ଧରାପଡିଲେ ଲୁଟେରା ଗାଙ୍ଗ ,ଲକ୍ଷାଧିକ ଟଙ୍କାର ଅଳଙ୍କାର ଜବତ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଲୁଟେରାଙ୍କ ଉତ୍ପାତ । ଗତ କିଛି ଦିନ ଧରି ଲଗାତାର ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଚୋରି ବଢି ଚାଲିଛି I ଦିନ ଦ୍ବିପହରେ ଘର କବାଟ ଭାଙ୍ଗି ତ କେଉଁଠି ଦମ୍ପତିଙ୍କୁ ବାଥରୁମରେ ବନ୍ଦ କରି ଲୁଟପାଟ କରୁଛନ୍ତି ଲୁଟେରା I ଗତ ଅକ୍ଟୋବର ୨୦ ତାରିଖରେ ବଡ଼ଗଡ଼ ଥାନା ବ୍ରହ୍ମେଶ୍ୱର ବାଗ ପ୍ଲଟ ନମ୍ବର ୬୯୨/ଇ ରେ ଥିବା ସୁରଞ୍ଜନ ଦାସଙ୍କ ଘରୁ ଲୁଟ ହୋଇଥିଲା। ଘରେ କେହି ନଥିବା […]
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଲୁଟେରାଙ୍କ ଉତ୍ପାତ । ଗତ କିଛି ଦିନ ଧରି ଲଗାତାର ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଚୋରି ବଢି ଚାଲିଛି I ଦିନ ଦ୍ବିପହରେ ଘର କବାଟ ଭାଙ୍ଗି ତ କେଉଁଠି ଦମ୍ପତିଙ୍କୁ ବାଥରୁମରେ ବନ୍ଦ କରି ଲୁଟପାଟ କରୁଛନ୍ତି ଲୁଟେରା I ଗତ ଅକ୍ଟୋବର ୨୦ ତାରିଖରେ ବଡ଼ଗଡ଼ ଥାନା ବ୍ରହ୍ମେଶ୍ୱର ବାଗ ପ୍ଲଟ ନମ୍ବର ୬୯୨/ଇ ରେ ଥିବା ସୁରଞ୍ଜନ ଦାସଙ୍କ ଘରୁ ଲୁଟ ହୋଇଥିଲା। ଘରେ କେହି ନଥିବା ସମୟରେ ୧୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ ଦୁର୍ବୃତ୍ତ । ପୁଲିସ କେସ ନମ୍ବର ୬୫୪/୨୩ରେ କେସ ରୁଜୁ କରିବା ସହ ଅପରାଧୀଙ୍କୁ ଧରିବା ପାଇଁ ବଡ଼ଗଡ଼ ଥାନା ଅଧିକାରୀ ତୃପ୍ତି ନାୟକଙ୍କ ନେତୃତ୍ୱରେ ଗଠନ କରିଥିଲା ଟିମ । ଏହି ଘଟଣାରେ ପୋଲିସ ତଦନ୍ତକୁ ଜୋରଦାର କରିଥିଲା I ମଙ୍ଗଳବାର ପୁଲିସଙ୍କୁ ବଡ ସଫଳତା ମିଳିଛି। ପୁଲିସ କବଜାରେ ପଡିଛନ୍ତି ୩ ଲୁଟେରା। ବଡଗଡ ପୁଲିସ ଲୁଟେରାଙ୍କୁ କାବୁ କରି ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଟଙ୍କା ଜବତ କରିଛି।ସେମାନଙ୍କର ଠାରୁ ଲୁଟ ହୋଇଥିବା ସୁନା, ଟଙ୍କା, ଇମିଟେସନ ଜୁଏଲାରୀ, ସଂଗ୍ରହ କରି ରଖିଥିବା ପୁରୁଣା ନୋଟ ଆଦି ଜବତ କରିଛି ପୁଲିସ। ଅପରାଧୀଙ୍କ ନାଁ ରେ ଏକାଧିକ ମାମଲା ରହିଛି ।
ସୂଚନାଯୋଗ୍ୟ,ଉକ୍ତ ଲୁଟେରା ଦିନ ସମୟରେ ଘରକୁ ଘର ବୁଲି ଜିନିଷ ବ୍ୟବସାୟ କରିବା ସହ ସୁଯୋଗ ଦେଖି ଲୋକଙ୍କ ଘରେ ପଶି ଲୁଟ୍ କରୁଥିଲେ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।




