂର୍ବରୁ ଝିଅ କୁ ଶେଷ ଚିଠି ଲେଖିଥିଲେ ଗୋବିନ୍ଦ I ମୃତ୍ୟୁ ପରେ ତାଙ୍କ ପକେଟରୁ ମିଳିଥିଲା ଏକ ବନ୍ଦ ଲଫାପା I କିନ୍ତୁ ଚିଠିରେ କଣ ଉଲ୍ଲେଖ ରହିଥିଲା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ I ଗୋବିନ୍ଦଙ୍କ ଜ୍ୟାକେଟର ଭିତର ପକେଟରୁ ଏକ ମାଟିଆ ରଙ୍ଗର ଏନଭଲପ୍ ମିଳିଥିଲା। ଏହି ଏନଭଲପ୍ ଭିତରେ ଥିବା ଚିଠିଟି ତାଙ୍କ ବଡ଼ ଝିଅ ଉଦ୍ଦେଶ୍ୟରେ ଥିଲା ବୋଲି ସୂଚନା ମିଳିଛି। ମାଟିଆ ଏନଭଲପ୍ ଭିତରେ […]
କଣ୍ଟାବାଞ୍ଜି : ମୃତ୍ୟୁ ପୂର୍ବରୁ ଝିଅ କୁ ଶେଷ ଚିଠି ଲେଖିଥିଲେ ଗୋବିନ୍ଦ I ମୃତ୍ୟୁ ପରେ ତାଙ୍କ ପକେଟରୁ ମିଳିଥିଲା ଏକ ବନ୍ଦ ଲଫାପା I କିନ୍ତୁ ଚିଠିରେ କଣ ଉଲ୍ଲେଖ ରହିଥିଲା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ I ଗୋବିନ୍ଦଙ୍କ ଜ୍ୟାକେଟର ଭିତର ପକେଟରୁ ଏକ ମାଟିଆ ରଙ୍ଗର ଏନଭଲପ୍ ମିଳିଥିଲା। ଏହି ଏନଭଲପ୍ ଭିତରେ ଥିବା ଚିଠିଟି ତାଙ୍କ ବଡ଼ ଝିଅ ଉଦ୍ଦେଶ୍ୟରେ ଥିଲା ବୋଲି ସୂଚନା ମିଳିଛି। ମାଟିଆ ଏନଭଲପ୍ ଭିତରେ ଥିବା ଚିଠିଟି ୨ଟି ପୃଷ୍ଠା ସମ୍ବଳିତ ବୋଲି ଜଣାଯାଇଛି। ଏହା ସହିତ ତାଙ୍କ କୋଠରୀରୁ ଗୋବିନ୍ଦଙ୍କ କିଛି ହାତ ଲେଖା କାଗଜପତ୍ର ଜବତ ହୋଇଛି । ପକେଟ ରୁ ମିଳିଥିବା ଲଫାପା ସହ ଏହି କାଗଜପତ୍ରକୁ ହ୍ୟାଣ୍ଡ ରାଇଟିଂ ଏକ୍ସପର୍ଟ ଙ୍କ ନିକଟକୁ ଯାଞ୍ଚ ପାଇଁ ପଠାଯାଇଛି I
କଣ୍ଟାବାଞ୍ଜି ଉପ-କାରାଗାରରେ ଗୋବିନ୍ଦଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ଖୋଳତାଡ଼ କରୁଥିବା କ୍ରାଇମବ୍ରାଞ୍ଚ ୩ ଦିନ ପରେ ତଦନ୍ତରୁ କଣ ତଥ୍ୟ ମିଳିଛି ଏଯାଏଁ ସ୍ପଷ୍ଟ କରିନାହିଁ। ଗତକାଲି କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଜେଲ୍ ଭିତରକୁ ଯାଇ ଘଟଣାର ତଦନ୍ତ କରିଥିଲେ।
ସୂଚନାନୁସାରେ,ବହୁଚର୍ଚ୍ଚିତ ମହାଲିଙ୍ଗ ସନସାଇନ ଇଂଲିଶ ମିଡିୟମ ସ୍କୁଲ ଅଧ୍ୟକ୍ଷI ମମିତା ମେହେର ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ଥିଲେ ଗୋବିନ୍ଦ ସାହୁ I ସେ ଗିରଫ ହୋଇ କଣ୍ଟାବାଞ୍ଜି ଜେଲ ରେ ଥିବାବେଳେ ଗତ ଡିସେମ୍ବର ୨୦ ତାରିଖ ଦିନ ପୂର୍ବାହ୍ନ ରେ ନିଜ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ I ଗୋବିନ୍ଦଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣି ଥିବାବେଳେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି I




