ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପାଇଁ ଗୁଜରାଟ ଗଲା ଗୋପାଳ
ଭୁବନେଶ୍ୱର : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଆଜି ୧୨ ଦିନରେ ପହଞ୍ଚିଛି I ଏପର୍ଯ୍ୟନ୍ତ ଅଭିଯୁକ୍ତ ଗୋପାଳ ଦାସ ମୁହଁରୁ ସତ ଓଗାଳିପରି ନାହିଁ କ୍ରାଇମବ୍ରାଞ୍ଚ I ଏପରିକି ସେ କାହିଁକି ମନ୍ତ୍ରୀଙ୍କୁ ହତ୍ୟା କରିଥିଲା ସେନେଇ କୌଣସି ସଠିକ ତଥ୍ୟ ମଧ୍ୟ କ୍ରାଇମବ୍ରାଞ୍ଚ କୁ ଦେଇନାହିଁ । ତେବେ ଏହି ହତ୍ୟା ପଛର ସତ ଜାଣିବା ପାଇଁ ଗୋପାଳର ନାର୍କୋ ଟେଷ୍ଟ କରିବ କ୍ରାଇମବ୍ରାଞ୍ଚ । ସେଥିପାଇଁ ତାଙ୍କୁ ବୁଧବାର ସନ୍ଧ୍ୟାରେ ଝାରସୁଗୁଡ଼ା […]
ଭୁବନେଶ୍ୱର : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଆଜି ୧୨ ଦିନରେ ପହଞ୍ଚିଛି I ଏପର୍ଯ୍ୟନ୍ତ ଅଭିଯୁକ୍ତ ଗୋପାଳ ଦାସ ମୁହଁରୁ ସତ ଓଗାଳିପରି ନାହିଁ କ୍ରାଇମବ୍ରାଞ୍ଚ I ଏପରିକି ସେ କାହିଁକି ମନ୍ତ୍ରୀଙ୍କୁ ହତ୍ୟା କରିଥିଲା ସେନେଇ କୌଣସି ସଠିକ ତଥ୍ୟ ମଧ୍ୟ କ୍ରାଇମବ୍ରାଞ୍ଚ କୁ ଦେଇନାହିଁ । ତେବେ ଏହି ହତ୍ୟା ପଛର ସତ ଜାଣିବା ପାଇଁ ଗୋପାଳର ନାର୍କୋ ଟେଷ୍ଟ କରିବ କ୍ରାଇମବ୍ରାଞ୍ଚ । ସେଥିପାଇଁ ତାଙ୍କୁ ବୁଧବାର ସନ୍ଧ୍ୟାରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଗୁଜରାଟ ଗାନ୍ଧିନଗରକୁ ନିଆଯାଇଛି । ନାର୍କୋ ଟେଷ୍ଟ ପାଇଁ ଓଡ଼ିଶାରେ ବ୍ୟବସ୍ଥା ନଥିବାରୁ ତାଙ୍କୁ ଗୁଜରାଟ ନିଆଯାଇଛି । ଗୋପାଳଙ୍କୁ ଝାରସୁଗୁଡ଼ାରୁ କୋଲକାତା ଦେଇ ଗୁଜରାଟ ନିଆଯାଇଥିବା ସୂଚନା ମିଳିଛି ।
ବ୍ରଜରାଜନଗରରେ ଆୟୋଜିତ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଗାନ୍ଧି ଛକ ନିକଟରେ ନବ ଦାସଙ୍କ ଉପରେ ଫାୟାରିଂ କରିଥିଲା ଗୋପାଳ ଦାସ । ରାଜ୍ୟ ରାଜନୀତିରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା । ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଝାରସୁଗୁଡ଼ାରେ ତଦନ୍ତ କରୁଛନ୍ତି । ଅଭିଯୁକ୍ତ ଗୋପାଳଙ୍କୁ ଜେରା ମଧ୍ୟ କରୁଛନ୍ତି । ଏହି ମାମଲାରେ ରାଜ୍ୟ ସରକାର ଝାରସୁଗୁଡ଼ା ଏସ୍ପି, ବ୍ରଜରାଜନଗର ଏସ୍ଡିପିଓ ଓ ଗାନ୍ଧି ଛକ ଫାଣ୍ଡି ଅଧିକାରୀଙ୍କୁ ବଦଳି କରାଯାଇଛି । ଅନ୍ୟପକ୍ଷରେ ଗୋପାଳଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇ ଘନ ଘନ ଜେରା କରୁଛି ।
ମଙ୍ଗଳବାର ଗୋପାଳଙ୍କୁ କ୍ରାଇମ୍ ସ୍ପଟ୍ ନିଆଯାଇଥିଲା । ମନ୍ତ୍ରୀଙ୍କ ଉପରକୁ ଗୋପାଳ କେମିତି ଗୁଳି ପୁଟାଇଥିଲେ? ତାହାର ଡେମୋ ଦେଖାଇଥିଲେ । ହେଲେ କ୍ରାଇମବ୍ରାଞ୍ଚ ଦୁଇ ଥର ରିମାଣ୍ଡରେ ନେଇଥିଲେ ସୁଦ୍ଧା ସେ କାହିଁକି ମନ୍ତ୍ରୀଙ୍କୁ ଗୁଳିକରି ହତ୍ୟା କଲେ? କ୍ରାଇମବ୍ରାଞ୍ଚ ତାଙ୍କଠାରୁ ସତ ଓଗାଳି ପାରୁନାହିଁ । ତେଣୁ ଗୋପାଳ କୁ ତୃତୀୟ ଥର ପାଇଁ ୫ ଦିନିଆ ରିମାଣ୍ଡରେ ନେଇ ଗୁଜରାଟ ରେ ନାର୍କୋ ଟେଷ୍ଟ ପାଇଁ ଅନୁମତି ଦେଇଛନ୍ତି ଜେଏମଏଫସି କୋର୍ଟ




