ନଜଣାଇ ବୁଲିବାକୁ ଯିବାରୁ ଝିଅକୁ ଗୁଳି କଲେ ବାପା
ଦିଲ୍ଲୀ: ବାପାଙ୍କୁ ନଜଣାଇ ଝିଅ ବାହାରକୁ ବୁଲିବାକୁ ଯାଇଥିଲେ । ଏଥିରେ ବାପାଙ୍କ ରାଗ ମୁଣ୍ଡ ଉପରକୁ ଚଢ଼ିଯାଇଥିଲା । ଘରକୁ ଆସିବା ପରେ ଝିଅକୁ ଶାସ୍ତି ଦେବାକୁ ଯାଇ ବାପା ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହିପରି ଅଭାବନୀୟ ଘଟଣା ଦିଲ୍ଲୀଠାରେ ଘଟିଛି । ଘଟଣା ଅନୁସାରେ, ଗତ ଶୁକ୍ରବାର ଦିନ ପୂର୍ବରୁ ମଥୁରା ଜିଲ୍ଲା ସ୍ଥିତ ଯମୁନା ଏକ୍ସପ୍ରେସ୍ େୱ ନିକଟରେ ଏକ ଟ୍ରଲି ବ୍ୟାଗ୍ ପଡ଼ିଥିଲା । ଯେଉଁଥିରୁ ଜଣେ […]
ଦିଲ୍ଲୀ: ବାପାଙ୍କୁ ନଜଣାଇ ଝିଅ ବାହାରକୁ ବୁଲିବାକୁ ଯାଇଥିଲେ । ଏଥିରେ ବାପାଙ୍କ ରାଗ ମୁଣ୍ଡ ଉପରକୁ ଚଢ଼ିଯାଇଥିଲା । ଘରକୁ ଆସିବା ପରେ ଝିଅକୁ ଶାସ୍ତି ଦେବାକୁ ଯାଇ ବାପା ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହିପରି ଅଭାବନୀୟ ଘଟଣା ଦିଲ୍ଲୀଠାରେ ଘଟିଛି ।
ଘଟଣା ଅନୁସାରେ, ଗତ ଶୁକ୍ରବାର ଦିନ ପୂର୍ବରୁ ମଥୁରା ଜିଲ୍ଲା ସ୍ଥିତ ଯମୁନା ଏକ୍ସପ୍ରେସ୍ େୱ ନିକଟରେ ଏକ ଟ୍ରଲି ବ୍ୟାଗ୍ ପଡ଼ିଥିଲା । ଯେଉଁଥିରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତଦନ୍ତ ପରେ ଜଣା ପଡ଼ିଥିଲା ଯେ ଉଦ୍ଧାର ହୋଇଥିବା ମୃତ ଯୁବତୀଙ୍କ ନାମ ଆୟୁଷି ଯାଦବ । ଆୟୁଷି ଦିଲ୍ଲୀ ବଦରପୁରର ମୂଳ ବାସିନ୍ଦା । ନିଜ ପିତା ନିତେଶ ଯାଦବଙ୍କୁ ନକହି ଆୟୁଷି ଘରୁ ବାହାରିକି ବୁଲିବାକୁ ଚାଲିଯାଇଥିଲେ । ଯିବାର କିଛି ଦିନ ପରେ ଆୟୁଷି ପୁଣି ଘରକୁ ଫେରିଥିଲେ । ହେଲେ ଜାଣିନଥିଲେ ଘରକୁ ଫେରିବା ମାତ୍ରେ ତାଙ୍କ ଜୀବନ ଚାଲିଯିବ । ଆୟୁଷି ଘରକୁ ଫେରିଥିବା ଦେଖି ତାଙ୍କ ବାପା ନିତେଶ ଖୁବ୍ ରାଗି ଯାଇଥିଲେ । ଏହାପରେ ଝିଅକୁ ଶାସ୍ତି ଦେବାକୁ ଯାଇ ନିଜର ହିତାହିତ ଜ୍ଞାନ ଭୁଲିଯାଇଥିଲେ । ସିଧା ବନ୍ଧୁକ ବାହାର କରି ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ହିଁ ଆୟୁଷିଙ୍କ ଜୀବନ ଚାଲିଯାଇଥିଲା ।

ଏହାପରେ ବାପା ନିତେଶ ଏକ ପଲିଥିନ୍ ଜରିରେ ଆୟୁଷିଙ୍କ ମୃତଦେହକୁ ଗୁଡ଼ାଇଥିଲେ ଓ ଏକ ନାଲି ରଙ୍ଗର ଟ୍ରଲି ବ୍ୟାଗ୍ରେ ଶରୀରକୁ ପ୍ୟାକ୍ କରିଥିଲେ । ଆଉ ତାକୁ ନେଇ ଉତ୍ତରପ୍ରଦେଶ ମଥୁରାର ଯମୁନା ଏକ୍ସପ୍ରେସ୍ େୱରେ ଫିଙ୍ଗି ଦେଇଥିଲେ । ସ୍ଥାନୀୟ ଅଞ୍ଚଳର ସର୍ଭିସ ରୋଡ୍ ଦେଇ ଯିବା ଆସିବା କରିବା ବେଳେ କିଛି ଲୋକ ଏହି ଟ୍ରଲି ବ୍ୟାଗ୍ ଦେଖିଥିଲେ ଏବଂ ସେମାନେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ବର୍ତ୍ତମାନ ଏହି ଘଟଣାରେ ଅଧିକ ତଦନ୍ତ କରାଯାଉଛି ବୋଲି ପୋଲିସ ସୂଚନା ଦେଇଛି ।




