ଗୋପାଳପୁର ଗଣ ଦୁଷ୍କର୍ମ ୧୦ ଗିରଫ,ଉଦବେଗ ପ୍ରକାଶ କଲେ ଉପମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର : ଗୋପାଳପୁରରେ ଲଜ୍ଜା । କଲେଜ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କରିଛି ଗୋପାଳପୁର ପୋଲିସ । ପୁରୁଷ ବନ୍ଧୁଙ୍କ ସହ ବେଳାଭୂମି ବୁଲିବାକୁ ଯାଇଥିବା ବେଳେ ଦୁର୍ବୁତ୍ତ ମାନେ ପୁରୁଷ ବନ୍ଧୁଙ୍କୁ ବାନ୍ଧି ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ନେଇ ଗୋପାଳପୁର ଥାନାରେ ଏତଲା ଦେଇଥିଲେ ଛାତ୍ରୀ । ଏହି ଘଟଣାରେ ସୋମବାର ୭ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ଆଜି ଫେରାର ଥିବା ଆଉ ୩ ଜଣଙ୍କୁ ଧରିଛି […]

ଗୋପାଳପୁର ଗଣ ଦୁଷ୍କର୍ମ ୧୦ ଗିରଫ,ଉଦବେଗ ପ୍ରକାଶ କଲେ ଉପମୁଖ୍ୟମନ୍ତ୍ରୀ
Samaya Live Picture
Published On

ବ୍ରହ୍ମପୁର : ଗୋପାଳପୁରରେ ଲଜ୍ଜା । କଲେଜ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କରିଛି ଗୋପାଳପୁର ପୋଲିସ । ପୁରୁଷ ବନ୍ଧୁଙ୍କ ସହ ବେଳାଭୂମି ବୁଲିବାକୁ ଯାଇଥିବା ବେଳେ ଦୁର୍ବୁତ୍ତ ମାନେ ପୁରୁଷ ବନ୍ଧୁଙ୍କୁ ବାନ୍ଧି ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ନେଇ ଗୋପାଳପୁର ଥାନାରେ ଏତଲା ଦେଇଥିଲେ ଛାତ୍ରୀ । ଏହି ଘଟଣାରେ ସୋମବାର ୭ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ଆଜି ଫେରାର ଥିବା ଆଉ ୩ ଜଣଙ୍କୁ ଧରିଛି । ଆଜି ସମସ୍ତ ୧୦ ଜଣଙ୍କର ଡାକ୍ତରୀ ମାଇନା କରାଯିବ । ଘଟଣା ସ୍ଥଳରେ ସ୍ଥିତି ତଦାରଖ କରିଛନ୍ତି ଏସ୍.ପି।

ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା । ସେ କହିଛନ୍ତି ରଜ ଉତ୍ସବରେ ସାରା ରାଜ୍ୟର ଝିଅମାନେ ହସ ଖୁସି ମନାଉଥିବାବେଳେ ଗୋପାଳପୁରରେ ଘଟିଥିବା ଏହି ଲଜ୍ଜାକର ଘଟଣା ମୋତେ ବ୍ୟଥିତ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣା ସମ୍ପର୍କରେ ଏସପିଙ୍କ ସହ କଥା ହୋଇ ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ଯେପରି ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନହୁଏ ସେଥିପାଇଁ ଆବଶ୍ୟକ ପଦେକ୍ଷପ ନେବାକୁ ନିର୍ଦ୍ଦେଶ ଦେଇଛି”।

ସୂଚନା ଅନୁସାରେ, ଜିଲ୍ଲା ବାହରର ଜଣେ ଯୁବତୀ ବ୍ରହ୍ମପୁରର ଏକ ଶିକ୍ଷାନୁଷ୍ଠାନରେ ଯୁକ୍ତ ୩ରେ ଅଧ୍ୟୟନ କରନ୍ତି। ରବିବାର ଅପରାହ୍ନରେ ସେ ନିଜ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମିକୁ ବୁଲି ଆସିଥିଲେ । ସନ୍ଧ୍ୟା ପ୍ରାୟ ୭ଟାରେ ପାନ୍ଥନିବାସ ପଛପଟ ବେଳାଭୂମିରେ ଉଭୟ ବସିଥିବାବେଳେ ହିଞ୍ଜିଳିକାଟୁ ସମେତ ଅନ୍ୟାନ୍ୟ ଅଞ୍ଚଳର ୧୦ଜଣ ଯୁବକ ସେମାନଙ୍କୁ ଘେରିଯାଇ ପ୍ରଥମେ ଅସଦାଚରଣ କରିଥିଲେ । ପରେ ପୁରୁଷ ବନ୍ଧୁଙ୍କୁ କିଛି ଯୁବକ କାବୁ କରି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ପୀଡିତାଙ୍କୁ ମେଡିକାଲ ପରୀକ୍ଷା ପାଇଁ MKCG ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି । ବ୍ରହ୍ମପୁର SP, SDPO, DSP , ଅତିରିକ୍ତ ଏସ୍.ପି. ଗୋପାଳପୁର ଥାନାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛନ୍ତି ।

Tags: