ଫେରାର କଏଦୀଙ୍କୁ ଧରିବା ପାଇଁ ଗଠନ ହେଲା ୪ ଟି ଟିମ
ଚୌଦ୍ବାର : କଏଦୀ ଫେରାର ଘଟଣାରେ ଆରମ୍ଭ ହୋଇଛି ଉଚ୍ଚସ୍ତରୀୟ ତଦନ୍ତ । କଟକ ରେଞ୍ଜ ଡିଆଇଜିଙ୍କୁ ଘଟଣାର ତଦନ୍ତ ଭାର ଦିଆଯାଇଛି । ଘଟଣାସ୍ଥଳରେ ଜେଲ ଡିଜି ପହଞ୍ଚି ତଦନ୍ତ କରିଛନ୍ତି । ଏହାସହ ଚୌଦ୍ବାର ପୋଲିସ, ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି କରିଛନ୍ତି ତନାଘନା । ଚୌଦ୍ବାର ପୋଲିସ ପକ୍ଷରୁ ୪ଟି ଟିମ ଗଠନ କରି ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯିବା ସହ ଚମ୍ପଟ କଏଦୀଙ୍କ ଫଟୋ ଜାରି କରିଛି କମିଶନରେଟ […]
ଚୌଦ୍ବାର : କଏଦୀ ଫେରାର ଘଟଣାରେ ଆରମ୍ଭ ହୋଇଛି ଉଚ୍ଚସ୍ତରୀୟ ତଦନ୍ତ । କଟକ ରେଞ୍ଜ ଡିଆଇଜିଙ୍କୁ ଘଟଣାର ତଦନ୍ତ ଭାର ଦିଆଯାଇଛି । ଘଟଣାସ୍ଥଳରେ ଜେଲ ଡିଜି ପହଞ୍ଚି ତଦନ୍ତ କରିଛନ୍ତି । ଏହାସହ ଚୌଦ୍ବାର ପୋଲିସ, ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି କରିଛନ୍ତି ତନାଘନା । ଚୌଦ୍ବାର ପୋଲିସ ପକ୍ଷରୁ ୪ଟି ଟିମ ଗଠନ କରି ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯିବା ସହ ଚମ୍ପଟ କଏଦୀଙ୍କ ଫଟୋ ଜାରି କରିଛି କମିଶନରେଟ ପୋଲିସ । ଏହା ସହିତ ସୂଚନାଦାତାଙ୍କୁ ୫୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛି ।
କଏଦୀ ରାଜା ସାହାଣୀ ଓ ମଧୁକାନ୍ତ କୁମାର ଉଭୟ ବିହାର ମୂଳବାସିନ୍ଦା ଅଟନ୍ତି । ରାଜା ସାହାଣୀର (ପିତା-ମହେଶ ସାହାଣୀ) ଘର ବିହାର ବେଗୁସରାୟ ଜିଲ୍ଲା ଅନ୍ତର୍ଗତ ମୁଫସିଲ ଥାନା ଲୋହିଆ ନଗର । ସେହପିରି ମଧୁକାନ୍ତ (ପିତା-ରାଜେନ୍ଦ୍ର ସିଂହ)ର ଘର ସାରଣ ଜିଲ୍ଲା ଗୌର ଥାନା ଅଧିନସ୍ଥ ରାମପୁର ଗ୍ରାମରେ ଅଟେ । ଉଭୟଙ୍କ ଫଟୋ ଜାରି ହୋଇଛି । ଯେଉଁମାନେ ଏ ଦୁହିଁଙ୍କ ବିଷୟରେ ଖବର ପାଇବେ ସେମାନେ ପୋଲିସ କମିଶନର ସହାୟକ ନମ୍ବର ୯୪୩୭୧୪୮୧୬୮୧ କିମ୍ବା ଚୌଦ୍ୱାର ଥାନା ଇସ୍ପେକ୍ଟର୍ ନମ୍ବର ୯୩୩୮୦୨୫୧୧୯ରେ କଲ୍ କରିବାକୁ କୁହାଯାଇଛି । ସେହିପରି ସୂଚନାଦାତାଙ୍କ ପରିଚୟକୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ଏବଂ ତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ।
ସୂଚନାନୁସାରେ,ଗତ ଜାନୁଆରୀ ୪ ତାରିଖରେ ଯାଜପୁର ପାଣିକୋଇଲି ବଜାରରେ ଥିବା ପଣ୍ଡା ଆଳଙ୍କାର ଲୁଟ କରିବା ପାଇଁ ଆସିଥିଲେ ଉଭୟ ଲୁଟେରା । ଆଳଙ୍କାର ଦୋକାନୀ ସୁନିଲ ରାୟ ଓ ନୀଳମାଧବ ପଣ୍ଡାଙ୍କୁ ଗୁଳିକରି କରି ଲୁଟ ଉଦ୍ଯମ କରିଥିଲେ । ତେବେ ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଉଭୟଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ । ପାଣିକୋଇଲି ପୋଲିସ ଗିରଫ କରି ଯାଜପୁର ଜେଲକୁ ପଠାଇଥିଲା । ସୁରକ୍ଷା ଦୃଷ୍ଟିରୁ ପରେ ଚୌଦ୍ଵାରକୁ ସ୍ଥାନାନ୍ତର କରାଯାଇଥିଲା ।
ସେପଟେ କାର୍ଯ୍ୟରେ ଅବହେଳା ପାଇଁ ଚିଫ୍ ୱାର୍ଡର ଭଗତ ଚରଣ ରାମ ଓ ୱାର୍ଡର ସିଦ୍ଧାନ୍ତ ସାହୁଙ୍କୁ ନିଲମ୍ବନ କରାଯାଇଛି । ଘଟଣାରେ ଯାହାର ସଂପୃକ୍ତି ଥିବ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜେଲ ଡିଜି ।




