୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ ,ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ ସହ ୩ ଲକ୍ଷ ଜୋରିମାନା

ଭୁବନେଶ୍ୱର : ଆରବିଆଇ ଅଫିସର କହି ଠକେଇ ମାମଲାରେ ୨ ଅଭିଯୁକ୍ତଙ୍କୁ ଦଣ୍ଡ ଶୁଣାଣି I ଦଣ୍ଡାଦେଶ ଶୁଣାଣି କଲେ ବାଲେଶ୍ୱର ସ୍ୱତନ୍ତ୍ର ଓପିଆଇଡି କୋର୍ଟ I ଅଭିଯୁକ୍ତ ୨ ଜଣ ହେଉଛନ୍ତି ନୋଏଡାର ବିଜୟ ଭରଦ୍ୱାଜ ଓ ହିମାଂଶୁ ଭଣ୍ଡାରୀ I ୨ କୋଟି ତାଙ୍କ ଠକେଇ ମାମଲାରେ ଉଭୟଙ୍କୁ ୨ ବର୍ଷ ତଳେ ଗିରଫ କରାଯାଇଥିଲା I ଆଜି ଏହି ଦୁଇଜଣଙ୍କୁ ୧୦ ବର୍ଷର ଜେଲଦଣ୍ଡ ସହିତ ୩ ଲକ୍ଷ ଟଙ୍କାର ଜୋରିମାନା କରିଛି […]

Samaya Live Picture
Published On

ଭୁବନେଶ୍ୱର : ଆରବିଆଇ ଅଫିସର କହି ଠକେଇ ମାମଲାରେ ୨ ଅଭିଯୁକ୍ତଙ୍କୁ ଦଣ୍ଡ ଶୁଣାଣି I ଦଣ୍ଡାଦେଶ ଶୁଣାଣି କଲେ ବାଲେଶ୍ୱର ସ୍ୱତନ୍ତ୍ର ଓପିଆଇଡି କୋର୍ଟ I ଅଭିଯୁକ୍ତ ୨ ଜଣ ହେଉଛନ୍ତି ନୋଏଡାର ବିଜୟ ଭରଦ୍ୱାଜ ଓ ହିମାଂଶୁ ଭଣ୍ଡାରୀ I ୨ କୋଟି ତାଙ୍କ ଠକେଇ ମାମଲାରେ ଉଭୟଙ୍କୁ ୨ ବର୍ଷ ତଳେ ଗିରଫ କରାଯାଇଥିଲା I ଆଜି ଏହି ଦୁଇଜଣଙ୍କୁ ୧୦ ବର୍ଷର ଜେଲଦଣ୍ଡ ସହିତ ୩ ଲକ୍ଷ ଟଙ୍କାର ଜୋରିମାନା କରିଛି ସ୍ୱତନ୍ତ୍ର କୋର୍ଟ I ଜରିମାନା ଅନାଦେୟ ୨ ବର୍ଷ ଅଧିକ ହେବ ଜେଲ।

ଘଟନାନୁସାରେ,କେନ୍ଦୁଝର ଯୋଡ଼ାର ଜଣେ ବ୍ୟବସାୟୀ ପ୍ରମୋଦ କୁମାରଙ୍କ ଠାରୁ ୨ କୋଟି ଟଙ୍କାର ଠକେଇ କରିଥିଲେ ଏହି ୨ ଅଭିଯୁକ୍ତ I ଇଂସ୍ୟୁରାନ୍ସ ପଲିସି ଜରିଆରେ ଠକେଇ ହୋଇଥିଲା। ନିଜକୁ ଆରବିଆଇ ର ଦୁଇ ଅଧିକାରୀ ବୋଲି ପରିଚୟ ଦେଇ ବ୍ୟବସାୟୀ ପ୍ରମୋଦ କୁମାରଙ୍କୁ ‘ପ୍ରଧାନମନ୍ତ୍ରୀ ରାହତ କୋଶ’ ଯୋଜନାରେ ଋଣ କରାଇ ଦେବାକୁ କହି ତାଙ୍କ ଆକାଉଣ୍ଟକୁ ୩ କୋଟି ଟଙ୍କା ଆସିବ ବୋଲି କହିଥିଲେ I କେନ୍ଦ୍ର ଅର୍ଥ ବିଭାଗ ନାଁ ରେ ଫୋନ କରି ରଚିଥିଲେ ଠକେଇ ର ବ୍ଲୁ ପ୍ରିଣ୍ଟ। ବଡ଼ ବଡ଼ ଅଧିକାରୀଙ୍କ ନାଁ ନେଇ ବ୍ୟବସାୟୀଙ୍କୁ ଚୁନା ଲଗାଇଥିଲେ ବିଜୟ ଓ ହିମାଂଶୁ। Income tax, RBIର କିଛି ନକଲି ଡକ୍ୟୁମେଣ୍ଟ ବ୍ୟବସାୟୀ ଜଣଙ୍କୁ ପଠାଇଥିଲେ ଅଭିଯୁକ୍ତ। ୨୦୧୯ ମସିହାରେ ହୋଇଥିଲା ଏହି ଠକେଇ । ଠକେଇର ଶିକାର ହେବାପରେ ଅର୍ଥନୈତିକ ଅପରାଧ ଶାଖାର ଦ୍ୱାରସ୍ଥ ହୋଇଥିଲେ ବ୍ୟବସାୟୀ ପ୍ରମୋଦ ରାଉତ। ୨୦୨୨ ମାର୍ଚ୍ଚ ୧୫ ହିମାଂଶୁ ଭଣ୍ଡାରୀ ଗିରଫ ହୋଇଥିଲେ। ୨୦୨୨ ନଭେମ୍ବର ୧୧ ରେ ବିଜୟ ଭରଦ୍ୱାଜ ଗିରଫ ହୋଇଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା EOW।

Tags: