ମୋତେ ୩୦ ମିନିଟ ସମୟ ଦିଅ,ସବୁ ପ୍ରମାଣିତ କରିଦେବି : ଅର୍ଚ୍ଚନା ନାଗ
ଭୁବନେଶ୍ୱର : ପୁଣି ବିଷ ଉଦ୍ଗାରିଲେ ନାଗ I ଅର୍ଚ୍ଚନାଙ୍କୁ ଆଜିଠାରୁ ୭ ଦିନିଆ ରିମାଣ୍ଡରେ ନେଇଛି ଇଡି I ଏହା ପୂର୍ବରୁ ତାଙ୍କୁ ଝାରପଡ଼ା ଜେଲରୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା କ୍ୟାପିଟାଲ ହସ୍ପିଟାଲ I ଆଉ କ୍ୟାପିଟାଲ ହସ୍ପିଟାଲ ନେଲାବେଳେ ଗଣମାଧ୍ୟମ ସମ୍ମୁଖରେ ଗର୍ଜ୍ଜନ କରିଥିଲେ ଅର୍ଚ୍ଚନା I ଏହାସହ ବିସ୍ଫୋରକ ବୟାନ ଦେଇ କହିଛନ୍ତି, ‘ମୁଁ ଯେତେବେଳେ କହିବି, ସାରା ରାଜ୍ୟର ପରିବର୍ତ୍ତନ ହୋଇଯିବ, ମୋତେ ୩୦ ମିନିଟ୍ ଦରକାର, ମୋତେ ଫସାଇ […]
ଭୁବନେଶ୍ୱର : ପୁଣି ବିଷ ଉଦ୍ଗାରିଲେ ନାଗ I ଅର୍ଚ୍ଚନାଙ୍କୁ ଆଜିଠାରୁ ୭ ଦିନିଆ ରିମାଣ୍ଡରେ ନେଇଛି ଇଡି I ଏହା ପୂର୍ବରୁ ତାଙ୍କୁ ଝାରପଡ଼ା ଜେଲରୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା କ୍ୟାପିଟାଲ ହସ୍ପିଟାଲ I ଆଉ କ୍ୟାପିଟାଲ ହସ୍ପିଟାଲ ନେଲାବେଳେ ଗଣମାଧ୍ୟମ ସମ୍ମୁଖରେ ଗର୍ଜ୍ଜନ କରିଥିଲେ ଅର୍ଚ୍ଚନା I ଏହାସହ ବିସ୍ଫୋରକ ବୟାନ ଦେଇ କହିଛନ୍ତି, ‘ମୁଁ ଯେତେବେଳେ କହିବି, ସାରା ରାଜ୍ୟର ପରିବର୍ତ୍ତନ ହୋଇଯିବ, ମୋତେ ୩୦ ମିନିଟ୍ ଦରକାର, ମୋତେ ଫସାଇ ଦେଇଛନ୍ତି, ତଥ୍ୟ ପ୍ରମାଣ ସହ ସବୁ ଦେବି। ସେ ଆହୁରି କହିଛନ୍ତି, ଇଡି ଉପରେ ମୋର ବିଶ୍ୱାସ ଅଛି। ମୁଁ ତ ଇଡିକୁ ଅପେକ୍ଷା କରିଥିଲି। ତଦନ୍ତରେ ନିଶ୍ଚୟ ସହଯୋଗ କରିବି । ମୁଁ ଜାଣିପାରୁନି କିଏ ମୋତେ ଫସାଇଛନ୍ତି। ସମସ୍ତଙ୍କ ଗୁମର ଖୋଲିଦେବି । ମୋତେ ବଡ଼ବଡ଼ିଆ ଫସାଇ ଦେଇଛନ୍ତି I ଯେତେବଡ ସଂସ୍ଥା ଆସୁ, ତଦନ୍ତକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି । ନେତା କି ମନ୍ତ୍ରୀ କିଏ ଏହି ଘଟଣାରେ ସମ୍ପୃକ୍ତ ମୁଁ ପ୍ରମାଣ ସହ ଦେବି । ସମୟକୁ ଅପେକ୍ଷା କର, ମୋତେ କଳଙ୍କିତ କରନି’ ବୋଲି କହିଛନ୍ତି ଅର୍ଚ୍ଚନା I ଏହା ସହ କୋହ ଭରା କଣ୍ଠରେ ଅର୍ଚ୍ଚନା କହିଥିଲେ ମୋର ୫ ବର୍ଷର ଛୁଆ ଅଛି ,ତାକୁ ମୋଠୁ ଦୂରେଇ ଦେଲେ,ତା’ ଲୁହ ପଡିବ । ସେ ନିର୍ଦ୍ଦୋଷ, ତାର କୌଣସି ଦୋଷ ନାହିଁ ‘।
ଏଥିସହିତ କମିଶନରେଟ ପୋଲିସ ଉପରେ ବର୍ଷିଛନ୍ତି ଅର୍ଚ୍ଚନା ନାଗ । ମୋର ପାଟିବନ୍ଦ କରି ଗିରଫ କଲା କମିସନରେଟ ପୁଲିସ। ମୁଁ କଣ ଆତଙ୍କବାଦୀ ଭଳି ଦେଖାଦେଉଛି। ମୋ ସହ ଏମିତି ବ୍ୟବହାର କରୁଛ I ମୁଁ ସମୟକୁ ଅପେକ୍ଷା କରିଛି, ହେଲେ କାହାକୁ ଛାଡ଼ିବିନି । ମୋତେ ଯଦି ଗିରଫ କଲେ ୨୪ ଘଣ୍ଟାରେ କୋର୍ଟ ଫରୱାର୍ଡ ନ କରି କ କାହିଁକି ବାଲିଅନ୍ତା ଥାନାରେ ନଜରବନ୍ଦୀ କରି ରଖାଗଲା ବୋଲି ପଚାରିଛନ୍ତି ଅର୍ଚ୍ଚନା। ୨ ଜଣ ମିଶି ପଣସ ଖାଇ ମୋ ମୁଣ୍ଡରେ ୨ ଅଠା ବୋଳିଛନ୍ତି I ମୁଁ ମୁହଁ ଖୋଲିଲେ ସବୁ ଫସିବେ । ସାରା ରାଜ୍ୟ ଦୋହଲିଯିବ ।
ଅର୍ଚ୍ଚନା କେଉଁ ବଡ଼ବଡ଼ିଆଙ୍କୁ ଇଙ୍ଗିତ କରିଛନ୍ତି ?? କିଏ ଓ କାହିଁକି ତାଙ୍କୁ ଫସାଇଛି ? ଶ୍ରଦ୍ଧାଞ୍ଜଳି ଗଲେ କୁଆଡେ ?? ପୁଣି କହିଛନ୍ତି ଅକ୍ଷୟ ପରିଜାଙ୍କ ଠାରୁ ଟଙ୍କାଟିଏ ବି ନେଇ ନାହାନ୍ତି ? ତାଙ୍କର ଏହି ବିସ୍ଫୋରକ ବୟାନକୁ ନେଇ ଚର୍ଚ୍ଚା ଜୋର ଧରି ଥିବାବେଳେ ପୁଣି ରିମାଣ୍ଡରେ ନେଇ ଇଡି ଆଉ କଣ ତଥ୍ୟ ହାସଲ କରୁଛି,କେଉଁ ବଡ଼ ବଡ଼ିଆଙ୍କୁ ସମନ କରୁଛି ଦେଖିବାକୁ ବାକି ରହିଲା I




