କମିଶନରେଟ ପୋଲିସ କବ୍ଜାରେ ନିଶା ଦିଆ ଲୁଟେରା ଗ୍ୟାଙ୍ଗ
ଭୁବନେଶ୍ୱର : କମିଶନରେଟ ପୋଲିସ କବ୍ଜାରେ ଲୁଟେରା ଗ୍ୟାଙ୍ଗ I ଲୁଟେରା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଲେଡି ଲୁଟେରା ମୁଷ୍କାନ ସହିତ ୪ ଜଣଙ୍କୁ ଧରିଛି କମିଶନରେଟ ପୋଲିସ I ଗିରଫ ଅଭିଯୁକ୍ତଙ୍କୁ ତଡିପାର କରାଯିବ ବୋଲି କମିଶନରେଟ ପୋଲିସ ସୂଚନା ଦେଇଛନ୍ତି I ଛୁଟିରେ ଆସୁଥିବା ଯବାନଙ୍କୁ ମୁଷ୍କାନ ଟାର୍ଗେଟ କରୁଥିଲା I ଚା ରେ ନିଶା ଦେଇ କରୁଥିଲା ଲୁଟପାଟ I ଏନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ I ସୂଚନାନୁସାରେ,ଗତ କିଛି […]
ଭୁବନେଶ୍ୱର : କମିଶନରେଟ ପୋଲିସ କବ୍ଜାରେ ଲୁଟେରା ଗ୍ୟାଙ୍ଗ I ଲୁଟେରା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଲେଡି ଲୁଟେରା ମୁଷ୍କାନ ସହିତ ୪ ଜଣଙ୍କୁ ଧରିଛି କମିଶନରେଟ ପୋଲିସ I ଗିରଫ ଅଭିଯୁକ୍ତଙ୍କୁ ତଡିପାର କରାଯିବ ବୋଲି କମିଶନରେଟ ପୋଲିସ ସୂଚନା ଦେଇଛନ୍ତି I ଛୁଟିରେ ଆସୁଥିବା ଯବାନଙ୍କୁ ମୁଷ୍କାନ ଟାର୍ଗେଟ କରୁଥିଲା I ଚା ରେ ନିଶା ଦେଇ କରୁଥିଲା ଲୁଟପାଟ I ଏନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ I
ସୂଚନାନୁସାରେ,ଗତ କିଛି ଦିନ ହେଲା ଏହି ଲୁଟେରା ଗ୍ୟାଙ୍ଗ ଆତଙ୍କ ଚଳାଇଥିଲା I ବିଶେଷକରି ଟ୍ରେନରୁ ଓହ୍ଲାଉଥିବା ଯାତ୍ରୀମାନେ ଟାର୍ଗେଟରେ ରହୁଥିଲେ I ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଥିଲା ମୁଷ୍କାନ I ସେ ଚଳାଇଥିଲା ଲଣ୍ଡା ଗ୍ୟାଙ୍ଗ । ଗଞ୍ଜାମର କୁଖ୍ୟାତ ଲୁଟେରା ଲଣ୍ଡା ଓ ନୟାଗଡର ସାନ ଲଣ୍ଡାକୁ ନେଇ ମୁଷ୍କାନ ଚଳାଇଥିଲା ଗ୍ୟାଙ୍ଗ । ଷ୍ଟେସନ ନିକଟରେ ଓ ବସ ଷ୍ଟାଣ୍ଡରେ ମାତିଥିଲେ ଥିଲେ ଏହି ନିଶା ଦିଆ ଲୁଟେରା ଗ୍ୟାଙ୍ଗ । ଏମାନଙ୍କ ଠାରୁ ବିଭିନ୍ନ ନିଶା ବାଟିକା ଜବତ କରାଯାଇଛି। ଏମାନଙ୍କ ଟାର୍ଗେଟରେ ଥିଲେ ଛୁଟିରେ ଟ୍ରେନରେ ଆସୁଥିବା ଅର୍ମି ଯବାନ । ଯବାନ ମାନେ ଟ୍ରେନରୁ ଓହ୍ଲାଇବା ପରେ ସେମାନଙ୍କୁ ନିଜର ସୁନ୍ଦରତାରେ ଆକର୍ଷିତ କରେ ମୁସ୍କାନ।
ପରେ ଚା ପିଇବା କହି ସେଥିରେ ନିଶା ବାଟିକା ଦେଇ ଅଚେତ୍ କରି ଦିଏ । ତା ପରେ ସେମାନଙ୍କୁ ଲୁଟିବା ପରେ ଷ୍ଟେସନ ନିକଟ କୌଣସି ଗଳିରେ ଫୋପାଡି ଦେଇ ଚାଲି ଯାଆନ୍ତି । ଏହି ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି ପୋଲିସ । ସମସ୍ତଙ୍କ ନାମରେ ଏକାଧିକ ଥାନାରେ ୧୦ ରୁ ଅଧିକ ମାମଲା ରହିଛି । ଏମାନଙ୍କୁ ତଡି ପାର କରିବା ପାଇଁ ପ୍ରସ୍ତୁତ ହେଉଛି କମିଶନରେଟ୍ ପୋଲିସ ।




