ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ନିବେଦନ କଲେ ସ୍ବର୍ଗତଃ ଗୋବିନ୍ଦ ସାହୁଙ୍କ ପରିବାର

ଭୁବନେଶ୍ୱର : ବହୁ ଚର୍ଚ୍ଚିତ କଳାହାଣ୍ଡି ମମିତା ମେହେର ମୃତ୍ୟୁ ମାମଲା । ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍ବର୍ଗତଃ ଗୋବିନ୍ଦ ସାହୁଙ୍କ ପରିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି । ପୂର୍ବତନ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ ନେତୃତ୍ବରେ ଗୋବିନ୍ଦ ସାହୁଙ୍କ ସ୍ତ୍ରୀ ଓ ଝିଅ ମୁଖ୍ୟମନ୍ତ୍ରୀ ଙ୍କୁ ତାଙ୍କ ବାସ ଭବନରେ ଭେଟି ଘଟଣାର ନିରପେକ୍ଷ ସିବିଆଇ ତଦନ୍ତ ପାଇଁ ନିବେଦନ କରିଛନ୍ତି । ମମିତା ମେହେରଙ୍କୁ ଯିଏ ହତ୍ୟା କରିଛି ସିଏ […]

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ନିବେଦନ କଲେ ସ୍ବର୍ଗତଃ ଗୋବିନ୍ଦ ସାହୁଙ୍କ ପରିବାର
Samaya Live Picture
Published On

ଭୁବନେଶ୍ୱର : ବହୁ ଚର୍ଚ୍ଚିତ କଳାହାଣ୍ଡି ମମିତା ମେହେର ମୃତ୍ୟୁ ମାମଲା । ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍ବର୍ଗତଃ ଗୋବିନ୍ଦ ସାହୁଙ୍କ ପରିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି । ପୂର୍ବତନ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ ନେତୃତ୍ବରେ ଗୋବିନ୍ଦ ସାହୁଙ୍କ ସ୍ତ୍ରୀ ଓ ଝିଅ ମୁଖ୍ୟମନ୍ତ୍ରୀ ଙ୍କୁ ତାଙ୍କ ବାସ ଭବନରେ ଭେଟି ଘଟଣାର ନିରପେକ୍ଷ ସିବିଆଇ ତଦନ୍ତ ପାଇଁ ନିବେଦନ କରିଛନ୍ତି ।

ମମିତା ମେହେରଙ୍କୁ ଯିଏ ହତ୍ୟା କରିଛି ସିଏ ମୋ ବାପାଙ୍କୁ ହତ୍ୟା କରିଛି ବୋଲି ଗୋବିନ୍ଦଙ୍କ ଝିଅ କହିଛନ୍ତି | ବାପାଙ୍କ ହତ୍ୟା କାଣ୍ଡରେ ଷଡଯନ୍ତ୍ର ହୋଇଛି | ମୁଁ ଓ ଆମ ପରିବାର ଏ ନେଇ ଭୟଭୀତ ଅବସ୍ଥାରେ ରହିଛୁ | ଆମ ସମ୍ପତ୍ତି ସବୁ କବଜା କରିଛନ୍ତି | ମୋ ସହ ଓ ମୋ ପରିବାର ସହ କିଛି ବି ହୋଇପାରେ ବୋଲି ଗୋବିନ୍ଦଙ୍କ ଝିଅ କହିଛନ୍ତି | ଏଥିସହ ସେମାନଙ୍କୁ ଦିଆଯାଉଥିବା ଧମକରୁ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ମାଗିଛନ୍ତି | କେଶ ରିଓପନ ହେବ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନାନୁସାରେ, କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଇଂରାଜୀ ମିଡିୟମ ସ୍କୁଲର ଶିକ୍ଷୟିତ୍ରୀ ଭାବରେ ଚାକିରୀ କରିଥିଲେ ବଲାଙ୍ଗିର ଜିଲ୍ଲାର ତୁରେଇକେଲା ବ୍ଲକର ମମିତା ମେହେର। ତେବେ ସେ ଅକ୍ଟୋବର ୮ , ୨୦୨୧ ରେ ନିଖୋଜ ହୋଇଯାଇଥିଲେ ଏବଂ ତାଙ୍କ ଗଳିତ ମୃତଦେହ ଅକ୍ଟୋବର ୧୯ ରେ ସ୍କୁଲ ପରିସରରେ ଏକ ନିର୍ମାଣାଧୀନ ଷ୍ଟାଡିୟମ ଭିତରୁ ଉଦ୍ଧାର କରାଯାଇଥିଲା । ମମିତାଙ୍କୁ ତଣ୍ଟିଚିପି ହତ୍ୟା କରି ପୋତି ଦେଇଥିବା ଜଣାପଡିଥିଲା । ଏହି ଘଟଣାରେ କଳାହାଣ୍ଡି ଜିଲା ମହାଲିଙ୍ଗ ସ୍ଥିତ ସନ୍‍ ସାଇନ୍‍ ପବ୍ଲିକ୍‍ ସ୍କୁଲର ପରିଚାଳନା ପରିଷଦ ସଭାପତି ଗୋବିନ୍ଦ ସାହୁ ଗିରଫ ହୋଇ ଜେଲରେ ଥିବାବେଳେ ୨୦୨୨ ଡିସେମ୍ବର ୨୦ତାରିଖରେ କଣ୍ଟାବାଞ୍ଜି ସବ୍‌ଜେଲରେ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିଲା। ସେ ଶୌଚାଳୟ ନିକଟରେ ଥିବା ଏକ ଗଛରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଗୋବିନ୍ଦଙ୍କ ମୃତ୍ୟୁ ରହସ୍ୟ ଘେରରେ ଥିବା ବେଳେ ଘଟଣାର ତଦନ୍ତ କରି ଲୋକଲୋଚନକୁ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ପରିବାର ଲୋକେ ।

Tags: