ଚାକିରୀ ନାଁରେ ଠକେଇ,ରାଜଧାନୀରୁ ୨ଗିରଫ
ଭୁବନେଶ୍ୱର : ଚାକିରୀ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକି ୨ ଗିରଫ I ମୁମ୍ବାଇ ପୋର୍ଟ ଟ୍ରଷ୍ଟ ନାମରେ ଖୋଲିଥିଲେ ନକଲି ୱେବ୍ସାଇଟ I ଲୋକ ମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ଭୁବନେଶ୍ୱରେ ଲୁଚିଥିଲେ ୨ଠକ I ଏହି ଠକଗ୍ୟାଙ୍ଗର ୨ ଜଣ ସଦସ୍ୟଙ୍କୁ ନୟାପଲ୍ଲୀ ଥାନା ପୋଲିସ ଗିରଫ କରିଛି । ଦୁଇ ଅଭିଯୁକ୍ତଙ୍କ ନାଁରେ ମୁମ୍ବାଇ ଥାନେ ପୁଲିସ ଷ୍ଟେସନରେ ଏତଲା ହୋଇଥିଲା। ଥାନେ ପୁଲିସ ଦୁଇ ଠକଙ୍କୁ ମୁମ୍ବାଇରେ […]
ଭୁବନେଶ୍ୱର : ଚାକିରୀ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକି ୨ ଗିରଫ I ମୁମ୍ବାଇ ପୋର୍ଟ ଟ୍ରଷ୍ଟ ନାମରେ ଖୋଲିଥିଲେ ନକଲି ୱେବ୍ସାଇଟ I ଲୋକ ମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ଭୁବନେଶ୍ୱରେ ଲୁଚିଥିଲେ ୨ଠକ I ଏହି ଠକଗ୍ୟାଙ୍ଗର ୨ ଜଣ ସଦସ୍ୟଙ୍କୁ ନୟାପଲ୍ଲୀ ଥାନା ପୋଲିସ ଗିରଫ କରିଛି । ଦୁଇ ଅଭିଯୁକ୍ତଙ୍କ ନାଁରେ ମୁମ୍ବାଇ ଥାନେ ପୁଲିସ ଷ୍ଟେସନରେ ଏତଲା ହୋଇଥିଲା। ଥାନେ ପୁଲିସ ଦୁଇ ଠକଙ୍କୁ ମୁମ୍ବାଇରେ ଖୋଜିଥିଲା,ହେଲେ ପାଇ ନଥିଲା। ପରେ ସେମାନେ ଭୁବନେଶ୍ୱରର ଥିବା ଜଣାପଡ଼ିଥିଲା। ଏନେଇ ଥାନେ ପୁଲିସ ଭୁନେଶ୍ୱରର କମିଶନରେଟ୍ ପୁଲିସ ସହ ଯୋଗାଯୋଗ କରିଥିଲା। କମିଶନରେଟ୍ ପୁଲିସ ସହାୟତାରେ ସହିଦନଗର ଥାନା ଅଞ୍ଚଳରୁ ୨ଠକଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଦ୍ୱୟ ହେଲେ ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁରର ରାଜେନ୍ଦ୍ର ମଲ୍ଲିକ ଓ କନ୍ଧମାଳର ସଚିନ ଦିଆଗଲ। ସେମାନଙ୍କଠାରୁ ୩୭ଟି ମୋବାଇଲ,୧୨ ପ୍ୟାନ କାର୍ଡ଼, ବିଭିନ୍ନ ବ୍ୟାଙ୍କର ୩୮ଏଟିଏମ୍, ୨୫ ନୂଆ ସିମ୍,୩ଟି ଚେକ୍ ବୁକ୍,୩୨ଟି ପୁରୁଣା ସିମ୍ କାର୍ଡ଼, ବିଭିନ୍ନ କମ୍ପାନୀର ଷ୍ଟାମ୍ପ ପ୍ୟାଡ୍, ପାସ୍ ବୁକ, ଆଧାର କାର୍ଡ଼, ଭୋଟର କାର୍ଡ଼,ଲାପ୍ଟପ୍ ଆଦି ଜବତ ହୋଇଛି। ସେହିପରି ଅଭିଯୁକ୍ତଙ୍କ ନାମରେ ମୁମ୍ବାଇ ଥାନାରେ ମାମଲା ଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ।




