ଜେଲ ଯିବା ମୋ ପାଇଁ ସୁବର୍ଣ୍ଣ ସୁଯୋଗ – ଅର୍ଚ୍ଚନା
ଭୁବନେଶ୍ୱର : ୧୪ ମାସ ପରେ ଆଜି ସକାଳୁ ଝାରପଡ଼ା ଜେଲରୁ ବାହାରିଛନ୍ତି ହନିଟ୍ରାପ୍ କ୍ୱିନ୍ ଅର୍ଚ୍ଚନା ନାଗ୍ I ଦୁଇ ଲକ୍ଷ ଟଙ୍କା ଓ ଦୁଇଜଣ ଜାମିନଦାରଙ୍କ ବଦଳରେ ଅର୍ଚ୍ଚନା ନାଗଙ୍କୁ ଜାମିନ ଦେଇଥିଲେ ହାଇକୋର୍ଟ । ଜାମିନରେ ଜେଲରୁ ବାହାରି ଆଇନ ପରୀକ୍ଷା ଦେବାକୁ ଯାଇଛନ୍ତି ଅର୍ଚ୍ଚନା I ଜେଲରୁ ମୁକୁଳିବା ପରେ ଅର୍ଚ୍ଚନା କହିଛନ୍ତି, କୋର୍ଟଙ୍କ ସବୁ ସର୍ତ୍ତ ମାନିବେ ଓ ତଦନ୍ତରେ ସହଯୋଗ କରିବେ । କୋର୍ଟଙ୍କ ଦ୍ୱାରସ୍ଥ ହେବେ । […]
ଭୁବନେଶ୍ୱର : ୧୪ ମାସ ପରେ ଆଜି ସକାଳୁ ଝାରପଡ଼ା ଜେଲରୁ ବାହାରିଛନ୍ତି ହନିଟ୍ରାପ୍ କ୍ୱିନ୍ ଅର୍ଚ୍ଚନା ନାଗ୍ I ଦୁଇ ଲକ୍ଷ ଟଙ୍କା ଓ ଦୁଇଜଣ ଜାମିନଦାରଙ୍କ ବଦଳରେ ଅର୍ଚ୍ଚନା ନାଗଙ୍କୁ ଜାମିନ ଦେଇଥିଲେ ହାଇକୋର୍ଟ । ଜାମିନରେ ଜେଲରୁ ବାହାରି ଆଇନ ପରୀକ୍ଷା ଦେବାକୁ ଯାଇଛନ୍ତି ଅର୍ଚ୍ଚନା I ଜେଲରୁ ମୁକୁଳିବା ପରେ ଅର୍ଚ୍ଚନା କହିଛନ୍ତି, କୋର୍ଟଙ୍କ ସବୁ ସର୍ତ୍ତ ମାନିବେ ଓ ତଦନ୍ତରେ ସହଯୋଗ କରିବେ । କୋର୍ଟଙ୍କ ଦ୍ୱାରସ୍ଥ ହେବେ । ତେବେ ଅର୍ଚ୍ଚନା ଆଇନ ପରୀକ୍ଷା ଦେଇ ଫେରିବା ବେଳେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି,ଜେଲ ଯିବା ମୋପାଇଁ ସୁବର୍ଣ୍ଣ ସୁଯୋଗ ଥିଲା I’ମୁଁ ବହୁତ କିଛି ଶିଖିଲି I ଏହି ଘଟଣାରେ ନିଶ୍ଚିତ ଦିନେ ସମସ୍ତଙ୍କ ମୁଖ ଖୋଲିବି I ମୁଁ ଆଇନ ଛାତ୍ରୀ,ନ୍ୟାୟାଳୟ ଉପରେ ମୋର ସମ୍ପୂର୍ଣ୍ଣ ଭରସା ଅଛି I ମୁଁ ମୁଣ୍ଡ ନୂଆଇଁବେ ପିଲା ନୁହେଁ,ସବୁ ତଥ୍ୟ ଓ ପ୍ରମାଣ କୋର୍ଟରେ ଦାଖଲ କରିବି’I
ସୂଚନାନୁସାରେ,ହନିଟ୍ରାପ୍ ମାମଲାରେ ଛନ୍ଦି ହୋଇଥିବା ଅର୍ଚ୍ଚନା ନାଗ ୧୪ ମାସ ପରେ ଜେଲରୁ ବାହାରିଛନ୍ତି। ଇଡି ମାମଲାରେ ହାଇକୋର୍ଟରୁ ବେଲ୍ ମିଳିବାର ୭ ଦିନ ପରେ ସେ ଜେଲରୁ ବାହାରିଛନ୍ତି। ୨ଲକ୍ଷ ଟଙ୍କା ଓ ଦୁଇଜଣ ଜାମିନଦାର ବଦଳରେ ହାଇକୋର୍ଟ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଜେଲରୁ ରିଲିଜ୍ ହେବା ପରେ ତାଙ୍କସ୍ୱାମୀ ଜଗବନ୍ଧୁ ତାଙ୍କୁ ଆଣିବାକୁ ଯାଇଥିଲେ । ଏହି ମାମଲାରେ ଅର୍ଚ୍ଚନାଙ୍କ ସମେତ ସ୍ୱାମୀ ଜଗବନ୍ଧୁ ଓ ତାଙ୍କ ବନ୍ଧୁ ଖଗେଶ୍ୱର ମଧ୍ୟ ଗିରଫ ହୋଇ ଜେଲରେ ଥିଲେ ।




