ସୋନାଲିଙ୍କ ମୃତ୍ୟୁକୁ ନେଇ ଗୋଆ ପୋଲିସର ଚାଞ୍ଚଲ୍ୟକର ଖୁଲାସା, ଡ୍ରଗ୍ସ ଲିଙ୍କ ସନ୍ଦେହ

ଗୋଆ : ସୋନାଲି ଫୋଗଟ ଙ୍କ ମୃତ୍ୟୁ କୁ ନେଇ ଡ୍ରଗ୍ସ ର ଗନ୍ଧ ବାରିଛି ଗୋଆ ପୋଲିସ I ଏ ସଂକ୍ରାନ୍ତ ରେ ଆଜି ଗୋଆ ପୋଲିସ ପ୍ରେସ ମିଟ କରି ସୂଚନା ଦେଇଛନ୍ତି I ଗୋଆ ଆଇଜି ଓମବୀର ବିଷ୍ଣୋଇ ଙ୍କ ସୂଚନା ଅନୁସାରେ ଗତ ସୋମବାର ଦିନ ରାତିରେ ସୋନାଲି ବନ୍ଧୁ ମାନଙ୍କ ସହିତ ଏକ ପାର୍ଟି କରିଥିଲେ I ଏହି ପାର୍ଟିରେ ତାଙ୍କୁ ପାଣିରେ ମିଶାଇ ଜବରଦସ୍ତ ଡ୍ରଗ୍ସ ପିଆଯାଇଥିଲା I […]

Samaya Live Picture
Published On

ଗୋଆ : ସୋନାଲି ଫୋଗଟ ଙ୍କ ମୃତ୍ୟୁ କୁ ନେଇ ଡ୍ରଗ୍ସ ର ଗନ୍ଧ ବାରିଛି ଗୋଆ ପୋଲିସ I ଏ ସଂକ୍ରାନ୍ତ ରେ ଆଜି ଗୋଆ ପୋଲିସ ପ୍ରେସ ମିଟ କରି ସୂଚନା ଦେଇଛନ୍ତି I ଗୋଆ ଆଇଜି ଓମବୀର ବିଷ୍ଣୋଇ ଙ୍କ ସୂଚନା ଅନୁସାରେ ଗତ ସୋମବାର ଦିନ ରାତିରେ ସୋନାଲି ବନ୍ଧୁ ମାନଙ୍କ ସହିତ ଏକ ପାର୍ଟି କରିଥିଲେ I ଏହି ପାର୍ଟିରେ ତାଙ୍କୁ ପାଣିରେ ମିଶାଇ ଜବରଦସ୍ତ ଡ୍ରଗ୍ସ ପିଆଯାଇଥିଲା I ଏହା ପରେ ତାଙ୍କୁ ୨ ଘଣ୍ଟା ଯାଏ ବାଥରୁମ ରେ ବନ୍ଦ କରି ରଖାଯାଇଥିଲା I ପ୍ରାରମ୍ଭିକ ଅନୁସନ୍ଧାନରେ ଏହା ଜଣାପଡୁଛି ଯେ ମୃତ୍ୟୁର କାରଣ ହେଉଛି ଡ୍ରଗ୍ସ , କିନ୍ତୁ ଏହା ଫୋରେନସିକ ରିପୋର୍ଟ ଆସିବା ପରେ ହିଁ କାରଣ ସ୍ପଷ୍ଟ ହେବ I ସାମ୍ବାଦିକ ସମ୍ମିଳନୀ ରେ ଗୋଆ ପୋଲିସ ସୂଚନା ଦେଇଛନ୍ତି କି ସୋନାଲି ଫୋଗଟଙ୍କ ବ୍ୟକ୍ତିଗତ ସହାୟକ ସୁଧୀର ସାଙ୍ଗୱାନ ଡ୍ରଗ୍ସ ଆଣି ସୋନାଲିଙ୍କୁ ପାଣି ବୋତଲରେ ମିଶାଇ ଦେଇଥିଲେ, ସିସିଟିଭି ଫୁଟେଜରେ ଏହା କଏଦ ହୋଇଛି I ଏହି ସିସିଟିଭି ଫୁଟେଜ କୁ ପୋଲିସ ଜବତ କରିଛି।

ପୋଲିସର ସୂଚନାନୁସାରେ, ସୋନାଲିଙ୍କୁ ରାତି ପ୍ରାୟ ୧୨ ଟା ସମୟରେ ଡ୍ରଗ୍ସ ଦିଆଯାଇଥିଲା। ଯଦିଓ ସୋନାଲିଙ୍କୁ ଯେଉଁ ଡ୍ରଗ୍ସ ଦିଆଯାଇଥିଲା ତାହା ପୋଲିସ ଜାଣିବାକୁ ପାଇଥିଲେ ମଧ୍ୟ ଘଟଣା ତଦନ୍ତ ପରିସରଭୁକ୍ତ ଥିବାରୁ ତାହା ପ୍ରକାଶ କରିନାହିଁ । ଏହି ମାମଲାରେ ଏପର୍ଯ୍ୟନ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଏହା ସହିତ ପାର୍ଟିରେ ସୋନାଲି ଙ୍କ ସହିତ ଥିବା ୨ ଜଣ ଯୁବତୀଙ୍କର ମଧ୍ୟ ଠିକଣା ପାଇଛି I ଏହି ଦୁଇ ଜଣଙ୍କୁ ଖୁବ ଶୀଘ୍ର ଗୋଆ ପୋଲିସ ଜେରା କରିବ I ଉକ୍ତ ପାର୍ଟିକୁ ମୁମ୍ବାଇରୁ ମଧ୍ୟ କିଛି ଲୋକ ଯାଇଥିବା ସିସିଟିଭି ଫୁଟେଜ ରୁ ପୋଲିସ ଜାଣି ପାରିଛି I

ଆଇଜି ଓମବୀର ବିଷ୍ଣୋଇ ସୂଚନା ଦେଇଛନ୍ତି କି ସୋନାଲି ଙ୍କ ଭାଇ ରିଙ୍କୁ ଢାକା ଙ୍କର ଅଭିଯୋଗ ଅନୁସାରେ ହତ୍ୟା ମୋକଦ୍ଦମା ରୁଜୁ ହୋଇଥିଲା I ସୋନାଲି ଯାଇଥିବା ସମସ୍ତ ଜାଗା କୁ ଯାଇ ଯାଞ୍ଚ କରିବା ସହିତ ସେ ମିଶିଥିବା ଜଣ ଜଣ ଙ୍କୁ ଆଣି ଜେରା କରାଯାଇଥିଲା I ଏଥିରୁ ସ୍ପଷ୍ଟ ହୋଇଥିଲା କି ସୋନାଲୀଙ୍କୁ ଜବରଦସ୍ତି ନିଶା ମିଶା ପାନୀୟ ପିଇବାକୁ ଦିଆଯାଇଥିଲା I ଏହି ପାନୀୟ ପିଇବା ପରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା I ସକାଳ ୪.୩୦ ବେଳେ ଅତ୍ୟଧିକ ଅବସ୍ଥା ଖରାପ ହେବାରୁ ତାଙ୍କୁ ବାଥରୁମ ଭିତରେ ୨ ଘଣ୍ଟା ଯାଏ ବନ୍ଦ କରି ରଖା ଯାଇଥିଲା I ଏହା ସିସିଟିଭି ଫୁଟେଜ ରେ ସ୍ପଷ୍ଟ ହୋଇଥିଲେ ମଧ୍ୟ,ଏହି ୨ ଘଣ୍ଟା ତାଙ୍କ ସହିତ କଣ ଘଟିଲା ସେ ବିଷୟରେ ପୋଲିସ କୌଣସି ସୂଚନା ଦେଇ ନାହିଁ I

ସୋନାଲୀଙ୍କ ଶବବ୍ୟବଛେଦ ରିପୋରଟେ ତାଙ୍କ ଶରୀରରେ ବିଭିନ୍ନ ଆଘାତ ର ସୂଚନା ରହିଛି I ସେହିପରି ତାଙ୍କ ମୃତ୍ୟୁ ପରେ ଶରୀର ନୀଳ ପଡ଼ିଯାଇଥିବା କଥା ରିପୋର୍ଟ ରେ ଉଲ୍ଲେଖ ରହିଛି I ଏ ସଂକ୍ରାନ୍ତରେ ଗୋଆ ପୋଲିସ ୨ ଜଣ ସନ୍ଦିଗ୍ଧ ଆରୋପି ଙ୍କୁ ଗିରଫ କରି ତଦନ୍ତ ଚଲାଇଛି I