ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା ,କଣ୍ଟାବାଞ୍ଜି ଜେଲରେ କ୍ରାଇମବ୍ରାଞ୍ଚ ଟିମ୍,କଡା ସୁରକ୍ଷା ମଧ୍ୟରେ ଆଜି ହେବ ଶବ ବ୍ୟବଚ୍ଛେଦ
ଭୁବନେଶ୍ୱର : ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିବା ଘଟଣାରେ ତନାଘନା ଚାଲିଛି I ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ କରିବାକୁ ପୋଲିସ ଡିଜିଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚର ୧୦ ଜଣିଆ ଟିମ୍ ଆଜି କଣ୍ଟାବାଞ୍ଜି ଜେଲରେ ପହଞ୍ଚିଛନ୍ତି। ଫରେନସିକ୍ ଟିମ୍ ସହିତ ଏମାନେ ସେଠାରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କେଉଁଭଳି ପରିସ୍ଥିତିରେ ଗୋବିନ୍ଦଙ୍କ ମୃତ୍ୟ ଘଟିଲା ତାର ତଦନ୍ତ କରୁଛନ୍ତି ଟିମ୍। ସୂଚନାଯୋଗ୍ୟ, ଗତକାଲି ପୂର୍ବାହ୍ନରେ ବଲାଙ୍ଗୀର […]
ଭୁବନେଶ୍ୱର : ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିବା ଘଟଣାରେ ତନାଘନା ଚାଲିଛି I ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ କରିବାକୁ ପୋଲିସ ଡିଜିଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚର ୧୦ ଜଣିଆ ଟିମ୍ ଆଜି କଣ୍ଟାବାଞ୍ଜି ଜେଲରେ ପହଞ୍ଚିଛନ୍ତି। ଫରେନସିକ୍ ଟିମ୍ ସହିତ ଏମାନେ ସେଠାରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କେଉଁଭଳି ପରିସ୍ଥିତିରେ ଗୋବିନ୍ଦଙ୍କ ମୃତ୍ୟ ଘଟିଲା ତାର ତଦନ୍ତ କରୁଛନ୍ତି ଟିମ୍।
ସୂଚନାଯୋଗ୍ୟ, ଗତକାଲି ପୂର୍ବାହ୍ନରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଜେଲ୍ ପରିସରରୁ ମୃତଦେହ ମିଳିଥିଲା। ଏହି ଘଟଣାକୁ କର୍ତ୍ତୃପକ୍ଷ ଆତ୍ମହତ୍ୟା ବୋଲି କହୁଥିଲା ବେଳେ ଗୋବିନ୍ଦଙ୍କର ପତ୍ନୀ ଗଣମାଧ୍ୟମକୁ କହିଛନ୍ତି ତାଙ୍କ ସ୍ୱାମୀଙ୍କୁ ପ୍ଲାନ କରି ହତ୍ୟା କରାଯାଇଛି I ଗୋବିନ୍ଦଙ୍କ ମୃତ୍ୟୁ ଘଟଣାରେ ବିରୋଧୀ ସରକାରଙ୍କୁ ଘେରିଥିବାବେଳେ,ଘଟଣାର ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ।
ଏହି ଘଟଣାର ଜେଲ ବିଭାଗ ମଙ୍ଗଳବାର ସନ୍ଧ୍ୟାରେ କାର୍ଯ୍ୟାନୁଷ୍ଠାନ ନେଇଛି। ବିଭାଗ ପକ୍ଷରୁ ଜଣେ ଜେଲ୍ ୱାର୍ଡରଙ୍କୁ ନିଲମ୍ବନ କରାଯାଇଛି। କଣ୍ଟାବାଞ୍ଜି ଜେଲ୍ ୱାର୍ଡର ଅକ୍ଷୟ ମହାନ୍ତି ନିଲମ୍ବିତ ହୋଇଛନ୍ତି। ନିଲମ୍ବନ ନେଇ ସମ୍ବଲପୁର ରେଞ୍ଜ ଜେଲ୍ ଡିଆଇଜି ଅନୁସୂୟା ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କାର୍ଯ୍ୟରେ ଅବହେଳା ଯୋଗୁଁ ଜେଲ ୱାର୍ଡର ଅକ୍ଷୟ ମହାନ୍ତିଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।
ସେପଟେ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପରେ ରାତିରେ ତାଙ୍କ ମରଶରୀରକୁ ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ଅଣାଯାଇଥିଲା I ଆଉ କିଛି ସମୟ ପରେ ହସ୍ପିଟାଲ ପରିସର ମଧ୍ୟରେ କଡା ସୁରକ୍ଷା ମଧ୍ୟରେ ତାଙ୍କର ଶବବ୍ୟବଛେଦ କରାଯିବ I ବୁର୍ଲା ଭୀରସାର ଓ ବଲାଙ୍ଗିର ମେଡିକାଲର ୩ ଜଣିଆ ଡାକ୍ତରୀ ଟିମ୍, ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କ ସମେତ ପରିବାର ଲୋକଙ୍କ ଉପସ୍ଥିତିରେ ଗୋବିନ୍ଦ ସାହୁଙ୍କର ପୋଷ୍ଟମର୍ଟମ କରାଯିବ । ଏସମସ୍ତ ଘଟଣାର ହେବ ଭିଡିଓଗ୍ରାଫି ।




