ଝାରସୁଗୁଡା ଏଡିଜେ କୋର୍ଟରେ ହାଜର ହେଲେ ଗୋପାଳ ଦାସ
ଝାରସୁଗୁଡା : ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ଘଟଣା I ଝାରସୁଗୁଡା ଏଡ଼ିଜେ କୋର୍ଟରେ ହଜାର ହେଲା ହତ୍ୟାକାରୀ ଗୋପାଳ ଦାସ I ଚୌଦ୍ୱାର ଜେଲରୁ ଗୋପାଳକୁ କଡା ସୁରକ୍ଷା ବଳୟରେ ମଧ୍ୟରେ ଝାରସୁଗୁଡା କୋର୍ଟକୁ ଅଣାଯାଇଥିଲା I ଏଡିଜେ କୋର୍ଟରେ ଗୋପାଳ ବିରୋଧରେ ଆସିଥିବା ଅଭିଯୋଗ ଆଧାରରେ ଚାର୍ଜଫ୍ରେମ ହେବାର ଥିଲା I ଏପଟେ ନିଜସ୍ବ ଓକିଲ ନିଯୁକ୍ତ କରିଛି ଗୋପାଳ। ବ୍ରହ୍ମପୁରର ବରିଷ୍ଠ ଓକିଲ ମହେଶ ଜେନାଙ୍କୁ ନିଜସ୍ୱ ଓକିଲ ନିଯୁକ୍ତି କରିଛି […]
ଝାରସୁଗୁଡା : ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ଘଟଣା I ଝାରସୁଗୁଡା ଏଡ଼ିଜେ କୋର୍ଟରେ ହଜାର ହେଲା ହତ୍ୟାକାରୀ ଗୋପାଳ ଦାସ I ଚୌଦ୍ୱାର ଜେଲରୁ ଗୋପାଳକୁ କଡା ସୁରକ୍ଷା ବଳୟରେ ମଧ୍ୟରେ ଝାରସୁଗୁଡା କୋର୍ଟକୁ ଅଣାଯାଇଥିଲା I ଏଡିଜେ କୋର୍ଟରେ ଗୋପାଳ ବିରୋଧରେ ଆସିଥିବା ଅଭିଯୋଗ ଆଧାରରେ ଚାର୍ଜଫ୍ରେମ ହେବାର ଥିଲା I ଏପଟେ ନିଜସ୍ବ ଓକିଲ ନିଯୁକ୍ତ କରିଛି ଗୋପାଳ। ବ୍ରହ୍ମପୁରର ବରିଷ୍ଠ ଓକିଲ ମହେଶ ଜେନାଙ୍କୁ ନିଜସ୍ୱ ଓକିଲ ନିଯୁକ୍ତି କରିଛି ଗୋପାଳ । ପୂର୍ବରୁ ସରକାରୀ ଓକିଲ ନରେଶ ନାୟକଙ୍କ ନିଯୁକ୍ତ କରିଥିଲେ କୋର୍ଟ ।
ଗତ ୨୬ ତାରିଖରେ ହାଜିରା ସମୟରେ ଗୋପାଳ ନିଜ ପାଇଁ ଆଇନଜୀବୀ ଠିକ କରିନଥିବାରୁ ଷ୍ଟେଟ ଡିଫେନ୍ସ କାଉନସିଲ ନରେଶ ନାୟକଙ୍କୁ ନିଯୁକ୍ତି କରାଯାଇଥିଲା । ଗୋପାଳ ଓକିଲ ଦେଉନଥିବାରୁ ପ୍ରତିପକ୍ଷ ଡିସଚାର୍ଜ ପିଟିସନ ଦାଖଲ କରିଥିଲେ । ସରକାରୀ ଓକିଲ ଗଙ୍ଗାଧର ଗଡ଼ନାୟକ ସମୟ ମାଗିଥିଲେ । ଆଜି କିନ୍ତୁ ଗୋପାଳର ଓକିଲ ମହେଶ ଜେନା ଉପସ୍ଥିତ ଅଛନ୍ତି । ମାମଲାର ପରବର୍ତୀ ଶୁଣାଣି ଆସନ୍ତା ୨୧ ତାରିଖରେ ହେବ।




