ମଦୁଆଙ୍କ ପାଇଁ ଖେଳ ବନ୍ଦ

ଢେଙ୍କାନାଳ : ମଦ ପିଇବା ପରେ କାମ ସାରି ଅଳିଆ ପକେଇ ଦେଲେ, ମଦ ପିଇ ବୋତଲ ଫିଙ୍ଗି ପଳେଇଗଲେ । ବାରମ୍ବାର କହିବା ପରେ ବି କେହି ଶୁଣିଲେ ନାହିଁ । ଶେଷରେ ହକି ଖେଳିବାକୁ ଆସିଥିବା ପିଲା ସକାଳୁ ମଦ ବୋତଲ ଆଉ ଅଳିଆକୁ ଆଣି ରାସ୍ତାରେ ଗଦାଇ ଦେଲେ । ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳର ସହର ଭିଆଇପି ରାସ୍ତାରେ କିଛି ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ଜିଲ୍ଲାରେ ହକି […]

Samaya Live Picture
Published On

ଢେଙ୍କାନାଳ : ମଦ ପିଇବା ପରେ କାମ ସାରି ଅଳିଆ ପକେଇ ଦେଲେ, ମଦ ପିଇ ବୋତଲ ଫିଙ୍ଗି ପଳେଇଗଲେ । ବାରମ୍ବାର କହିବା ପରେ ବି କେହି ଶୁଣିଲେ ନାହିଁ । ଶେଷରେ ହକି ଖେଳିବାକୁ ଆସିଥିବା ପିଲା ସକାଳୁ ମଦ ବୋତଲ ଆଉ ଅଳିଆକୁ ଆଣି ରାସ୍ତାରେ ଗଦାଇ ଦେଲେ । ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳର ସହର ଭିଆଇପି ରାସ୍ତାରେ କିଛି ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ଜିଲ୍ଲାରେ ହକି ଅଭ୍ୟାସ ପାଇଁ ସ୍ଥାୟୀ ପଡିଆ ନ ଥିବାରୁ ପିଲାମାନେ ଏଇ ମିନିଷ୍ଟାଡିୟମରେ ଖେଳି ଆସୁଛନ୍ତି । ମାତ୍ର ଦୁଃଖର କଥା ଅଧାଦିନ ଏଠି ରାଜନୈତିକ ଦଳ ସଭାସମିତି କରୁଥିବା ବେଳେ ରାତି ବଢ଼ିଲେ ମଦୁଆଙ୍କ ଆଡ୍ଡା ଜମୁଛି । ମିଟିଂ ସରିଲେ ଅଳିଆ ସେମିତି ପଡ଼ିରହିବା ସହ ମଦୁଆ ବୋତଲ ଫିଙ୍ଗି ଚାଲିଯାଉଛନ୍ତି । ଓଡ଼ିଶା ହକିର ଅନ୍ୟତମ ଏନ୍ତୁଡିଶାଳ ହେଉଛି ଢେଙ୍କାନାଳ । ଜିଲ୍ଲାରେ ପ୍ରାୟ ୧୫୦ ଖେଳାଳୀ । ଏଇଠୁ ଜାତୀୟ, ଆନ୍ତର୍ଜାତୀୟ ସ୍ତରରେ ହକି ଖେଳି ଅନେକ ପିଲା ନାଁ କରୁଛନ୍ତି । ମାତ୍ର ଦୁଃଖର କଥା ଆଜି ଯାଏଁ ବି ହକି ପାଇଁ ସ୍ଥାୟୀ ପଡ଼ିଆଟେ ହୋଇପାରିଲା ନାହିଁ । କେବେ ପଡ଼ିଆ କାମ ସରୁଛି ,ପିଲାମାନେ ମଦ ବୋତଲ ଗୋଟାଇବା ବଦଳରେ ସିଧା ହକି ଷ୍ଟିକ ଧରି ପଡିଆକୁ କେବେ ଓହ୍ଲାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Tags: