କ୍ରାଇମ୍ କ୍ରାଇମ୍ ସ୍ପଟ୍ରେ ଗୋପାଳ,ହତ୍ୟା ସିନ୍ ରିକ୍ରିଏସନ୍ କରି ଦେଖାଇଲା
ଝାରସୁଗୁଡା : ୨ୟ ଦିନ ରିମାଣ୍ଡରେ ଯାଇ କ୍ରାଇମ ସ୍ପଟ ରେ ପହଁଚିଲା ଅଭିଯୁକ୍ତ ଗୋପାଳ ଦାସ I ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ସହିତ ଯାଇ ଗତକାଲି ହତ୍ୟାକାଣ୍ଡର ସିନ୍ ରିକ୍ରିଏସନ୍ କରିଛି । ବ୍ରଜରାଜନଗରର ଗାନ୍ଧୀଛକର ଯେଉଁ ସ୍ଥାନରେ ଗୋପାଳ, ନବ ଦାସଙ୍କୁ ଗୁଳି କରିଥିଲା ସେଠାରେ ସେ ଡେମୋ ଦେଖାଇଛି । ପଏଣ୍ଟ ବ୍ଲାଙ୍କରୁ କେମିତି ଗୁଳି ଚଳାଇଥିଲା ତଦନ୍ତକାରି ଟିମ୍ ଆଗରେ ଡେମୋ ଦେଖାଇଥିଲା ଗୋପାଳ […]
ଝାରସୁଗୁଡା : ୨ୟ ଦିନ ରିମାଣ୍ଡରେ ଯାଇ କ୍ରାଇମ ସ୍ପଟ ରେ ପହଁଚିଲା ଅଭିଯୁକ୍ତ ଗୋପାଳ ଦାସ I ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ସହିତ ଯାଇ ଗତକାଲି ହତ୍ୟାକାଣ୍ଡର ସିନ୍ ରିକ୍ରିଏସନ୍ କରିଛି । ବ୍ରଜରାଜନଗରର ଗାନ୍ଧୀଛକର ଯେଉଁ ସ୍ଥାନରେ ଗୋପାଳ, ନବ ଦାସଙ୍କୁ ଗୁଳି କରିଥିଲା ସେଠାରେ ସେ ଡେମୋ ଦେଖାଇଛି । ପଏଣ୍ଟ ବ୍ଲାଙ୍କରୁ କେମିତି ଗୁଳି ଚଳାଇଥିଲା ତଦନ୍ତକାରି ଟିମ୍ ଆଗରେ ଡେମୋ ଦେଖାଇଥିଲା ଗୋପାଳ । କ୍ରାଇମ୍ ସିନ୍ ରିକ୍ରିଏସନ୍ ଲାଗି ୨ ପ୍ଲାଟୁନ୍ ପୋଲିସ ଫୋର୍ସ ଉକ୍ତ ଅଞ୍ଚଳକୁ କର୍ଡନ କରି ନେଇଥିଲେ ।
କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଥିବା ଗୋପାଳ ଗୋଟି ଗୋଟି କରି ସବୁକିଛିର ଡେମୋ ଦେଖାଇଛି । ମନ୍ତ୍ରୀ କେତେବେଳେ ପହଞ୍ଚିଲେ, ସେ କେଉଁଠୁ କିଭଳି ଭାବେ ଗୁଳିମାଡ଼ କରି କେଉଁ ଆଡ଼େ ଧାଇଁଥିଲା । ସବୁକିଛି କ୍ରାଇମବ୍ରାଞ୍ଚ ଆଗରେ ସିନ୍ ରିକ୍ରିଏସନ୍ କରିଛି ।
ଘଟଣାସ୍ଥଳରେ ଦୁଇ ଥର କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ । ହାତରେ ଡେମୋ ବନ୍ଧୁକ ଧରି ଗୋପାଳ ସବୁ କିଛି ବର୍ଣ୍ଣନା କରିଛି । ସିନ୍ ରିକ୍ରିଏସନର ଭିଡିଓଗ୍ରାଫି କ୍ରାଇମବ୍ରାଞ୍ଚ ପକ୍ଷରୁ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଗୋପାଳକୁ ୪ ଦିନିଆ ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ପଚରାଉଚରା କରୁଥିବା ବେଳେ ଆଜି ସିନ୍ ରିକ୍ରିଏସନ୍ କରାଯାଇଛି । ଆଜି ଅଭିଯୁକ୍ତର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସରୁଛି । ପୁଣି ଥରେ ତାକୁ ରିମାଣ୍ଡରେ ନେବାକୁ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ ।
ସୂଚନାଯୋଗ୍ୟ ଯେ, ଗତ ଜାନୁୟାରୀ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧୀ ଛକରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କାରରୁ ଓହ୍ଲାଇବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ଗୁଳିମାଡ଼ କରିଥିଲା । ଗୁଳିମାଡ଼ରେ ନବ ଦାସଙ୍କ ମୃତ୍ୟୁ ହୋଇଥିବା ବେଳେ ସରକାର ନବ ଦାସ ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଗୋପାଳକୁ ଚାକିରିରୁ ବହିଷ୍କାର କରାଯାଇଥିଲା । ଏବେ ଗୋପାଳ କୁ ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି।




